ETV Bharat / bharat

ମଙ୍ଗଳବାର ED ନିକଟରେ ହାଜର ହେବିନି: ଶିବସେନା ସାଂସଦ ସଞ୍ଜୟ ରାୱତ - ED ନିକଟରେ ହାଜର ହେବେନି ସଞ୍ଜୟ ରାଉତ

ଜୁନ୍‌ ୨୮ ତାରିଖରେ ED ନିକଟରେ ହାଜର ହେବେ ନାହିଁ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାୱତ । ED ନିକଟରେ ହାଜର ହେବାକୁ ସେ ସମୟ ମାଗିବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ମଙ୍ଗଳବାର ED ନିକଟରେ ହାଜର ହେବେନି କହିଲେ ଶିବସେନା ସାଂସଦ ସଞ୍ଜୟ ରାଉତ

author img

By

Published : Jun 27, 2022, 4:17 PM IST

ମୁମ୍ବାଇ: ଜୁନ୍‌ ୨୮ ତାରିଖରେ ED ନିକଟରେ ହାଜର ହେବେ ନାହିଁ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାୱତ । ED ନିକଟରେ ହାଜର ହେବାକୁ ସେ ସମୟ ମାଗିବେ ବୋଲି କହିଛନ୍ତି । ଅଲିବାଗ୍‌ରେ ଏକ ବୈଠକରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସେ ଆସନ୍ତାକାଲି ଇଡି ନିକଟରେ ହାଜର ହୋଇପାରିବେ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ସଞ୍ଜୟ ରାୱତ କହିଛନ୍ତି ଯେ, "ମୁଁ ଜାଣିଥିଲି ମୋତେ ଇଡି ସମନ୍‌ କରିବ । କିନ୍ତୁ ମୁଁ ଭାଙ୍ଗିବି ନାହିଁ । ବିଦ୍ରୋହୀ ବିଧାୟକ କଣ କରୁଛନ୍ତି ସେଥିରେ କିଛି ଯାଏ ଆସେ ନାହିଁ । କିନ୍ତୁ ମୁଁ କେବେ ଗୌହ୍ବାଟୀ ରାସ୍ତା ଆପଣାଇବି ନାହିଁ । ମୁଁ ସବୁବେଳେ ମୋ ଦଳ ସହ ରହିବି । ମୁଁ ମଙ୍ଗଳବାର ଇଡି ନିକଟରେ ହାଜର ହୋଇପାରିବି ନାହିଁ । ମୁଁ ସମୟ ମାଗିବି । କିନ୍ତୁ ମୁଁ ଇଡି ନିକଟରେ ନିଶ୍ଚୟ ହାଜର ହେବି ।"

ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ (Patra Chawl land scam case) ଆସନ୍ତାକାଲି (ଜୁନ 28)ରେ ବରିଷ୍ଠ ନେତା ସଞ୍ଜୟ ରାୱତଙ୍କୁ ହାଜର ହେବାକୁ ED(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌ କରିଥିଲା । ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ପୂର୍ବରୁ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ଏହି ମାମଲାରେ ସଂମ୍ପୃକ୍ତି ଅଭିଯୋଗରେ ସଞ୍ଜୟ ରାୱତଙ୍କର କିଛି ସମ୍ପତ୍ତି ମଧ୍ୟ ଜବତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.