ETV Bharat / bharat

ଦଳର ସ୍ଥାନ ନୁହେଁ, ଜନତାଙ୍କ ହୃଦୟ ଜରୁରୀ: ନୀତିନ ପଟେଲ

author img

By

Published : Sep 13, 2021, 11:50 AM IST

ନୀତିନ କହିଛନ୍ତି ବିଜେପି ଏକ ଦଳ ନୁହେଁ ଗୋଟିଏ ବିଚାରଧାରା । ଗୋଟିଏ ସଂସ୍କାର, ଭାରତୀୟ ମୁଲ୍ୟବୋଧକୁ ନେଇ ପରିଚାଳିତ ହେଉଥିବା ଦଳ । ଏଠି ଦଳର ନିଷ୍ପତି ସର୍ବମାନ୍ୟ । କେହି ଦଳର ଉର୍ଦ୍ଧ୍ବରେ ନୁହଁନ୍ତି । ଦଳ ଏକ ଲମ୍ବା ରାଜନୀତି ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ଅଧିକ ପଢନ୍ତୁ..

ନୀତିନ ପଟେଲ
ନୀତିନ ପଟେଲ

ଗାନ୍ଧୀନଗର: ଆଜି ଅପରାହ୍ନରେ ଶପଥ ନେବେ ଗୁଜୁରାଟର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଗତକାଲି (ରବିବାର) ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କ ନା ଉପରେ ମୋହର ମାରିଛନ୍ତି ବିଧାୟକ ଦଳ । ମୁଖ୍ୟମନ୍ତ୍ରୀ ପାଇଁ ଅନେକ ହେଭିୱେଟ ଦାବିଦାର ଥିଲେ । ମାତ୍ର ଆଦୌ ଚର୍ଚ୍ଚାରେ ନଥିବା ଭୂପେନ୍ଦ୍ର ବାଜି ମାରିନେଲେ । ନୂଆ ମୁଖ୍ୟମନ୍ତ୍ରୀ ଚୟନର କିଛି ଘଣ୍ଟା ପରେ ଆଶାୟୀ ଥିବା ତଥା ବିଜୟ ରୂପାଣୀ ସରକାରଙ୍କ ଦୁଇ ନମ୍ବର ମନ୍ତ୍ରୀ ନୀତିନ ପଟେଲ ନିଜ ଆଶାକୁ ଚାପି ରଖିପାରି ନାହାଁନ୍ତି ।

ରବିବାର ସଂଧ୍ୟାର ମେହଶାଣା ସହରରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିନ ସିଧା ସଳଖ ନହେଲେ ମଧ୍ୟ ବୁଲେଇ ବଙ୍କେଇ ଅନେକ କଥା କହିଛନ୍ତି । ନୀତିନ କହିଛନ୍ତି ତାଙ୍କ ରାଜନୀତି ଜୀବନରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ସେ ଏକାକି ନେତା ନୁହଁନ୍ତି ଯିଏ କି କୌଣସି ଅବହେଳିତ ହୋଇଛନ୍ତି କିମ୍ବା ଦଳ ଉପେକ୍ଷା କରିଛି । ଏମିତି ଅନେକ ନେତା ଏହା ପୂର୍ବରୁ ଆଶା ରଖି ନିରାଶ ହୋଇଛନ୍ତି । ସେଥିରୁ ସେ ମଧ୍ୟ ଜଣେ । ସେହିପରି ନିଜ ସମର୍ଥକଙ୍କୁ ବୁଝାଇବାକୁ ଯାଇ ନିଜେ ସାନ୍ତ୍ବନା ଦେଇଛନ୍ତି ।

