ETV Bharat / bharat

ଆଉ 4 ଦିନ ED ରିମାଣ୍ଡକୁ ଗଲେ ନିଲମ୍ବିତ ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ - ଆଉ 4 ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପୂଜା ସିଙ୍ଗଲ

ନିଲମ୍ବିତ ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲଙ୍କୁ ପୁଣି ରିମାଣ୍ଡରେ ପଠାଇଲେ କୋର୍ଟ । ଆର୍ଥିକ ହେରଫେର ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ପରେ ନିଲମ୍ବନ ହୋଇଛନ୍ତି ପୂଜା । ଅଧିକ ପଢନ୍ତୁ

ଆଉ 4 ଦିନ ED ରିମାଣ୍ଡକୁ ଗଲେ ନିଲମ୍ବିତ ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ

author img

By

Published : May 16, 2022, 9:45 PM IST

ରାଞ୍ଚି: ଦୂର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂଜା ସଙ୍ଗଲଙ୍କ ବଢିଲା ରିମାଣ୍ଡ ଅବଧି । ଆଜି ତାଙ୍କୁ ଆଉ 4ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ପଠାଯାଇଛି । ଝାଡଖଣ୍ଡର ସ୍ବତନ୍ତ୍ର PMLA କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ପୂଜାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ଓ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ 4 ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବେଳ ଅଧିକ ପଚରା ଉଚରା ଦ୍ବାରା ତଥ୍ୟ ହାସଲ କରିବା ପାଇଁ ରିମାଣ୍ଡ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପ୍ରଥମେ ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ପରେ ଇଡି ସ୍କାନରକୁ ଆସିଥିଲେ ପୂଜା ଓ ତଙ୍କ ସ୍ବାମୀ । ଉଭୟଙ୍କୁ ପଚରା ଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଥିବେ ବେଳେ ପୂଜାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି ।

ମନରେଗା ଯୋଜନାରେ ଅର୍ଥ ହଡପ ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ପରି ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବନ କରିଥିଲେ ଝାଡଖଣ୍ଡ ସରକାର । ଆଜି ତାଙ୍କୁ ପୁଣି ଆଉ 4 ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଏହି ରିମାଣ୍ଡ ଅବଧି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୂଜା ଓ ତାଙ୍କ ଆକାଉଣ୍ଟାଣ୍ଟଙ୍କୁ ମୁହାଁମୁହିଁ ଜେରା କରିବା ସହ ଆର୍ଥିକ ଠକେଇର ଗୁମର ଖୋଲିବା ନେଇ ପ୍ରାୟସ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.