ETV Bharat / bharat

ରାଜସ୍ଥାନ ରାଜପଥରେ ଅବତରଣ କରିବ IAF ବିମାନ, ଓହ୍ଲାଇବେ ରାଜନାଥ-ଗଡକରୀ

author img

By

Published : Sep 6, 2021, 7:03 PM IST

Updated : Sep 6, 2021, 7:25 PM IST

ରାଜସ୍ଥାନ ବାରମେର ଜାତୀୟ ରାଜପଥରେ ହେବ ଭାରତୀୟ ବାୟୁସେନାର ମକ ଜରୁରୀକାଳୀନ ଅବତରଣ । ଏହି ବିମାନ ୨ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ନିତିନ ଗଡ଼କରୀଙ୍କୁ ନେଇ ଅବତରଣ କରିବ । ଅଧିକ ପଢନ୍ତୁ...

ରାଜନାଥ, ଗଡ଼କରୀଙ୍କୁ ନେଇ ମକ୍‌ ଜରୁରୀକାଳୀନ ଅବତରଣ କରିବ IAF ବିମାନ

ନୂଆଦିଲ୍ଲୀ: ଜାତୀୟ ରାଜପଥ(NH)ରେ ଜରୁରୀକାଳୀନ ଅବତରଣ ପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ବାୟୁସେନା ବିମାନ (IAF) । ଏଥିଲାଗି ରାଜସ୍ଥାନର ବାରମେର NHରେ ଭାରତୀୟ ବାୟୁସେନା(IAF) ବିମାନର ହେବ ମକ ଜରୁରୀକାଳୀନ ଅବତରଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ନେଇ ଭାରତୀୟ ବାୟୁସେନା ଏହି ସପ୍ତାହରେ ମକ୍ ଜରୁରୀକାଳୀନ ଅବତରଣ କରିବ । ଏହା ସିହତ ବାରମେର ରାଜପଥର ସାଢେ ୩ କିଲୋମିଟର ଏୟାରଷ୍ଟ୍ରିପକୁ ମଧ୍ୟ ଉଦଘାଟିତ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ ।

IAFର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଏହି ଜାତୀୟ ରାଜପଥର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଏଥିଲାଗି ୨ କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜପଥର ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ଏହି ଜାତୀୟ ରାଜପଥ ଭାରତର ପ୍ରଥମ ଜାତୀୟ ରାଜପଥ ଭାବେ IAF ଏୟାରକ୍ରାଫ୍ଟର ଜରୁରୀକାଳୀନ ଅବତରଣ ପାଇଁ ବ୍ୟବହାର ହେବ । ଗତ ୨୦୧୭ ମସିହା ଅକ୍ଟୋବର ମାସରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବାୟୁସେନାର ଫାଇଟର ଜେଟ ଓ ପରିବହନ ବିମାନ ଅବତରଣ କରିଥିଲା । ଜରୁରୀ ସମୟରେ ବାୟୁସେନାର ବିମାନ ଅବତରଣ ପାଇଁ ଜାତୀୟ ରାଜପଥ ବ୍ୟବହାର ହୋଇପାରିବ କି ନାହିଁ ଏହାକୁ ଯାଞ୍ଚ କରିବା ପାଇଁ ଏହି ମକ ଅବତରଣ କରାଯାଉଛି ।

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ଆସୁଛି । ରାଜସ୍ଥାନ ବାରମେର ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ ତିଆରି କରିବାକୁ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ସହିତ ବାୟୁସେନା ଅଧିକାରୀ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଭାରତରେ ୧୨ଟି ଜାତୀୟ ରାଜପଥକୁ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣର ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ୨ ମନ୍ତ୍ରୀ କହିଛନ୍ତି ।

@PTI

Last Updated : Sep 6, 2021, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.