ETV Bharat / bharat

ଯଦି ହାଇକମାଣ୍ଡ କହିବେ, ମୁଁ ଇସ୍ତଫା ଦେବି: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ହାଇକମାଣ୍ଡ ଯେ ପର୍ଯ୍ୟନ୍ତ ମୋତେ କ୍ଷମତାରେ ରହିବାକୁ କହିବେ ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବି । ଏଣୁ ନେତୃତ୍ବ ପରିବର୍ତ୍ତନ ନେଇ ଆମ ଦଳରେ କୌଣସି ଦ୍ବନ୍ଦ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଅଧିକ ପଢନ୍ତୁ...

author img

By

Published : Jun 6, 2021, 1:28 PM IST

ଯଦି ହାଇକମାଣ୍ଡ କହିବ, ତେବେ ମୁଁ ଇସ୍ତଫା ଦେବି: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: 'ହାଇକମାଣ୍ଡ ଆତ୍ମବିଶ୍ବାସର ସହ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯଦି ହାଇକମାଣ୍ଡ କହିବେ, ତେବେ ମୁଁ ଇସ୍ତଫା ଦେବି ।' କର୍ଣ୍ଣାଟକ ବିଧାନ ସୌଧ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ।

ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଆହୁରି ମଧ୍ୟ କହିଛନ୍ତି, ହାଇକମାଣ୍ଡ ଯେ ପର୍ଯ୍ୟନ୍ତ ମୋତେ କ୍ଷମତାରେ ରହିବାକୁ କହିବେ ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବି । ଯଦି ସେ ମୋ ଇସ୍ତଫା ଚାହିଁବେ ତେବେ ମୁଁ ତୁରନ୍ତ ଇସ୍ତଫା ଦେବି । ହେଲେ ବିଜେପି ହାଇକମାଣ୍ଡଙ୍କ ମୋ ଉପରେ ବିଶ୍ବାସ ରହିଛି । ନେତୃତ୍ବ ପରିବର୍ତ୍ତନ ନେଇ ମୁଁ କୌଣସି ପ୍ରତିକ୍ରିୟା ଦେଇନାହିଁ । ମୁଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବି । ଏଣୁ ନେତୃତ୍ବ ପରିବର୍ତ୍ତନ ନେଇ ଆମ ଦଳରେ କୌଣସି ଦ୍ବନ୍ଦ ନାହିଁ । ହାଇକମାଣ୍ଡ ମୋତେ ଗୋଟିଏ ସୁଯୋଗ ଦେଇଛନ୍ତି ଯାହା ମୁଁ ରକ୍ଷା କରିବାକୁ ଚେଷ୍ଟା କରିବି ।

ଏଥିସହ ମୁଁ କାହାର କୌଣସି ସମାଲୋଚନା ବିଷୟରେ କହୁନାହିଁ । ହେଲେ ରାଜ୍ୟରେ ମୋର କେହି ବିକଳ୍ପ ନଥିବା ପ୍ରସଙ୍ଗରେ ମୁଁ ଆଦୌ ସହମତ ନୁହେଁ । ପ୍ରତ୍ୟେକ ରାଷ୍ଟ୍ର ଏବଂ ରାଜ୍ୟରେ ସର୍ବଦା ବିକଳ୍ପ ରହିଥାଏ । ଯେ ପର୍ଯ୍ୟନ୍ତ କେନ୍ଦ୍ର ମୋ ଉପରେ ବିଶ୍ବାସ ରଖିଛି, ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ମୁଁ ମୋର କାର୍ଯ୍ୟ ଚାଲିବି ବୋଲି ୟେଦ୍ୟୁରପ୍ପା ପ୍ରକାଶ କରିଛନ୍ତି । ସୂଚନାଥାଉ କି, କର୍ଣ୍ଣାଟକରେ ସାମ୍ଭାବ୍ୟ ନେତୃତ୍ବ ପରିବର୍ତ୍ତନ ନେଇ ଦ୍ବନ୍ଦ ଲାଗି ରହିଛି । ଯାହାକୁ ଭିତ୍ତିହୀନ ବୋଲି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.