ETV Bharat / bharat

‘ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ ହେବା ଦରକାର’ - Sanjay Raut

ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ ହେବା ଦରକାର ବୋଲି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି । ଅଧିକ ପଢନ୍ତୁ...

ସଞ୍ଜୟ ରାଉତ
ସଞ୍ଜୟ ରାଉତ
author img

By

Published : Mar 6, 2021, 12:13 PM IST

ମୁମ୍ବାଇ: ଅମ୍ବାନୀଙ୍କ ଘର ସାମ୍ନାରୁ ମିଳିଥିବା ସ୍କର୍ପିଓରେ ମାଲିକ ମନସୁଖ ହିରେନଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠୁଛି । ବିରୋଧୀ ଦଳ ଏନେଇ ମୁମ୍ବାଇ ପୋଲିସକୁ ଘେରିଥିବାବେଳେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ମୃତ୍ୟୁର ତଦନ୍ତ ହୋଇପାରେ ବୋଲି କହିଛନ୍ତି ।

ଯଦି ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି ତେବେ ଘଟଣାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି । ଏହା ସହ ମନସୁଖ ହିରେନଙ୍କ ଏପରି ମୃତ୍ୟୁ ଆଶ୍ଚର୍ଯ୍ୟଜନକ ବୋଲି ମଧ୍ୟ ସେ କହିଛନ୍ତି । ଏଥିପାଇଁ ଲୋକଙ୍କ ମନରେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ ଉଙ୍କି ମାରୁଛି ବୋଲି ସେ କହିଛନ୍ତି ।

ସୂଚନାଥାଉକି, ନିକଟରେ ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ଏକ ମହିନ୍ଦ୍ରା ସ୍କର୍ପିଓ ଜବତ ହୋଇଥିଲା । ଏହାର ମାଲିକ ହିରେନ ବୋଲି ଜଣାପଡିଥିଲେ । ତେବେ ସେ ଗୁରୁବାରରୁ ନିଖୋଜ ଥିବାବେଳେ ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.