ETV Bharat / bharat

Food Lover ନିରାଶ, ତାଲିବାନର କବଜା ପରେ ଆକାଶ ଛୁଆଁ ହେବ ହାଇଦ୍ରାବାଦୀ ବିରିୟାନୀ ! - ହାଇଦ୍ରାବାଦୀ ବିରିୟାନୀ

ଆଫଗାନିସ୍ତାନରେ ତାଲିବାନର କବଜା ପରେ ବିରିୟାନୀ ପ୍ରେମୀଙ୍କୁ ଲାଗିପାରେ ଝଟକା । ହାଇଦ୍ରାବାଦୀ ବିରିୟାନୀ ଦର ଆକାଶ ଛୁଆଁ ହେବାର ରହିଛି ଆଶଙ୍କା । ଅଧିକ ପଢନ୍ତୁ...

Food Lover ନିରାଶ, ତାଲିବାନର କବଜା ପରେ ଆକାