ETV Bharat / bharat

କ୍ୟାସ ଫର କ୍ବାରୀ ମାମଲା: ‘ଗୃହରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହେଲେ ନିଜ ପକ୍ଷ ରଖିବି ’

author img

By ETV Bharat Odisha Team

Published : Dec 4, 2023, 6:37 PM IST

ଲୋକସଭାରେ ସଭ୍ୟପଦ ରଦ୍ଦ ନେଇ ଏଥିକ୍ସ କମିଟିର ସୁପାରିଶ ରିପୋର୍ଟ ଆଗତ ହେଲେ ପକ୍ଷ ରଖିବେ କହିଲେ ମୋଇତ୍ରା । ଶଶୀ ଥରୁର କହିଲେ ପକ୍ଷ ରଖିବାକୁ ମୋଇତ୍ରାଙ୍କୁ ସୁଯୋଗ ମିଳିବା ଉଚିତ । ଅଧିକ ପଢନ୍ତୁ

କ୍ବାସ ଫର କ୍ବାରୀ ମାମଲା: ‘ଗୃହରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହେଲେ ନିଜ ପକ୍ଷ ରଖିବି ’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ‘କ୍ୟାସ ଫର କ୍ବାରୀ’ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଚଳିତ ଶୀତ ଅଧିବେଶନରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଆଜିଠାରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହାରି ମଧ୍ୟରେ ମହୁଆଙ୍କ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ । ଘଟଣାର ତଦନ୍ତ କରିଥିବା ସଂସଦ ଏଥିକ୍ସ କମିଟି ମହୁଆଙ୍କ ବିରୋଧରେ ଲୋକସଭା ବାଚସ୍ପତିଙ୍କୁ ଯେଉଁ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଛି, ସେହି ରିପୋର୍ଟ ଗୃହରେ ଆଗତ ହେବ । ତେବେ ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ମହୁଆ । ଏ ସଂକ୍ରାନ୍ତରେ କିଛି ପ୍ରତିକ୍ରିୟା ରଖିବାକୁ ମନା କରିବା ସହ ସୁପାରିଶ ରିପୋର୍ଟ ଗୃହରେ ଆଗତ ହେଲେ ସେ ନିଜ ପକ୍ଷ ରଖିବେ ବୋଲି କହିଛନ୍ତି ।

ଅନ୍ୟପଟେ ମହୁଆଙ୍କ ସମର୍ଥନରେ ପ୍ରଥମରୁ କିଛି ବିରୋଧୀ ସାଂସଦ ରହି ଆସିଛନ୍ତି । ଏହି ମାମଲାରେ ମହୁଆଙ୍କୁ ଗୃହରେ ନିଜ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପକ୍ଷ ରଖିବାକୁ ସୁଯୋଗ ଦିଆଯିବା ଉଚିତ ବୋଲି କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି । ଏହି ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବେ ଏହି ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି । ଲୋକସଭାରେ ଦଳର ଫ୍ଲୋରଲିଡର ଅଧୀର ରଞ୍ଜନ ଚୌଧୁରୀ ମାମଲାରେ ଏଥିକ୍ସ କମିଟି ବାଚସ୍ପତିଙ୍କୁ ସୁପାରିଶ କରିଥିବା ରିପୋର୍ଟକୁ ଲିକ୍‌ କରିଛନ୍ତି ବୋଲି ଦୁବେ ଅଭିଯୋଗ କରିଛନ୍ତି ।

ଏହା ମଧ୍ଯ ପଢନ୍ତୁ :- ସଦସ୍ୟତା ଫେରିପାଇଲେ ରାଘବ, ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ

ଦୁଇ ଦିନ ତଳେ ଏହି ପ୍ରସଙ୍ଗରେ ଅଧୀର ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଏଥିକ୍ସ କମିଟି କରିଥିବା ସାଂସଦ ପଦ ରଦ୍ଦ ସୁପାରିଶକୁ ଉଚିତ ପଦକ୍ଷେପ ନୁହେଁ ବୋଲି ଦର୍ଶାଇବାକୁ ପ୍ରୟାସ କରିଥିଲେ । ସଭ୍ୟପଦ ରଦ୍ଦ ଏକ କଠୋରତମ ଦଣ୍ଡ ଓ ଏହାକୁ ମହୁଆଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଗଲେ,ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ବୋଲି ଅଧୀର ଚିଠିରେ ଉଲ୍ଲେଖ କରିଥିଲେ । ଏସବୁ ଆଲୋଚନା ମଧ୍ୟରେ ଖୁବଶୀଘ୍ର ଲୋକସଭାରେ ଏହି ଏଥିକ୍ସ କମିଟି ରିପୋର୍ଟ ଆଗତ ହୋଇପାରେ । ଆସନ୍ତା (2024) ଲୋକସଭା ନିର୍ବାଚନ ମାତ୍ର 3 ମାସ ଥିବା ବେଳେ ଯଦି ସୁପାରିଶକୁ ଗ୍ରହଣ କରି ବାଚସ୍ପତି ମହୁଆଙ୍କ ସାଂସଦ ପଦ ରଦ୍ଦ କରନ୍ତି, ତେବେ ମହୁଆଙ୍କ ରାଜନୈତିକ କ୍ୟାରିୟର କ’ଣ ହେବ ସେନେଇ ଚର୍ଚ୍ଚା ଲାଗି ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.