ନୂଆଦିଲ୍ଲୀ: ଶିଶୁଙ୍କୁ କୋରୋନା ଟିକା ଦିଆଯିବା ଉପରେ ସୂଚନା ଦେଇଛି କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) । ପିଲାମାନଙ୍କର ଟୀକାକରଣ ବିଷୟରେ ଯେତେ ପର୍ଯ୍ୟନ୍ତ ଅଧିକ ତଥ୍ୟ ଉପଲବ୍ଧ ହେବନାହିଁ, ସେ ପର୍ଯ୍ୟନ୍ତ ଟୀକାକରଣ କରିବା ସ୍ଥିତିରେ ରହିବୁ ନାହିଁ ବୋଲି କହିଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ ।
ବଳରାମ ଭାର୍ଗବ କହିଛନ୍ତି ଯେ ଆମେ 2 ରୁ 18 ବର୍ଷର ପିଲାମାନଙ୍କ ଉପରେ ଏକ ଛୋଟ ଅଧ୍ୟୟନ ଆରମ୍ଭ କରିଛୁ । ସେପ୍ଟେମ୍ବରସୁଦ୍ଧା ଏହାର ରିପୋର୍ଟ ସାମ୍ନାକୁ ଆସିବ । ସେ କହିଛନ୍ତି ଯେ ଯଦିଓ ଅନ୍ତର୍ଜାତୀୟ ଖଣ୍ଡପୀଠ ଏହା ଉପରେ ସ୍ପଷ୍ଟ ଭାବେ କିଛି କହି ନାହାଁନ୍ତି ତଥାପି ଶିଶୁଙ୍କୁ ଟୀକାକରଣ କରାଯିବା ଆବଶ୍ୟକ କି ନୁହେଁ ତାହା ଉପରେ ଆଲୋଚନା ହେଉଛି। ଆମେରିକାରେ କିଛି ସମସ୍ୟା ଦେଖାଯାଇଥିବା କହିଛନ୍ତି ଭାର୍ଗବ ।
ସେପଟେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଗର୍ଭବତୀ ମହିଳାଙ୍କୁ ଏହି ଟିକା ଦିଆଯାଇପାରିବ। ଗର୍ଭବତୀ ମହିଳାମାନଙ୍କ ପାଇଁ ଏହି ଟୀକାକରଣ ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ ଦିଆଯିବା ଉଚିତ୍ ।
ଅନ୍ୟପକ୍ଷେ ଦେଶର ସର୍ବବୃଗତ ଫାର୍ମାସ୍ୟୁଟିକାଲ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ କୋଭୋଭକ୍ସର ପ୍ରଥମ ବ୍ୟାଚ ଉତ୍ପାଦନ ଆରମ୍ଭ କରିଛି। ସେରମ୍ ଇନଷ୍ଟିଚ୍ୟୁଟ ଶୁକ୍ରବାର ଦିନ ଟ୍ବିଟ କରି କହିଛି ଯେ ଏହା ଏକ ନୂତନ ଉଚ୍ଚତା ହାସଲ କରିଛି। ଏହି ସପ୍ତାହରେ ନୋଭାଭ୍ୟାକ୍ସ ଦ୍ବାରା ପ୍ରସ୍ତୁତ କୋଭିଡ ଟିକାର ପ୍ରଥମ ବ୍ୟାଚ୍ ତିଆରି କରିବା ଆରମ୍ଭ କରିଛୁ, ଯାହାର ନାଁ ଭାରତରେ କୋଭୋଭାକ୍ସ ରହିଛି ।