ETV Bharat / bharat

୬ ବର୍ଷ ବୟସରେ ଅସଦାଚାରଣର ଶିକାର ହୋଇଥିଲେ ମହିଳା IAS ଅଧିକାରୀ - କେରଳର ଆଇଏଏସ୍‌ ଡଃ ଦିବ୍ୟା ଏସ୍‌ ଆୟର

ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ଅସଦାଚାରଣର ଶିକାର ହୋଇଥିଲେ କେରଳର ଆଇଏଏସ୍‌ ଡଃ ଦିବ୍ୟା ଏସ୍‌ ଆୟର । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାଦିନର ଖରାପ ସ୍ମୃତିକୁ ମନେ ପକାଇଲେ । ଅଧିକ ପଢ଼ନ୍ତୁ

କେରଳର ଆଇଏଏସ୍‌ ଡଃ ଦିବ୍ୟା ଏସ୍‌ ଆୟର
କେରଳର ଆଇଏଏସ୍‌ ଡଃ ଦିବ୍ୟା ଏସ୍‌ ଆୟର
author img

By

Published : Mar 30, 2023, 8:32 AM IST

ଥିରୁଅନନ୍ତପୁରମ: କେରଳର ଜଣେ ମହିଳା ଆଇଏଏସ୍‌ ଅଧିକାରୀ ଖୁଲାସା କରିଛନ୍ତି ଯେ, ସେ ଯେତେବେଳେ ୬ ବର୍ଷର ଥିଲେ, ସେତେବେଳେ ସେ ମଧ୍ୟ ଅସଦାଚାରଣର ଶିକାର ହୋଇଥିଲେ । ସେତେବେଳେ ସେ ଏପରି ଦୁଇ ଜଣ ବ୍ୟକ୍ତିଙ୍କ ଦ୍ବାରା ଅସଦାଚାରଣର ଶିକାର ହୋଇଥିବା ପ୍ରକାଶ କରିଛନ୍ତି । କେରଳର ପଠାନମଥିଟ୍ଟା ଜିଲ୍ଲାର ଜିଲ୍ଲାପାଳ ଡଃ ଦିବ୍ୟା ଏସ୍‌ ଆୟର ଏକ କାର୍ଯ୍ୟକ୍ରମରେ ତାଙ୍କ ପିଲାଦିନର ଏହି ଦୁର୍ଭାଗ୍ୟପୂର୍ଣ୍ଣ ଅନୁଭୂତିକୁ ବର୍ଣ୍ଣନା କରିଥିଲେ ।

କେବଳ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ସମୟରେ ହୋଇଥିବା ଏଭଳି ଖରାପ ଅନୁଭୂତିକୁ ବର୍ଣ୍ଣନା କରି ସେ କହିଥିଲେ, "ମୁଁ ବହୁତ ଛୋଟ ଥିଲି । ପ୍ରଥମ ଶ୍ରେଣୀରେ ପଢ଼ୁଥିଲି । ସେତେବେଳେ ଦୁଇ ଜଣ ଲୋକ ମୋତେ ଗେଲ କରି ପାଖକୁ ଡାକୁଥିଲେ । ସେତେବେଳେ ସେମାନେ ମୋ ସହ କଣ ପାଇଁ ଲାଗୁଛନ୍ତି ମୁଁ ଜାଣିପାରୁ ନଥିଲି । କିନ୍ତୁ ଯେତେବେଳେ ସେମାନେ ମୋର ଡ୍ରେସ ଖୋଲିବାରେ ଲାଗିଲେ ମୋତେ ବହୁତ ଖରାପ ଲାଗିଥିଲା । ମୁଁ ସେଠାରୁ ଦୌଡ଼ି ପଳାଇଲି । ସେତେବେଳେ ମୁଁ ବହୁତ ଡରି ଯାଇଥିଲି । କିନ୍ତୁ ମୋ ବାପା ଓ ମାଆଙ୍କ ଦ୍ବାରା ମୋତେ ଦିଆଯାଇଥିବା ମାନସିକ ଧୈର୍ଯ୍ୟ କାରଣରୁ ମୁଁ ସେଭଳି ଅବସାଦରୁ ବାହାରି ପାରିଥିଲି । ସେହିଦିନ ଠାରୁ ମୁଁ ଯେଉଁଆଡ଼େ ବି ଯାଉଥିଲି, ସେହି ଦୁଇ ଲୋକଙ୍କୁ ଖୋଜୁଥିଲି । କାଳେ ସେ ବି ସେଠାରେ ନଥିବେ ତ । ସେମାନେ କିଏ ଥିଲେ ମୁଁ ଜାଣିନି । ସେବେଠାରୁ ତାଙ୍କୁ ଆଉ ଦେଖିନି । କିନ୍ତୁ ଏବେ ମଧ୍ୟ ସେମାନଙ୍କ ଚେହେରା ମୋର ମନେଅଛି ।"

ଆଇଏଏସ୍‌ ଡଃ ଦିବ୍ୟା ଏସ୍‌ ଆୟର ଆହୁରି କହିଛନ୍ତି, "ଛୋଟପିଲା ମାନଙ୍କୁ ଅଳ୍ପ ବୟସରୁ ହିଁ କଣ ଭଲ ଓ କଣ ଖରାପ ସେ ବିଷୟରେ ଶିକ୍ଷା ଦେବା ଉଚିତ୍‌ । ଛୋଟ ପିଲାଙ୍କର ଏହି ବୟସରେ ହିଁ ଅଧିକ ଧ୍ୟାନ ରଖିବା ଉଚ୍ଚିତ ଓ ଏହାର ମଧ୍ୟ ଧ୍ୟାନ ରଖିବା ଉଚ୍ଚିତ ଯେ, ସେ କୌଣସି ମାନସିକ ଅବସାଦ ଆଡ଼କୁ ଚାଲି ଯାଉନାହିଁ ତ ।" ତେବେ ବାପା, ମାଆ ଓ ଶିକ୍ଷକ ମାନେ ପିଲା ମାନଙ୍କୁ ସମ୍ଭାବ୍ୟ ହିଂସା ସମ୍ବନ୍ଧରେ ଅବଗତ କରିବା ଉଚ୍ଚିତ ବୋଲି ସେ ମତ ରଖିଥିଲେ ।

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଦ୍ବାରା ଆୟୋଜିତ ରାଜ୍ୟ ଯୁବ ମିଡିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଯୌନ ହିଂସାର ଶିକାର ହୋଉଥିବା ଛୋଟପିଲାଙ୍କ ସମ୍ପର୍କିତ ଖବରର ରିପୋର୍ଟିଂ ସମୟରେ ମିଡିଆ କର୍ମଚାରୀଙ୍କୁ ବିଭିନ୍ନ ସମ୍ବନ୍ଧରେ ସଜାଗ ରହିବା ନେଇ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେରଳର ପଠାନମଥିଟ୍ଟା ଜିଲ୍ଲାର ଜିଲ୍ଲାପାଳ ଡଃ ଦିବ୍ୟା ଏସ୍‌ ଆୟର ଏହି ଖରାପ ସ୍ମୃତିକୁ ମନେ ପକାଇଥିଲେ । ଆଇଏଏସ୍‌ ଡଃ ଦିବ୍ୟା ଏସ୍‌ ଆୟର ହେଉଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କେଏସ୍‌ ସବ୍ରିନାଥନଙ୍କ ପତ୍ନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.