ETV Bharat / bharat

ଆସନ୍ତା ବିଧାନସଭା ନିର୍ବାଚନରେ ଲଢିବେନି ବିଏସ ୟେଦିରପ୍ପା

author img

By

Published : Jan 30, 2023, 8:00 AM IST

ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରପ୍ପା । ଅଧିକ ପଢନ୍ତୁ

ଆସନ୍ତା ବିଧାନସଭା ନିର୍ବାଚନରେ ଲଢିବେନି ବିଏସ ୟେଦିରପ୍ପା
ଆସନ୍ତା ବିଧାନସଭା ନିର୍ବାଚନରେ ଲଢିବେନି ବିଏସ ୟେଦିରପ୍ପା

ବେଙ୍ଗାଲୁରୁ: ଚଳିତ ବର୍ଷ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ ୟେଦିରପ୍ପା ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ । ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଏବେ ନିର୍ବାଚନ ମଧ୍ୟ ଲଢିବେନି ବୋଲି ଆଜି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ତାଙ୍କୁ ୮୦ ବର୍ଷ ବୟସ ହେଲାଣି । ବର୍ତ୍ତମାନ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତାରେ ନକରି ଦଳକୁ ମଜଭୁତ କରିବା ପାଇଁ ସାରା ରାଜ୍ୟ ଭ୍ରମଣ କରିବେ ବୋଲି କହିଛନ୍ତି ।

ବେଲଗାଭିଠାରେ ୟେଦିରପ୍ପା ଗଣମାଧ୍ୟମକୁ କହିଛନ୍ତି ଯେ, ସାଂସଦ ଭାବେ ବି ୱାଇ ରାଘବେନ୍ଦ୍ର ଏବଂ ବିଜେପି ରାଜ୍ୟ ଉପସଭାପତି ବି ୱାଇ ବିଜୟେନ୍ଦ୍ର ଦଳର ସଂଗଠନକୁ ଆହୁରି ସୁଦଢ କରିବା ପାଇଁ ଯାତ୍ରା କରୁଛନ୍ତି । ସେ ମଧ୍ୟ ବିଜୟେନ୍ଦ୍ରଙ୍କ ସହ ରାଜ୍ୟ ଭ୍ରମଣ କରୁଛନ୍ତି । ତେବେ ଏଯାଏଁ ସେ ଦଳରୁ ଅବସର ନେଇନାହାନ୍ତି । ଆସନ୍ତା ନିର୍ବାଚନରେ ଦଳ ପାଇଁ କାର୍ଯ୍ୟ କରିବେ ଓ କର୍ଣ୍ଣାଟକରେ ପୁଣିଥରେ ବିଜେପିକୁ କ୍ଷମତାକୁ ଆଣିବାକୁ ଉଦ୍ୟମ କରିବେ । ଏହାସହିତ ଜାତୀୟ ରାଜନୀତିରେ ମଧ୍ୟ ପ୍ରବେଶ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ଜାତୀୟ ରାଜନୀତିକୁ ଆମନ୍ତ୍ରିତ କରିଥିଲେ । ହେଲେ କର୍ଣ୍ଣାଟକରେ ପାର୍ଟି ତାଙ୍କୁ ସମସ୍ତ ସମ୍ମାନ, ଅଧିକାର ଓ ମାନ୍ୟତା ଦେଇଛି । ତେଣୁ ଏବେ ପାର୍ଟିକୁ ଫେରାଇବାର ସମୟ ଆସିଛି ଓ ଏହା ତାଙ୍କର ଦାୟିତ୍ବ ବୋଲି ୟେଦିରପ୍ପା କହିଛନ୍ତି । ଏହାସହିତ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିର ବିଜୟକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ନିର୍ବାଚନ ପୂର୍ବରୁ ଅନେକ ବ୍ୟକ୍ତି ନିଜକୁ ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି । କ୍ଷମତା ଗାଦିରେ ବସିବାକୁ ଦିବାସ୍ବପ୍ନ ଦେଖୁଛନ୍ତି । କିନ୍ତୁ ଯେମିତି ସୂର୍ଯ୍ୟ ଚନ୍ଦ୍ରଙ୍କ ଉପସ୍ଥିତି ସତ୍ୟ, ସେମିତି ବିଜେପି କର୍ଣ୍ଣାଟକରେ କ୍ଷମତାକୁ ଆସିବା ସତ୍ୟ । ଦଳ ୧୪୦ ଆସନ ଦଖଲ କରିବ ବୋଲି ଏହି ବିଜେପି ନେତା କହିଛନ୍ତି । ଏହାସହିତ ଆସନ୍ତା ନିର୍ବାଚନରେ ଦଳ କାହାକୁ ଟିକେଟ୍ ଦେବ ତାହା ଆଲୋଚନା ଓ ଦୁଇଥର ସର୍ଭେ କରାଯିବା ପରେ ସ୍ଥିର କରାଯିବ ବୋଲି ଜଣାଇଛନ୍ତି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥିଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.