ETV Bharat / bharat

ବାଂଲାଦେଶ ମୁକ୍ତି ସଂଗ୍ରାମକୁ 50 ବର୍ଷ ପୂର୍ତ୍ତି, ପରସ୍ପରକୁ ବିମାନ ଉପହାର ଦେଲେ ଭାରତ ଓ ବାଂଲାଦେଶ - ବାଂଲାଦେଶ ବାୟୁ ସେନା

1971 ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବାର 50 ବର୍ଷକୁ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର.କେ.ଏସ୍ ଭଦୋରିଆ ବାଂଲାଦେଶ ବାୟୁସେନା (BAF) କୁ ଉପହାର ସ୍ବରୁପ ଆଲୁଏଟ୍ ତୃତୀୟ ହେଲିକପ୍ଟର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ବାଂଲାଦେଶ ମୁକ୍ତି ସଂଗ୍ରାମକୁ 50 ବର୍ଷ ପୂର୍ତ୍ତି, ପରସ୍ପରକୁ ବିମାନ ଉପହାର ଦେଲେ ଭାରତ ଓ ବାଂଲାଦେଶ

author img

By

Published : Feb 27, 2021, 9:24 PM IST

ଢାକା: 1971 ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବାର 50 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ବାଂଲାଦେଶ ବାୟୁସେନା (BAF) କୁ ଉପହାର ସ୍ବରୂପ ଆଲୁଏଟ ତୃତୀୟ ସଂସ୍କରଣର ଏକ ହେଲିକପ୍ଟର ସ୍ବରୂପ ପ୍ରଦାନ କରିଛନ୍ତି । ସେହିପରି ସମାନ ଭାବେ ପ୍ରତ୍ୟାବର୍ତ୍ତନ ସ୍ବରୁପ ଢାକା ମଧ୍ୟ ଏକ F-86 ସାବର ବିମାନ ଭାରତୀୟ ବାୟୁ ସେନାକୁ ଉପହାର ଦେଇଛନ୍ତି । ଏହି ବିମାନ F-86 ଯାହାକି 1971 ଯୁଦ୍ଧ ପରେ BAF ଦ୍ବାରା ପୁନଃସ୍ଥାପିତ ହୋଇଥିଲା। ଉଭୟ ଉପହାର ସ୍ବରୁପ ମିଳିଥିବା ବିମାନ ଉଭୟ ଦେଶରେ ସଂଗ୍ରହାଳୟରେ ସ୍ଥାନ ପାଇବ ବୋଲି ବାୟୁ ସେନା ଏକ ଟ୍ବିଟରେ କହିଛି ।

ବାଂଲାଦେଶ ମୁକ୍ତି ସଂଗ୍ରାମକୁ 50 ବର୍ଷ ପୂର୍ତ୍ତି, ପରସ୍ପରକୁ ବିମାନ ଉପହାର ଦେଲେ ଭାରତ ଓ ବାଂଲାଦେଶ
ବାଂଲାଦେଶ ମୁକ୍ତି ସଂଗ୍ରାମକୁ 50 ବର୍ଷ ପୂର୍ତ୍ତି, ପରସ୍ପରକୁ ବିମାନ ଉପହାର ଦେଲେ ଭାରତ ଓ ବାଂଲାଦେଶ

ଏହି ଲଢୁଆ ବିମାନ ଆଦାନ ପ୍ରଦାନ ପ୍ରକ୍ରିୟା ଢାକାରେ ଅନୁଷ୍ଠିତ ହୋଇଛି । ଭାରତୀୟ ବାୟୁ ସେନା ମୁଖ୍ୟ ଆର କେଏସ ଭଦୋରିଆ 4 ଦିନିଆ ଢାକା ଗସ୍ତରେ ଥିବା ବେଳେ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଛନ୍ତି ଦୁଇ ଦେଶର ବାୟୁସେନା କର୍ତ୍ତୃପକ୍ଷ । ଏହି ପ୍ରକ୍ରିୟାବେଳେ ଦୁଇ ଦେଶର ବରିଷ୍ଠ ସାମରିକ ଅଧିକାରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଭାରତୀୟ ଏୟାରଚିଫ ବାଂଲାଦେଶର ଉଚ୍ଚସ୍ତରୀୟ ସାମରିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ପାକିସ୍ତାନ ସହ ମୁକ୍ତି ସଂଗ୍ରାମକୁ 50 ବର୍ଷ ପୂର୍ତ୍ତି ହୋଇଛି। । ଭାରତ ଏବଂ ବାଂଲାଦେଶ ମୁକ୍ତି ଯୁଦ୍ଧର 50 ବର୍ଷ ପାଳନ କରୁଛି । 1971ରେ ହୋଇଥିବା ଏହି ଯୁଦ୍ଧରେ ପାକିସ୍ତାନୀ ସେନା ବାଂଲାଦେଶ ଛାଡି ଫେରିବାକୁ ବାଧ୍ୟ ହୋଇଥିଲା । ପାକର ପ୍ରାୟ 90,000 ସୈନ୍ୟ ଆତ୍ମସମର୍ପଣ କରିଥିଲେ । 1971 ମସିହାରେ ପାକରୁ ପୃଥକ ହୋଇ ସ୍ବତନ୍ତ୍ର ମାନ୍ୟତା ପାଇଥିଲା ବାଂଲାଦେଶ । ସେହି ନିର୍ଣ୍ଣାୟକ ଯୁଦ୍ଧର 50 ତମ ବାର୍ଷିକୀ ପାଳନ କରିବାକୁ ଉଭୟ ଦେଶ ଦ୍ବାରା ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.