ETV Bharat / bharat

‘ଗେହଲଟ୍ ସରକାର ସ୍ୱତନ୍ତ୍ର କୋର୍ଟ ବସାଇଥିଲେ, କହ୍ନେୟାଲାଲ ହତ୍ୟାକାରୀଙ୍କୁ ଫାଶୀ ହୋଇସାରନ୍ତାଣି’ - ଅମିତ ଶାହ

ରାଜସ୍ଥାନକୁ ଦିନିକିଆ ଗସ୍ତ କରି ରାଜ୍ୟ ସରକାରଙ୍କୁ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗେହଲଟ ସରକାର ଦୁର୍ନୀତିରେ ୧ ନମ୍ବର ବୋଲି କହିଛନ୍ତି ଶାହ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 30, 2023, 10:05 PM IST

ଦୁର୍ନୀତିରେ ୧ ନମ୍ବର ଗେହଲଟ ସରକାର: କେନ୍ଦ୍ର ଗୃହମନ୍ତ୍ରୀ

ଜୟପୁର: ଦିନିକିଆ ରାଜସ୍ଥାନ ଗସ୍ତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁର୍ନୀତିରେ ଗେହଲଟ ସରକାର ୧ ନମ୍ବର । ଦୁର୍ନୀତିର ରେକର୍ଡ ଭାଙ୍ଗିବା ଲାଗି ଏହି ସରକାର ସମସ୍ତ ପ୍ରକାର ଉଦ୍ୟମ କରିଛି ବୋଲି କହି ଗେହଲଟ ସରକାରଙ୍କୁ ଶାହ ସମାଲୋଚନା କରିଛନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଉଦୟପୁରରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲେ । ଏହି ରାଲିରେ ସାମିଲ ହୋଇ ମୋଦି ସରକାରଙ୍କୁ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନତାଙ୍କୁ ଅବଗତ କରାଇବା ସହିତ ରାଜ୍ୟ ସରକାରଙ୍କୁ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶାହ କହିଛନ୍ତି, ଗେହଲଟ୍ ସରକାର ସ୍ୱତନ୍ତ୍ର କୋର୍ଟ ବସାଇଥିଲେ, କହ୍ନେୟାଲାଲ ହତ୍ୟାକାରୀଙ୍କୁ ଫାଶୀ ହୋଇସାରନ୍ତାଣି ।

  • मोदी जी ने 9 सालों में ग्रामीण विकास को एक नई दिशा दी है। उदयपुर में मोदी सरकार के 9 वर्ष पूरे होने पर @BJP4Rajasthan द्वारा आयोजित जनसभा से लाइव... https://t.co/ACQJMKCbE4

    — Amit Shah (@AmitShah) June 30, 2023 " class="align-text-top noRightClick twitterSection" data=" ">

ଏନେଇ ଶାହ କହିଛନ୍ତି, "ଗେହଲଟ ସରକାର ଲୋକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପୁରଣ କରିବାରେ ଅସଫଳ ହୋଇଛନ୍ତି । ଏହି ବୟସରେ ସେ କେବଳ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ତାଙ୍କ ଶାସନ କାଳ ସରିବାକୁ ବସିଥିବା ବେଳେ ଏହି ସମୟକୁ ଉପଯୋଗ ଦିଗରେ ସେ କୌଣସି କାମ କରୁନାହାନ୍ତି । କଂଗ୍ରେସ ନେତୃତ୍ବାଧୀନ ଗେହଲଟ ସରକାର ଦୁର୍ନୀତିରେ ଏକ ନମ୍ବର । ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି । ଲୋକଙ୍କୁ ଦେଇଥିବା ପ୍ରତିଶୃତି ଦିଗରେ କୌଣସି କାର୍ଯ୍ୟ କରୁନାହାନ୍ତି ।"

  • राहुल बाबा "पीएम" बनेंगे तो भ्रष्टाचार भारत की नियति बन जाएगी।

    - केन्द्रीय गृह मंत्री श्री @AmitShah #RajasthanWithShah pic.twitter.com/I6hrBiod6A

    — BJP Rajasthan (@BJP4Rajasthan) June 30, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ବିହାର ଗସ୍ତରେ ନୀତିଶଙ୍କୁ ସିଧା ଟାର୍ଗେଟ କଲେ ଶାହ, କହିଲେ ‘ପଲଟୁ ବାବୁ’

ଶୁକ୍ରବାର ଉଦୟପୁରରେ ଆୟୋଜିତ ରାଲିରେ ଶାହଙ୍କୁ ବିପୁଳ ସମର୍ଥନ ମିଳିଥିଲା । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବହୁମତ ସହିତ ରାଜସ୍ଥାନରେ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶାହ । ଏହାବ୍ୟତୀତ ନିକଟରେ ବିହାରରେ ବସିଥିବା ବିରୋଧୀ ମହାମେଳିକୁ ସମାଲୋଚନା କରିଥିଲେ ଶାହ । ଏନେଇ ଶାହ କହିଥିଲେ, " ଆଜି ପର୍ଯ୍ୟନ୍ତ ମୋଦି ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଉଠିନାହିଁ । ବିହାରରେ ବିରୋଧୀ ଦଳ ମେଳି କରି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ ଘୋଟାଲାରେ ପରିପୂର୍ଣ୍ଣ ହେବ । ହେଲେ ଯଦି ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଦୁର୍ନୀତି କରୁଥିବା ବ୍ୟକ୍ତି ଜେଲ ଦଣ୍ଡ ଭୋଗିବ ।"

ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । "ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କୁ ଲାଗି କାର୍ଯ୍ୟ କରିଆସୁଛନ୍ତି । ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସମ୍ମାନର ଅଧିକାରୀ ହେଉଛନ୍ତି, ଏହା ବିଜେପି କି କୌଣସି ଦଳୀୟ ନେତାଙ୍କ ଲାଗି ନୁହେଁ, ବରଂ ଏହା ଦ୍ବାରା ୧୩୦ କୋଟି ଭାରତୀୟ ବାସୀଙ୍କୁ ସମ୍ମାନ ମିଳୁଛି । ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।"

ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଗରିବ ହଟାଇବା ଲାଗି କାର୍ଯ୍ୟ କରୁଛନ୍ତି । ହେଲେ ଏପଟେ ରାଜସ୍ଥାନ ସରକାର ନିଜର ଉତ୍ଥାନ ଦିଗରେ ଗୁରୁତ୍ବାରୋପ କରୁଛନ୍ତି । ସେ ରାଜସ୍ଥାନ ଲୋକଙ୍କୁ ଭୁଲି ଯାଇଛନ୍ତି । ଖୋଦ ଗେହଲଟ ସରକାରଙ୍କ ମନ୍ତ୍ରୀ ଅଭିଯୋଗ କରୁଛନ୍ତି ଯେ ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ପଇସା ବିନା କୌଣସି କାର୍ଯ୍ୟ ହେଉନାହିଁ । ବିଜେପି ସରକାର ଯେଉଁ ବିକାଶମୂଳକ ଯୋଜନା ଲାଗୁ କରିଥିଲେ ତାହାକୁ ବନ୍ଦ କରିବା ଲାଗି ସରକାର କାର୍ଯ୍ୟ କରୁଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.