ETV Bharat / bharat

୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍-21 - ମିଗ୍‌ ୨୧

୨୦୨୫ ସୁଦ୍ଧା ଭାରତୀୟ ବାୟୁସେନାରୁ ହଟିବ ସମସ୍ତ ମିଗ୍-୨୧ ଯୁଦ୍ଧବିମାନ । ରାଜସ୍ଥାନ ବାଡମେର ଦୁର୍ଘଟଣା ପରେ ଏପରି ନିଷ୍ପତ୍ତି ନେଇଛି ବାୟୁସେନା । ଅଧିକ ପଢନ୍ତୁ

୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍-21
୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍-21
author img

By

Published : Jul 30, 2022, 7:01 AM IST

ନୂଆଦିଲ୍ଲୀ: ଋଷିଆ ନିର୍ମିତ ମିଗ୍-୨୧ ଯୁଦ୍ଧବିମାନ ଏକାଧିକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଭାରତୀୟ ବାୟୁସେନା ଅନେକ ପାଇଲଟଙ୍କୁ ହରାଇଛି । ନିକଟରେ ରାଜସ୍ଥାନ ବାଡମେରରେ ମିଗ୍-୨୧ ଟାଇପ ୬୯ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣ ପରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଭାରତୀୟ ବାୟୁସେନା । ଆଗାମୀ ସେପ୍ଟମ୍ବର ୩୦ ସୁଦ୍ଧା ବାୟୁସେନା ଏହାର ଆଉ ଏକ ସ୍କ୍ବାଡ୍ରନ(squadrons)କୁ କାର୍ଯ୍ୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଏହିପରି ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍-୨୧ ବିସନର ସମସ୍ତ ସ୍କ୍ବାଡ୍ରନକୁ ହଟାଇ ଦିଆଯିବ ।

ଏହାମଧ୍ୟ ପଢନ୍ତୁ:ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା MIG-21, ଦୁଇ ପାଇଲଟ ଶହୀଦ

IAF ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ସେପ୍ଟେମ୍ବର ୩୦ରେ ମିଗ୍-୨୧ ବିସନ୍ ବିମାନର ୫୧ ସ୍କ୍ବାଡ୍ରନ ଅବସର ନେବ । ଏହାବାଦ୍ ଆଉ କେବଳ ଏହାର ୩ଟି ସ୍କ୍ବାଡ୍ରନ ବାୟୁସେନାରେ କାର୍ଯ୍ୟ କରିବେ । ଏହି ଗୁଡିକୁ ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ସେନାରୁ ଅବସର ଦିଆଯିବ । ତେବେ ମିଗ୍-୨୧କୁ ବାୟୁସେନାର ଉଡନ୍ତା କଫିନ ବୋଲି ମଧ୍ୟ କୁହାଯାଏ । ଏହି ୫୧ ସ୍କ୍ବାଡ୍ରନ ୨୦୧୯ ମସିହା ଫେବୃୟାରୀ ୨୭ରେ ଭାରତ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ ବିଫଳ କରିବା ପାଇଁ ବେଶ୍ ଜଣାଶୁଣା ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.