ହାଇଦ୍ରାବାଦ: ଏମିତି ବି ଆସେ ମୃତ୍ୟୁ । ଡ୍ୟୁଟିରେ ଥିବାବେଳେ ଟଳିପଡିଲେ ହାଇଦ୍ରାବାଦର ଇଣ୍ଟେଲିଜେନ୍ସ ବ୍ୟୁରୋ(IB) ଅଧିକାରୀ । ଗତକାଲି ହାଇଦ୍ରାବାଦରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଥିବା ବେଳେ ଏକ ଅଡିଟୋରିୟମ ତଳକୁ ଖସିପଡିବା ପରେ ଇଣ୍ଟେଲିଜେନ୍ସ ବ୍ୟୁରୋର ସହକାରୀ ନିର୍ଦ୍ଦେଶକ କୁମାର ଅମରେଶଙ୍କ ମୃତ୍ୟୁ ହୋଇଛି । ବୁଧବାର ଅପରାହ୍ନରେ ହାଇଦ୍ରାବାଦର ମାଧପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଶିଳ୍ପକଳା ବେଦିକାରେ ଆଇବି ଅଧିକାରୀ ଜଣଙ୍କ ଅଡିଟୋରିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲେ ।
ଆସନ୍ତା ୨୦ ତାରିଖରେ ଏହିି ଅଡିଟୋରିୟମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକ୍ରମ ରହିଛି । ହଠାତ ଅଧିକାରୀ ଜଣଙ୍କ ଅଡିଟୋରିୟମରୁ ଖସି ପଡିବାରୁ ତାଙ୍କ ମୁଣ୍ଡରେ ଆହତ ଲାଗିଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ଆଇବି ଅଧିକାରୀ ଜଣଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।
ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି । ସହକାରୀ ନିର୍ଦ୍ଦେଶକ କୁମାର ଅମରେଶଙ୍କ ଘର ବିହାରରେ ହୋଇଥିବା ବେଳେ ହାଇଦ୍ରାବାଦରେ ପୋଷ୍ଟିଂ ହୋଇଥିଲେ । IB ଅଧିକାରୀଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ।