ETV Bharat / bharat

ମୋଦିଙ୍କୁ ମମତାଙ୍କ ପ୍ରଶଂସା, କହିଲେ CBI EDର କରୁନାହାନ୍ତି ଦୁରୁପଯୋଗ - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୋଦି ED ଓ CBI କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁନଥିବା କହିଛନ୍ତି ମମତା । ଅଧିକ ପଢନ୍ତୁ

mamata banerjee Lauds pm modi
ପ୍ରଧାନମନ୍ତ୍ରୀଙ୍କୁ ମମତା ବାନାର୍ଜୀଙ୍କ ପ୍ରଶଂସା
author img

By

Published : Sep 20, 2022, 7:47 AM IST

କୋଲକାତା: କିଛି ଦିନ ଦେବ ଦେଶରେ ରାଜନେତାଙ୍କ ଘରେ ଇଡି ସିବିଆଇ ଚଢାଉକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରାଯାଇଥିଲା । କୋଲକାତା ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ହେଲେ ଏବେ କିଛି ଅଲଗା ଖବର ସମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ରାଜ୍ୟ ବିଧାନସଭା କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ଉପରେ ଆଣାଯାଇଥିବା ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ''ମୁଁ ବିଶ୍ବାସ କରେନାହିଁ ମୋଦି ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଥିବେ (I Dont Believe PM Modi is Behind the Misuse of cbi and ed Says cm Mamata Banerjee)। କିଛି ବିଜେପି ନେତା ନିଜର ସ୍ବାର୍ଥ ହାସଲ ପାଇଁ ଏଭଳି କରୁଛନ୍ତି ।''

ସେ ଆହୁରି କହିଛନ୍ତି, "ଦଳ ଓ ସରକାର ଏକ ନୁହେଁ । ଏହା ଏକାଠି ଚାଲିପାରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ସିବିଆଇ ଓ ଇଡିର ଦୁରୁପଯୋଗ କରୁଥିବା ସେ ଭାବୁନାହାନ୍ତି । ବିଜେପିର କିଛି ନେତା ତାଙ୍କ ସ୍ବାର୍ଥ ପାଇଁ ଏପରି କରୁଛନ୍ତି । ସରକାର ଓ ଦଳୀୟ କାର୍ଯ୍ୟକୁ ଏକ ବୋଲି ବିଚାର ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମମତା । ଏହା ଦେଶପାଇଁ ଶୁଭଙ୍କର ନୁହେଁ । ବର୍ତ୍ତମାନ କେନ୍ଦ୍ର ସରକାର ଏକଛତ୍ରବାଦ ଭଳି କାର୍ଯ୍ୟ କରୁଛନ୍ତି । ଏହା କେନ୍ଦ୍ରୀୟ ଏଜେନ୍ସିର ପକ୍ଷପାତପୂର୍ଣ୍ଣ କାର୍ଯ୍ୟ ବିରୋଧରେ ଅଣାଯାଉଛି ।"

ଏହା ବି ପଢନ୍ତୁ...ଶଶୀ ଥରୁର ଲଢିବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ମିଳିଲା ସୋନିଆଙ୍କ ଗ୍ରୀନ ସିଗନାଲ !

କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ଉପରେ ଆଣାଯାଇଥିବା ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ପରେ 189-69 ଭୋଟରେ ବିଧାନସଭାରେ ଗୃହିତ ହୋଇଥିଲା । ପ୍ରସ୍ତାବ ଉପରେ ସପକ୍ଷରେ 189ଟି ଭୋଟ ପଡିଥିବା ବେଳେ 69 ଭୋଟ ବିରୋଧରେ ପଡିଥିଲା । ପଶ୍ଚିମବଙ୍ଗରେ ଅନେକ ଦୁର୍ନୀତି ମାମଲା ସିିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ମାମଲାରେ ଶାସକ ଟିଏମସିର ଅନେକ ନେତା ସାମିଲ ଅଛନ୍ତି ।

ନିକଟରେ ରାଜଧାନୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ ହୋଇଥିଲା । ଅନ୍ୟ ରାଜ୍ୟରେ ବିଭିନ୍ନ ରାଜନେତାଙ୍କ ଘରେ ମଧ୍ୟ ଛାପା ମାରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏ କେନ୍ଦ୍ରର ଚାଲ୍‌ ହୋଇଥିବା କହିଥିଲେ ବିଭିନ୍ନ ରାଜନୈତିକ ଦଳ । ଜାଣିଶୁଣି ଏପରି କରୁଥିବା କହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ବିଭିନ୍ନ ରାଜ୍ୟ ମୁଖିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.