ETV Bharat / bharat

ସମନ୍ବିତ ଯୁଦ୍ଧକ୍ଷେତ୍ରରେ ବାୟୁସେନାର ରହିଛି ପ୍ରମୁଖ ଭୂମିକା: IAF ମୁଖ୍ୟ

author img

By

Published : Feb 3, 2022, 10:44 PM IST

ସାମ୍ପ୍ରତିକ ଯୁଦ୍ଧକ୍ଷେତ୍ରରେ ବାୟୁସେନାର ପ୍ରମୁଖ ଭୂମିକା ରହିଥିବା କହିଲେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ । ଅଧିକ ପଢନ୍ତୁ

ଆଧୁନିକ ଯୁଦ୍ଧକ୍ଷେତ୍ରରେ ବାୟୁସେନାର ରହିଛି ପ୍ରମୁଖ ଭୂମିକା: IAF ମୁଖ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧୁନିକ ସାମରିକ ରଣନୀତିରେ ଭାରତୀୟ ବାୟୁସେନାର ଭୂମିକାକୁ ଗୁରୁତ୍ବପୂର୍ଣ୍ଣ ଦର୍ଶାଇଲେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରଞ୍ଜନ ଚୌଧୁରୀ । ସ୍ୱର୍ଗତ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାୱତ ଓ ତତ୍କାଳୀନ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୋରିଆଙ୍କ ମଧ୍ୟରେ ଥିବା ମତପ୍ରାର୍ଥକ୍ୟ ସମ୍ପର୍କରେ ମତ ରଖିଛନ୍ତି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ କହିଛନ୍ତି ଆଧୁନିକ ଯୁଦ୍ଧ ରଣନୀତିରେ ବାୟୁସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଥିବା ଦୋହରାଇଛନ୍ତି ଏୟାରଚିଫ ।

ପ୍ରଜ୍ଞାନ କନକ୍ଲେଭ 2022ରେ ସାମିଲ ହୋଇ 'ଭବିଷ୍ୟତର ଯୁଦ୍ଧ ଏବଂ ପ୍ରତିରୋଧ' ନାମକ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଏୟାର ଚିଫ କହିଛନ୍ତି, ଅତୀତରେ ରାଷ୍ଟ୍ରଗୁଡିକର ଉତ୍ଥାନ ଏବଂ ପତନ ସେମାନଙ୍କ ସ୍ଥଳ ସେନାର ଶକ୍ତି ଓ ସାମର୍ଥ୍ୟ ଦ୍ବାରା ନିର୍ଣ୍ଣୟ କରାଯାଉଥିଲା । ଗତ କିଛି ଦଶନ୍ଧି ଧରି ସାମରିକ ରଣନୀତିରେ ପରିବର୍ତ୍ତନ ଆସିଛି । ପରିବର୍ତ୍ତିତ ସ୍ଥିତିରେ ବାୟୁସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିସାରିଲାଣି ସେଥିରେ ସନ୍ଦେହ ନାହିଁ ।

2021 ମସିହା ଜୁଲାଇ 2 ତାରିଖରେ ବାୟୁସେନାର ଭୂମିକାକୁ ନେଇ ସିଏସଡି ଜେନେରାଲ ରାୱତ ଏବଂ ତତ୍କାଳୀନ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆଙ୍କ ମଧ୍ୟରେ ସାମାନ୍ୟ ମତପାର୍ଥକ୍ୟ ସାମ୍ନାକୁ ଆସିଥିଲା । ଦେଶରେ ଏକକ ବାୟୁ ପ୍ରତିରକ୍ଷା କମାଣ୍ଡ ପ୍ରତିଷ୍ଠା ଦିଗରେ କୌଣସି ଅସହମତି ରହିବା ଆବଶ୍ୟକ ନୁହେଁ ବୋଲି ଏକ ସାକ୍ଷାତକାରରେ ସିଡିଏସ ଜେନେରାଲ ରାଓ୍ବତ କହିଥିଲେ। ଭାରତୀୟ ସଶସ୍ତ୍ର ବଳରେ ବାୟୁସେନା ଏକ ସହାୟକ ଭୂମିକାରେ ଥିବା ସିଡିଏସ କହିଥିଲେ ।

ତତ୍କାଳୀନ ବାୟୁସେନା ମୁଖ୍ୟ ସିଡିଏସଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ବାୟୁସେନା କେବଳ ଏକ ସହାୟକ ବଳ ନୁହେଁ ବରଂ ଏହା ଆଧୁନିକ ସାମରିକ ରଣନୀତିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଥିବା କହିଥିଲେ । ସମନ୍ବିତ ଯୁଦ୍ଧ କୌଶଳ ପାଇଁ ବାୟୁସେନାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ଦର୍ଶାଇଥିଲେ ଏୟାର ମାର୍ଶଲ ଭଦୋରିଆ ।

ଏୟାର ମାର୍ଶଲ ଚୌଧୁରୀ କହିଛନ୍ତି, ବର୍ତ୍ତମାନର ଦ୍ୱନ୍ଦ୍ୱ ଏବଂ ସାମରିକ ଘଟଣାବଳୀ ଆମକୁ ବର୍ତ୍ତମାନର ଆବଶ୍ୟକ ରଣନୀତି ସମ୍ପର୍କରେ ସୂଚନା ଦେଇଆସୁଛି । ପ୍ରତିରକ୍ଷା କ୍ଷେତ୍ର କେବଳ ପୂର୍ବପ୍ରଚଳିିତ ସିଦ୍ଧାନ୍ତ ବା ଧାରାରେ ଆଗକୁ ବଢିପାରିବ ନାହିଁ । ବର୍ତ୍ତମାନର ସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମକୁ ସାମରିକ ରଣନୀତିରେ ନିରନ୍ତର ପ୍ରଗତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.