ନୀତିନ କହିଛନ୍ତି ବିଜେପି ଏକ ଦଳ ନୁହେଁ ଗୋଟିଏ ବିଚାରଧାରା । ଗୋଟିଏ ସଂସ୍କାର, ଭାରତୀୟ ମୁଲ୍ୟବୋଧକୁ ନେଇ ପରିଚାଳିତ ହେଉଥିବା ଦଳ । ଏଠି ଦଳର ନିଷ୍ପତି ସର୍ବମାନ୍ୟ । କେହି ଦଳର ଉର୍ଦ୍ଧ୍ବରେ ନୁହଁନ୍ତି । ଦଳ ଏକ ଲମ୍ବା ରାଜନୀତି ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ଦେଶର ସମ୍ପୂର୍ଣ୍ଣ ସୁରକ୍ଷା, ବିକାଶ ଓ ବିଶ୍ବଗୁରୁ ଅଭିମୁଖେ ଅଗ୍ରସର ହେଉଛି । ତେଣୁ ଏଠି କୌଣସି ବ୍ୟକ୍ତିଗତ ସ୍ବାର୍ଥ ନଥାଏ । ଦଳ ଯାହା ଠିକ ଚିନ୍ତା କରିଛି ତାହା କରିଛି ।

ସେହିପରି ଭୂପେନ୍ଦ୍ର ପଟେଲ ସରକାର ଗଠନ ପାଇଁ ରାଜଭବନ ଯିବାବେଳେ ନୀତିନଙ୍କ ଅନୁପସ୍ଥିତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା । ଏହାକୁ ନେଉ ନୀତିନ କହିଛନ୍ତି, ମୁଁ ବିଧାୟକ ଦଳ ବୈଠକରେ ଥିଲି । କିନ୍ତୁ ରବିବାର ସଂଧ୍ୟାରେ ମୋର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଯେଉଁଠି ଯିବା ଅତ୍ୟନ୍ତ ଜରୁରୀ ଥିଲା । ଗୁଜରାଟ ଦଳୀୟ ପ୍ରଭାରୀ ଥିବା ଭୂପେନ୍ଦ୍ର ଯାଦବଙ୍କ ଅନୁମତି ନେଇ ମୁଁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଗଲି ବୋଲି ନୀତିନ କହିଛନ୍ତି ।

ସେହିଭଳି ଭୂପେନ୍ଦ୍ର ଯାଦବଙ୍କୁ ପ୍ରଶଂସାରେ ପୋତି ପକାଇଲେ ନୀତିନ । ରବିବାର ସଂଧ୍ୟାରେ ମେହଶାଣା ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ନୀତିନ କହିଥିଲେ, ଗଣମାଧ୍ୟମରେ ମତେ ନେଇ ଅନେକ ଖବର ଚାଲୁଛି । ଅନେକ ଚର୍ଚ୍ଚା ହେଉଛି । ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି । କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହେଁ ମୋର କୌଣସି ଅବଶୋଷ ନାହିଁ । ମୋ ପାଇଁ ଜନତା ସବୁ କିଛି । ଦଳରେ କଣ ସ୍ଥାନ ମିଳିବ ସେଇଟା ଗୁରୁତ୍ବପୂର୍ଣ୍ଣ ନୁହେଁ, ଜନତାଙ୍କ ହୃଦୟରେ ସ୍ଥାନ ପାଇବା ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭୂପେନ୍ଦ୍ରଙ୍କୁ ପ୍ରଶଂସା କରି କହିଛନ୍ତି, ଭୂପେନ୍ଦ୍ର ଆମର ଆପଣାର । ସେ ମୋର ନିବିଡ ବନ୍ଧୁ । ମୁଁ ଦଳର ଜଣେ ସଚ୍ଚୋଟ ନିର୍ଭିକ କର୍ମୀ । ନରେନ୍ଦ୍ର ଭାଇ(ପ୍ରଧାନମନ୍ତ୍ରୀ)ଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ସେ ଆମର ଗର୍ବ । ତାଙ୍କୁ ଗୁଜୁରାଟର ଜନତା ଅଗାଢ ଭଲପାଇବା ବିଶ୍ବାସ ଦେଇଛନ୍ତି । ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ । ତେଣୁ ଗୁଜୁରାଟ ପରିପ୍ରେକ୍ଷୀରେ କୌଣସି ବି ଭୁଲ ନିଷ୍ପତି ନେବେ ନାହିଁ ବୋଲି ନୀତିନ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.