ETV Bharat / bharat

35 YouTube Channel ବ୍ଲକ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ - ଭାରତ ବିରୋଧରେ ପ୍ରଚାର ପ୍ରସାର ବୃଦ୍ଧି

ଭାରତ ବିରୋଧୀ ଗତିବିଧିକୁ ଲକ୍ଷ୍ୟ କରି ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ କଲା ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ୟୁଟ୍ୟୁବ ଚ୍ୟାନେଲ ସହ ଟ୍ବିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଭାରତ ବିରୋଧରେ ପ୍ରଚାର ପ୍ରସାର ବୃଦ୍ଧି ପାଇଥିଲା । ଅଧିକ ପଢନ୍ତୁ

35 ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

author img

By

Published : Jan 21, 2022, 8:13 PM IST

ନୂଆଦିଲ୍ଲୀ: ଭାରତ ବିରୋଧୀ ଗତିବିଧିକୁ ଲକ୍ଷ୍ୟ କରି ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ କଲା ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ୟୁଟ୍ୟୁବ ଚ୍ୟାନେଲ ସହ ଟ୍ବିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଭାରତ ବିରୋଧରେ ପ୍ରଚାର ପ୍ରସାର ବୃଦ୍ଧି ପାଇଥିଲା । ଏହାକୁ ନଜରରେ ରଖି ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୩୫ ୟୁଟ୍ୟୁବ ଚ୍ୟାନେଲ, ୨ ଟ୍ବିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ବ୍ଲକ କରିଛି । ଏନେଇ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସାହା ସୂଚନା ଦେଇଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଅନୁଯଆୟୀ 35 ଟି ୟୁଟ୍ୟୁବ ଚ୍ୟାନେଲ, 2 ଟି ଟ୍ବିଟର ଆକାଉଣ୍ଟ, 2 ଇନଷ୍ଟାଗ୍ରାମ ଆକାଉଣ୍ଟ, 2 ୱେବସାଇଟ୍ ଏବଂ ଫେସବୁକକୁ ଅବରୋଧ କରିଛି ବୋଲି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସାହା କହିଛନ୍ତି। ଭୁଲ ତଥ୍ୟ ତଥା ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଏହି ଆକାଉଣ୍ଟ ଗୁ଼ଡିକୁ ବ୍ଲକ କରାଯାଇଛି ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତ। ଏହି ସମସ୍ତ ଆକାଉଣ୍ଟ ଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ସେମାନେ ପାକିସ୍ତାନରୁ ରହି ଅପରେଟ କରୁଛନ୍ତି। ଭାରତ ବିରୋଧୀ ଖବର ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ପ୍ରଚାର ପ୍ରସାର କରନ୍ତି। ସମସ୍ତ ଆକାଉଣ୍ଟକୁ ବ୍ଲକ କରିବା ପାଇଁ ଟେଲିକମ୍ ବିଭାଗ ମାଧ୍ୟମରେ ସମ୍ପୃକ୍ତ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି ।

ବ୍ଲକ ଆକାଉଣ୍ଟ ଗୁଡିକ ବିଶେଷ କରି ଭାରତୀୟ ସେନା, କାଶ୍ମୀର, ଅନ୍ୟ ଦେଶ ସହ ଭାରତର ବୈଦେଶିକ ସମ୍ପର୍କ ଏବଂ ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଉପରେ ବିଷୟବସ୍ତୁ ରହିଛି। ବ୍ଲକ ହୋଇଥିବା ଆକାଉଣ୍ଟର 130 କୋଟିରୁ ଅଧିକ ଭ୍ୟୁ ଥିବାବେଳେ ୧.୨ କୋଟି ସବସ୍କାଇବର ଥିଲେ । ଏହି ସମସ୍ତ ଆକାଉଣ୍ଟ ଗୁଡ଼ିକ ପାକିସ୍ତାନରୁ ରହି ଅପରେଟ କରୁଛନ୍ତି। ଭାରତ ବିରୋଧୀ ଖବର ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ପ୍ରଚାର ପ୍ରସାର କରିଥାନ୍ତି । ଏ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖି ଥିବା ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.