ETV Bharat / bharat

ଦ୍ବିତୀୟ ଥର କରନ୍ତୁନି RT-PCR ପରୀକ୍ଷା, ICMR ଜାରି କଲା ଆଡଭାଇଜରୀ

author img

By

Published : May 4, 2021, 9:44 PM IST

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ମଙ୍ଗଳବାର କୋରୋନାର ଯାଞ୍ଚକୁ ନେଇ ନୂଆ ଆଡଭାଇଜରୀ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଦ୍ବିତୀୟ ଥର କରନ୍ତୁନି RT-PCR ପରୀକ୍ଷା, ICMR ଜାରି କଲା ଆଡଭାଇଜରୀ
ଦ୍ବିତୀୟ ଥର କରନ୍ତୁନି RT-PCR ପରୀକ୍ଷା, ICMR ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ଭାଇରସ ସଂକ୍ରମଣର ଦ୍ବିତୀୟ ଲହରୀ । ବର୍ତ୍ତମାନ ଦୈନିକ ରେକର୍ଡ ସଂଖ୍ୟକ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଦେଶରେ କୋରୋନା ଭାଇରସ ଯାଞ୍ଚ ପାଇଁ ଟେଷ୍ଟିଂର ଗତି ବଢାଯାଇଛି । ଏହାରି ମଧ୍ୟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ମଙ୍ଗଳବାର କୋରୋନାର ଯାଞ୍ଚକୁ ନେଇ ନୂଆ ଆଡଭାଇଜରୀ ଜାରି କରାଯାଇଛି ।

ଆଇସିଏମଆର ଅନୁଯାୟୀ, ଲ୍ୟାବ ଉପରୁ ଚାପ ହ୍ରାସ ପାଇଁ ଆରଟି-ପିସିଆର ଯାଞ୍ଚ କମ୍‌ କରି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ବୃଦ୍ଧି କରିବାକୁ କୁହାଯାଇଛି । ଦେଶରେ କୋରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା କରୁଥିବା ଲାବୋରେଟୋରୀଗୁଡିକ ପ୍ରଚୁର ଚାପ ଭିତରେ କାର୍ଯ୍ୟ କରୁଛନ୍ତି | ଏଭଳି ପରିସ୍ଥିତିରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଯାଞ୍ଚ ଲକ୍ଷ୍ୟ ପୂରଣ କରିବାରେ ଅସୁବିଧା ହେଉଛି । ଏପଟେ ଲାବୋରେଟୋରୀର କିଛି କର୍ମଚାରୀ ମଧ୍ୟ ସଂକ୍ରମିତ ଅଛନ୍ତି ।

  • ଯେଉଁମାନେ RTPCR କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (RAT) ପରୀକ୍ଷାରେ ସଂକ୍ରମଣ ଥିବା ଜଣାପଡିଛି, ସେମାନେ ଦ୍ୱିତୀୟ ଥର RTPCR ପରୀକ୍ଷା କରିବା ଉଚିତ ନୁହେଁ ।
  • ଡାକ୍ତରଖାନାଗୁଡ଼ିକରେ କୋରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଡିସଚାର୍ଜ ସମୟରେ ରୋଗୀଙ୍କୁ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ।
  • ଲାବୋରେଟୋରୀଗୁଡିକରେ ଚାପ ହ୍ରାସ କରିବାକୁ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରୁଥିବା ସୁସ୍ଥ ଲୋକଙ୍କ ବାଧ୍ୟତାମୂଳକ RTPCR ପରୀକ୍ଷାକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରାଯିବା ଉଚିତ ।
  • ମୋବାଇଲ୍ ସିଷ୍ଟମ ମାଧ୍ୟମରେ RTPCR ପରୀକ୍ଷାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.