ETV Bharat / bharat

‘ବିହାରରେ ବିସର୍ଜନ ହେବେ ନୀତିଶ-ଏନଡିଏ’

author img

By

Published : Oct 26, 2021, 3:51 PM IST

ବିଧାନସଭା ଆସନ ପାଇଁ ଧାର୍ଯ୍ୟ ଉପନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ସେ କୁଶେଶ୍ବର ଆସ୍ଥାନ (ଏସସି) ଏବଂ ତାରାପୁରରେ ପ୍ରଚାର କରିବେ । ସେହିପରି ବିହାରରେ ନିତୀଶ ଓ ଏନଡିଏ ସରକାରର ବିସର୍ଜନ ନିଶ୍ଚିନ୍ତ ହେବ । ଅଧିକ ପଢନ୍ତୁ...

ଲାଲୁ ଯାଦବ
ଲାଲୁ ଯାଦବ

ପାଟନା: ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ବିଧାନସଭା ଆସନ ପାଇଁ ଧାର୍ଯ୍ୟ ଉପ-ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ସେ କୁଶେଶ୍ବର ଆସ୍ଥାନ (ଏସସି) ଏବଂ ତାରାପୁରରେ ପ୍ରଚାର କରିବେ । ସେହିପରି ବିହାରରେ ନିତୀଶ ଓ ଏନଡିଏ ସରକାରର ବିସର୍ଜନ ନିଶ୍ଚିନ୍ତ ହେବ ।

ଗଣମାଧ୍ୟମକୁ ସୂଚନା ଦେଇ ଲାଲୁ କହିଛନ୍ତି ଯେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଟି ନିର୍ବାଚନ ହାତଛଡା କରିଛି । ବିହାରବାସୀଙ୍କ ପାଇଁ ଖୁବଶୀଘ୍ର ସୁସ୍ଥ ହୋଇଛି ସେଥିପାଇଁ ସେମାନଙ୍କୁ ବହୁତ ଭଲ ପାଏ । ଅକ୍ଟୋବର ୨୭ରେ କୁଶେଶ୍ବର ଆସ୍ଥାନ (ଏସସି) ଏବଂ ତାରାପୁରରେ ପ୍ରଚାର କରିବି । ତେଜସ୍ବୀ ଉଭୟ ସ୍ଥାନରେ ପ୍ରଚାର କରୁଛନ୍ତି ଏବଂ ଏନଡିଏକୁ ସାମ୍ନା କରିବାକୁ ଦଳକୁ ଦୃଢ କରୁଛନ୍ତି । ସେ ଆହୁରି କହିଛନ୍ତି ଦଳ ବହୁମତରେ ଉପନିର୍ବାଚନ ଜିତିବ ।

ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦ୍ବାରା ଉତ୍ସାହିତ କରାଯାଇଛି। 'ଦେଶ କା ପିଏମ କୈସା ହୋ ନୀତୀଶ କୁମାର ଜେସା ହୋ' (ଜଣେ ପ୍ରଧାନମନ୍ତ୍ରୀ ନୀତୀଶଙ୍କ ପରି ହେବା ଉଚିତ) ଏଭଳି ସ୍ଲୋଗାନ ଦେଇ ନୀତିଶଙ୍କୁ ଲୋଭ ଦେଖାଇଛି ବିଜେପି ।

ଏପ୍ରିଲ ମାସରେ ଝାଡଖଣ୍ଡ ହାଇକୋର୍ଟ ଯାଦବଙ୍କୁ ଜାମିନ ପ୍ରଦାନ କରିଥିଲେ। ଦୁଇ ବର୍ଷ ଧରି ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାନୁଆରୀରେ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.