ETV Bharat / bharat

Srisailam ଜଳଭଣ୍ଡାରରେ କମୁଛି ଜଳସ୍ତର, ଆରମ୍ଭ ହେଲା ହାଇଡ୍ରୋଗ୍ରାଫିକ ସର୍ଭେ - ହାଇଡ୍ରୋଗ୍ରାଫିକ ସର୍ଭେ

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଲାଇଫଲାଇନ କୁହାଯାଉଥିବା ଶ୍ରୀସୈଲମ ଜଳଭଣ୍ଡାରରେ କମୁଛି ଜଳସ୍ତର । ସମସ୍ୟାର ସମାଧାନ ପାଇଁ ଆରମ୍ଭ ହେଲା ହାଇଡ୍ରୋଗ୍ରାଫିକ ସର୍ଭେ । ଅଧିକ ପଢନ୍ତୁ...

Srisailam ଜଳଭଣ୍ଡାରେ କମୁଛି ଜଳସ୍ତର, ଆରମ୍ଭ ହେଲା ହାଇଡ୍ରୋଗ୍ରାଫିକ ସର୍ଭେ

author img

By

Published : Sep 11, 2021, 4:49 PM IST

ହାଇଦ୍ରାବାଦ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଲାଇଫଲାଇନ ଭାବେ ଜଣାଶୁଣା ଶ୍ରୀସୈଲମ ଜଳଭଣ୍ଡାର ତଥା ହ୍ରଦରେ ଦିନକୁ ଦିନ କମିବାରେ ଲାଗିଛି ପାଣି । ଏହି ହ୍ରଦର ଜଳ ସଂରକ୍ଷଣ କ୍ଷମତା ପ୍ରତି ବର୍ଷକୁ ୨ରୁ ୩ tmc ବା ୨ରୁ ୩ ହଜାର ମିଲିୟନ କ୍ୟୁବିକ ଫୁଟର ଜଳସ୍ତର କମିବାରେ ଲାଗିଛି । ତେବେ ଏଠାରେ ପଙ୍କ ଜମା ହେଉଥିବାରୁ ଏପରି ହୋଇଥିବା ଜଣାପଡିଛି । ଏହି ସମସ୍ୟାର ସମାଧାନ ଲାଗି ହ୍ରଦରେ ଆରମ୍ଭ ହୋଇଛି ହାଇଡ୍ରୋଗ୍ରାଫିକ ସର୍ଭେ ।

ଏହି ହ୍ରଦର ଜଳ ସଂରକ୍ଷଣ କ୍ଷମତା ୩୦୮.୬୦tmc ଥିବା ବେଳେ ବର୍ତ୍ତମାନ ଏହା ଖସି ୨୧୫.୮୦ tmcରେ ପହଞ୍ଚିଛି । ତେଲୁଗୁ ରାଜ୍ୟଗୁଡ଼ିକରେ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ସମସ୍ୟା ବହୁଳ ଭାବେ ଦେଖାଯାଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହି କାରଣରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୫୦ ପ୍ରତିଶତ ଜଳ ସଂରକ୍ଷଣ କ୍ଷମତା କମିବାରେ ଲାଗିଛି । ତେବେ ବନ୍ୟା ଓ ଜଳଭଣ୍ଡାରଗୁଡ଼ିକରେ ପଙ୍କ ଜମା ହେଉଥିବା ସହିତ ଛୋଟ ଛୋଟ ପୋଖରୀ ସୃଷ୍ଟି ହେଉଥିବାରୁ ଜଳସ୍ତର କମୁଥିବା ଜଣାପଡ଼ିଛି ।

ଗତ ୨୦୧୯ରେ ଏହି ସମାନ କାରଣ ପାଇଁ ନାଗାର୍ଜୁନ ସାଗର ଜଳଭଣ୍ଡାର ୪୦.୭୩ ପ୍ରତିଶତ ସଂରକ୍ଷଣ କ୍ଷମତା ହ୍ରାସ କରିଛି । ୧୯୯୨ ସର୍ଭେ ଅନୁସାରେ ନିଜାମ ସାଗର ହ୍ରଦ ପ୍ରାୟ ୬୦.୪୭ ପ୍ରତିଶତ ଜଳ ସଂରକ୍ଷଣ କ୍ଷମତା ହ୍ରାସ କରିଛି । ଜଳଶକ୍ତି ମନ୍ତ୍ରଣାଳୟ ଅଗଷ୍ଟ ୨୦୨୦ ମସିହାରେ ଜାରି କରିଥିବା ରିପୋର୍ଟ ଅନୁସାରେ ସାରା ଦେଶର ଜଳଭଣ୍ଡାର ୨୫ ହଜାର କୋଟି କ୍ୟୁବିକ ମିଟର ସଂରକ୍ଷଣ କ୍ଷମତା ରହିଥିବା ବେଳେ ଏହାକୁ ୩୮ ହଜାର କୋଟି କରିବାକୁ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି । କିନ୍ତୁ ଦକ୍ଷିଣ ଭାରତର ଏହି ସମସ୍ୟା ପାଇଁ ଏହା ପୂରଣ ହୋଇପାରୁନଥିବା ରିପୋର୍ଟରେ ଦର୍ଶାଯାଇଛି ।

ଜଳଭଣ୍ଡାରରେ ପଙ୍କ ଜମା ହେଉଥିବାରୁ ଏହା ଆବଶ୍ୟକ ମୁତାବକ ଜଳ ସଂରକ୍ଷଣ କରିପାରୁନାହିଁ । ଏହାସହିତ ମୃତ୍ତିକା କ୍ଷୟ ଯୋଗୁଁ ବନ୍ୟା ସମୟରେ ମାଟି କ୍ଷୟ ହୋଇ ଏହି ଜଳଭଣ୍ଡାରରେ ମିଶୁଛି । ଗତ ୨୦୦୯ ମସିହାରେ ହୋଇଥିବା ବନ୍ୟା ଯୋଗୁଁ ଅଧିକ ପରିମାଣର ପାଣି ଓ ମାଟି ଆସି ଶ୍ରୀସାଇଲମ ଜଳଭଣ୍ଡାରରେ ଜମା ହୋଇଥିଲା । ତେବେ ହାଇଡ୍ରୋଗ୍ରାଫିକ ସର୍ଭେ ରିମୋଟ ସେନ୍ସିଂ କୌଶଳ ମାଧ୍ୟମରେ ସର୍ବାଧିକ ଜଳ ସ୍ତରକୁ ଆକଳନ କରାଯିବ । ସେପଟେ କେନ୍ଦ୍ର ସରକାର ପଙ୍କ ଜମା ହେବାକୁ ରୋକିଲେ ଏହି ସମସ୍ୟା ଦୂର ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.