ETV Bharat / bharat

2022ରୁ ଆରମ୍ଭ ହେବ Rafale upgrading

author img

By

Published : Nov 21, 2021, 7:05 PM IST

2022ରୁ ଆରମ୍ଭ ହେବ ରାଫେଲ ଯୁଦ୍ଧ ବିମାନ (Rafale fighter)ର ନବୀକରଣ ପ୍ରକ୍ରିୟା । ସୂଚନା ଦେଲା ଭାରତୀୟ ବାୟୁ ସେନା । ଅଧିକ ପଢନ୍ତୁ

2022 ରୁ ଆରମ୍ଭ ହେବ Rafale upgrading
2022 ରୁ ଆରମ୍ଭ ହେବ Rafale upgrading

ନୂଆଦିଲ୍ଲୀ: 2022ରୁ ଆରମ୍ଭ ହେବ ରାଫେଲ ଯୁଦ୍ଧ ବିମାନ(Rafale fighter)ର ନବୀକରଣ ପ୍ରକ୍ରିୟା (upgrading)। ଫ୍ରାନ୍ସରୁ ଆମଦାନୀ ହୋଇଥିବା 30ଟି ରାଫେଲ ଯୁଦ୍ଧ ବିମାନର ନବୀକରଣ କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ବାୟୁ ସେନା (IAF)। ବାୟୁସେନାର ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଟିମ ଫ୍ରାନ୍ସ ଗସ୍ତ କରି ସେଠାରେ ଥିବା ଇଷ୍ଟ୍ରେସ୍ ଏୟାରବେସରେ ଟେଲ ନମ୍ବର RB-008 ଟେଷ୍ଟବେଡ୍ ବିମାନର କାର୍ଯ୍ୟଦକ୍ଷତାକୁ ଆକଳନ କରୁଛନ୍ତି ।

ଏହି ନବୀକରଣ ପ୍ରକ୍ରିୟାରେ ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର, ଲୋ-ବ୍ୟାଣ୍ଡ ଜାମର ଏବଂ ଉପଗ୍ରହ ଯୋଗାଯୋଗ ପ୍ରଣାଳୀକୁ ଅନ୍ତର୍ଭୁକ୍ତ କରାଯିବ । ଭାରତ ଫ୍ରାନ୍ସ ଠାରୁ ପୂର୍ବରୁ ପ୍ରାୟ 30ଟି ବିମାନ ଗ୍ରହଣ କରିସାରିଥିବାବେଳେ ଆସନ୍ତା ମାସ (ଡିସେମ୍ବର) ଶେଷ ସୁଦ୍ଧା ଆଉ ତିନୋଟି ରାଫେଲ ଫାଇଟର ଜେଟ ଭାରତରେ ପହଞ୍ଚିବ । ପୂର୍ବ ଚୁକ୍ତିନାମା ଅନୁଯାୟୀ ନବୀକରଣ ପାଇଁ ଆବଶ୍ୟକ କିଟ୍ ଗୁଡିକ ଫ୍ରାନ୍ସରୁ ଭାରତକୁ ଅଣାଯିବ ଏବଂ ପ୍ରତି ମାସରେ ପ୍ରାୟ ୩ ରୁ ୪ଟି ରାଫେଲକୁ ISE ମାନକକୁ ଉନ୍ନିତ କରାଯିବ ବୋଲି କହିଛି ବାୟୁସେନା ।

ବିମାନର ନବୀକରଣ (upgrading)ଅମ୍ବାଲା ବାୟୁସେନା ବେସରେ (Ambala Air force base) କରାଯିବ, ଯେଉଁଠାରେ ରାଫେଲ ପ୍ରଥମ ଥର ଭାରତ ମାଟିରେ ଅବତରଣ କରିଥିଲା । ଭାରତୀୟ ବାୟୁସେନା ଫ୍ରାନ୍ସରେ ନିଜର ପାଇଲଟଙ୍କୁ ପ୍ରଶିକ୍ଷିତ କରିବା ପରେ ଏବ ଦେଶରେ ମଧ୍ୟ ରାଫେଲ ଉଡାଣର ପ୍ରଶିକ୍ଷଣ ପ୍ରକ୍ରିୟା ଆରମ୍ଭ କରିଛି । ଥରେ ଏହି ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଭାରତୀୟ ବାୟୁସେନାରେ ୮ଟି ଡୁଆଲ ସିଟର ଟ୍ରେନର ବିମାନ ଓ 28ଟି ସିଙ୍ଗଲ୍ ସିଟର ପ୍ରଶିକ୍ଷଣ ବିମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ପ୍ରଥମ ଡୁଆଲ ସିଟର ସିରିଜଟି ଭାରତୀୟ ବାୟୁ ସେନାର ପୂର୍ବତନ ମୁଖ୍ୟ ଏୟାର ଚିଫ ଆର କେ ଏସ ଭଦୋରିଆଙ୍କ ସମ୍ମାନରେ ନାମିତ କରାଯାଇ ଥିବାବେଳେ ଅନ୍ୟ ସିଙ୍ଗଲ ସିଟର ସିରିଜକୁ ପୂର୍ବତନ ବାୟୁ ସେନା ମୁଖ୍ୟ ବି.ଏସ ଧନଓ୍ବାଙ୍କ ନାମରେ ନାମିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.