ETV Bharat / bharat

ଖୁସବୁ ସୁନ୍ଦରଙ୍କ ଚାଞ୍ଚଲ୍ୟକର ଖୁଲାସା, 8 ବର୍ଷର ହୋଇଥିବାବେଳେ ବାପା କରୁଥିଲେ ଅସଦାଚରଣ - ଜାତୀୟ ମହିଳା କମିଶନର ସଦସ୍ୟା

ବାପାଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଛନ୍ତି ଖୁସବୁ ସୁନ୍ଦର । 8ବର୍ଷ ବୟସରେ ତାଙ୍କ ବାପା ତାଙ୍କୁ ଅସଦାଚରଣ କରିଥିବା ସାକ୍ଷାତକାରେ କହିଲେ ଖୁସବୁ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 6, 2023, 9:35 AM IST

ଚେନ୍ନାଇ: ଆଠ ବର୍ଷ ବୟସରେ ଅସଦାଚରଣର ଶିକାର ହୋଇଥିଲେ ଜାତୀୟ ମହିଳା କମିଶନର ସଦସ୍ୟା ତଥା ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଖୁସବୁ ସୁନ୍ଦର । ଅନ୍ୟ କେହି ନୁହେଁ ବର ନିଜ ବାପା ତାଙ୍କୁ ଅସଦାଚରଣ କରିଥିବା ଏକ ଗଣମାଧ୍ୟମରେ ସାକ୍ଷାତକାର ଦେଉଥିବା ସମୟରେ କହିଛନ୍ତି ଖୁସବୁ । ସେ କହିଛନ୍ତି ଯେ, ''ଯେତେବେଳେ ଗୋଟିଏ ଶିଶୁ ଯୌନ ନିର୍ଯାତନାର ଶିକାର ହୁଏ, ସେତେବେଳେ ଏହି ଦାଗ ଜୀବନସାରା ରହିଥାଏ । ତେଣୁ ସେ ପୁଅ ହେଉ ଅବା ଝିଅ । ବିବାହ କରିବା ମୋ ମାଆ ପାଇଁ ଯେମିତି ଏକ ଅଭିଶାପ ପାଲଟିଯାଇଥିଲା । ମୋ ବାପା ଭବନ୍ତି ଯେ, ପତ୍ନୀ ଓ ପିଲାଙ୍କୁ ମା଼ଡ ମାରିବା ଝିଅକୁ ଅସଦାଚରଣ କରିବା ତାଙ୍କର ଜନ୍ମଗତ ଅଧିକାର । ''

ଏହା ମଧ୍ୟ ପଢନ୍ତୁ-ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ

''ମୋତେ ବାପା ଅସଦାଚରଣ କରୁଥିଲେ ମଧ୍ୟ ଭୟରେ ମୁଁ କାହାକୁ କହୁନଥିଲି । ମୋ ମାଆକୁ ଏ ବିଷୟରେ କହିଲେ ସେ ବିଶ୍ବାସ କରିବେ ନା ନାହିଁ ବୋଲି ମଧ୍ୟ ଭାବୁଥିଲି । କାହିଁକିନା କିଛିବି ହୋଇଯାଉ ପଛେ କିନ୍ତୁ ମୋ ସ୍ବାମୀ ଦେବତା ବୋଲି ସେ ଭାବୁଥିଲେ । ଯେତେବେଳେ ମୋତେ 15 ବର୍ଷ ବୟସ ହୋଇଥିଲା ସେତେବେଳେ ମୁଁ ଭାବିଥିଲି ଏବେ ବାପାଙ୍କ ବିରୋଧରେ ମୁହଁ ଖୋଲିବାର ଅଛି । ଏହାପରେ ମୋତେ ଯେତେବେଳେ 16 ବର୍ଷ ହୋଇଥିଲା ସେତେବେଳେ ବାପା ଘର ଛାଡି ପଳାଇଥିଲେ । ସେ ସମୟରେ ପରିବାର କେମିତି ଚଳିବ ସେନେଇ କାହାକୁ କିଛି ଜଣାନଥିଲା । ''

ଏହା ମଧ୍ୟ ପଢନ୍ତୁ-Umesh Pal Murder case: ଉମେଶ ପାଲ ହତ୍ୟାକାରୀକୁ ପୋଲିସର ଏନକାଉଣ୍ଟର

ଖୁସବୁ ସୁନ୍ଦର ଏକା ଧାରାରେ ଜଣେ ଅଭିନେତ୍ରୀ, ସିନେମା ପ୍ରଯୋଜକ ଏବଂ ଉପସ୍ଥାପିକା ଥିଲେ । ଏହାପରେ ରାଜନୀତିରେ 2010ରେ ପାଦ ଥାପିଥିଲେ ଖୁସବୁ । ପ୍ରଥମେ ଡିଏମକେରେ ଯୋଗ ଦେଇଥିଲେ । ସେତେବେଳେ ଡିଏମକେର ଭାର ଏମ କରୁଣାନିଧିଙ୍କ କାନ୍ଧରେ ଥିଲା । ତେବେ କରୁଣାନିଧିଙ୍କ ନେତୃତ୍ବରେ ଖୁସବୁ ରାଜନୈତିକ କ୍ୟାରିଅରର ଆରମ୍ଭ କରିଥିଲେ । ପରେ କଂଗ୍ରେସରେ ସାମିଲ ହୋଇ ଦଳର ମୁଖପାତ୍ର ହୋଇଥିଲେ ।

ଏହାପରେ କଂଗ୍ରେସ ଛାଡି 2020 ଅକ୍ଟୋବର ମାସରେ ବିଜେପିରେ ସାମିଲ ହୋଇଥିଲେ ଖୁସବୁ । 2021 ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଥାଉଜେଣ୍ଡ୍‌ସ ଲାଇଟ ବିଧାନସଭା ଆସନରୁ ଟିକେଟ ଦେଇଥିଲା ବିଜେପି । କିନ୍ତୁ ପ୍ରତିଦ୍ବନ୍ଦି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ ସେ । ଖୁସବୁ ହେଉଛନ୍ତି ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ । ସେ 200ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.