ETV Bharat / bharat

ମୁଁ CAAକୁ ସମର୍ଥନ କରେ: ଆସାମ ମୁଖ୍ୟମନ୍ତ୍ରୀ - ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ବ ଶର୍ମା

ନାଗରିକତା ସଂଶୋଧନ ଅଧିନିୟମକୁ ସମର୍ଥନ କରନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଏକ ସାଧାରଣ ସଭାରେ ସେ ଯୋଗ ଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

I remain supporter of CAA: Assam CM
CAA ସମର୍ଥକ ଆସାମ ମୁଖ୍ୟମନ୍ତ୍ରୀ
author img

By

Published : Jul 22, 2021, 1:39 PM IST

ଗୌହାଟୀ: ନାଗରିକତା ସଂଶୋଧନ ଅଧିନିୟମକୁ ସମର୍ଥନ କରନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏକ ସାଧାରଣ ସଭାରେ ସେ ଯୋଗ ଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି । ନାଗରିକତା ସଂଶୋଧନ ଆଇନର ଜଣେ ସମର୍ଥକ ହୋଇଥିବାରୁ ଆସାମ ସଂସ୍କୃତିକୁ ସୁରକ୍ଷା ଦେବା ଓ ନିର୍ଯାତିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ତାଙ୍କର କର୍ତ୍ତବ୍ୟ । ଆସାମବାସୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାକୁ ପଡିବ । ଆସାମ ସଂସ୍କୃତିର ସୁରକ୍ଷା ଏବଂ ଐତିହାସିକ କର୍ତ୍ତବ୍ୟ ପାଳନ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

  • “Sarve Bhavantu Sukhinah"…
    We have a historical duty towards the persecuted people.

    I am a supporter of CAA. At the same time, we have to strike a right balance between protecting the Assamese culture and fulfilling our historical duty. pic.twitter.com/xYl0EekFHB

    — Himanta Biswa Sarma (@himantabiswa) July 21, 2021 " class="align-text-top noRightClick twitterSection" data=" ">

ଏନେଇ ଏକ ଟୁଇଟ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ହିମନ୍ତ କହିଛନ୍ତି ଆମେ ସମ୍ବିଧାନର ଶପଥ ନେଇଛୁ । ନିର୍ଯାତିତ ଲୋକଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି । ଆମେ ‘ସର୍ଭ ଭବନ୍ତ ସୁଖୀନଃ’ ନୀତିରେ କାମ କରୁଛୁ । ସେହି ଦୃଷ୍ଟିରୁ ନାଗରିକ ସଂଶୋଧନ ଆଇନ ଲାଗୁ କରିବା ଜରୁରୀ, ଓ ମୁଁ ଏହାର ବଡ ସମର୍ଥକ ମଧ୍ୟ ବୋଲି ହିମନ୍ତ କହିଛନ୍ତି ।

ନାଗରିକତା ସଂଶୋଧନ ଅଧିନିୟମ 2019 (ସିଏଏ) । ପଡୋଶୀ ରାଷ୍ଚ୍ରମାନଙ୍କରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ପଳାୟନ କରିଥିବା ଶରଣାର୍ଥୀଙ୍କୁ ସୁରକ୍ଷା ପ୍ରଦାନ କରିବା ଭିତ୍ତିରେ ଏହି ଅଧିନିୟମ ପାରିତ ହୋଇଥିଲା । ଏହି ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯାତିତ ହୋଇ ଆସି ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରାଯିବ । ତେବେ ଏହି ସବୁ ରାଷ୍ଟ୍ରରେ ଅଣ-ମୁସଲିମ ହିଁ ସଂଖ୍ୟାଲଘୁ ହୋଇଥିବାରୁ ଏହାକୁ ନେଇ ଅନେକ ବିରୋଧ ଦେଖା ଦେଇଥିଲା । ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧରେ କୋର୍ଟରେ ମାମଲା ମଧ୍ୟ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.