ETV Bharat / bharat

Loan Fraud Case: ପୂର୍ବତନ CEO ଚନ୍ଦା କୋଚର ଓ ସ୍ବାମୀ ଦୀପକଙ୍କୁ ଜାମିନ - chanda kochhar grants bail

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ( ICICI videocon loan scam) ଗିରଫ ହୋଇଥିବା ପୂର୍ବତନ CEO ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଜାମିନ । ଅଧିକ ପଢନ୍ତୁ

icici videocon loan scam
icici videocon loan scam
author img

By

Published : Jan 9, 2023, 11:48 AM IST

Updated : Jan 9, 2023, 12:09 PM IST

ମୁମ୍ବାଇ: ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚରଙ୍କୁ ଆଶ୍ବସ୍ତି । ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ଗିରଫ ( ICICI videocon loan scam) ହୋଇଥିବା ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ବାମୀ ଦୀପକ କୋଚରଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିଲା ଯାଚିକା ଉପରେ ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କ ଗିରଫଦାରୀ ଆଇନ ଅନୁସାରେ ହୋଇନଥିବା କହିଛନ୍ତି ବମ୍ବେ ହାଇକୋର୍ଟ । ଦୁର୍ନୀତି ନିବାରଣ ଆଇନ ଅନୁସାରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି କୋର୍ଟ । ତେଣୁ ଉଭୟ ଜେଲରୁ ମୁକୁଳିବା ବାଟ ଫିଟଛି । ବ୍ୟକ୍ତିଗତ 1 ଲକ୍ଷ ଟଙ୍କା ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସିବିଆଇ ଅସନ୍ତୋଷ ପ୍ରକାଶ କରିଛି ।

  • ICICI bank-Videocon loan fraud case | Bombay High Court allows release of former ICICI CEO Chanda Kochhar and Deepak Kochhar from judicial custody after CBI arrest.

    "Arrest not in accordance with the law," the Court observes. pic.twitter.com/t7luYN5Fsr

    — ANI (@ANI) January 9, 2023 " class="align-text-top noRightClick twitterSection" data=" ">

3,250 କୋଟି ଟଙ୍କାର ଦୁର୍ନୀତି: ସୂଚନାଅନୁଯାୟୀ, ICICI ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଗତ ବର୍ଷ ଡିସେମ୍ବର 23ରେ ସିବିଆଇ ଗିରଫ କରିଥିଲା । ଚନ୍ଦା କୋଚରଙ୍କ ହାତରେ ଆଇସିଆଇସିଆଇ କମାଣ ଥିବା ସମୟରେ ଭିଡିଓକନ ଗ୍ରୁପକୁ ଲୋନ ଦେଇଥିଲେ । ବଦଳରେ ଚନ୍ଦା କୋଚରଙ୍କ ସ୍ବାମୀ ଦୀପକ କୋଚରଙ୍କ କମ୍ପାନୀ ନ୍ୟୁପାଓ୍ଵାର ରିନିଏବଲରେ ଭିଡିଓକନରୁ ନିବେଶ କରିବାକୁ ସୁଯୋଗ ମିଳିଥିଲା । ଭିଡିଓକନ ଗ୍ରୁପକୁ 3,250 କୋଟିର ବ୍ୟାଙ୍କ ଋଣ ଦେବା ମାମଲାରେ ସିବିଆଇ ଡିସେମ୍ବର 23 ତାରିଖ ବିଳମ୍ବିତ ରାତିରେ ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା CBI । ଏହାପରେ ଉଭୟଙ୍କୁ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ରିମାଣ୍ଡରେ ପଠାଇଥିଲେ । ଚନ୍ଦା କୋଚରଙ୍ଗ ନାମରେ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗ ଆସିବା ପରେ 2018ରେ ICICI ବ୍ୟାଙ୍କ ଏମଡି ଏବଂ ସିଇଓ ପଦ ଛାଡିଥିଲେ । ବ୍ୟାଙ୍କ ତରଫରୁ ଭିଡିଓକନ ଗ୍ରୁପକୁ ଋଣ ଦେବା ତାଙ୍କ ପଦର ଦୂରୁପଯୋଗ କରିଥିବା ଯୋଗୁ ଚନ୍ଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା ।

ଏହା ବି ପଢନ୍ତୁ....Loan Fraud Case: ଭିଡିଓକନ ଚେୟାରମ୍ୟାନ ବେଣୁଗୋପାଳ ଧୁତ ଗିରଫ

ଏହି ଋଣ ପ୍ରଦାନ ପରେ ଭିଡିଓକନ ପକ୍ଷରୁ 64 କୋଟି ଟଙ୍କା ନ୍ୟୁପାୱାର୍ ରିନ୍ୟୁଆଲ୍ ପିଭି ଲିମିଟେଡକୁ ହସ୍ତାନ୍ତର କରାଯାଇଥିଲା । ଏହା ସହ ଠିକ୍ ଗୋଟିଏ ଦିନ ପରେ ସେପ୍ଟେମ୍ବର 8, 2009ରେ ଏନଆରଏଲ ଦ୍ବାରା 10.65 କୋଟି ଟଙ୍କାର ଆୟ ହୋଇଥିଲା । ଫଳରେ ମୋଟ 74.65 କୋଟି ଟଙ୍କା କୋଚରଙ୍କ କମ୍ପାନୀ ଗ୍ରହଣ କରିଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ବ୍ୟାଙ୍କ ଋଣ ଦୁର୍ନୀତିରେ ଡିସେମ୍ବର 26 ତାରିଖରେ ଭିଡିଓକନ ଚେୟାନମନ୍ୟାନ ବେଣୁଗୋପାଳ ଧୁତଙ୍କୁ ଗିରଫ କରିଥିଲା ସିବିଆଇ ।

Last Updated : Jan 9, 2023, 12:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.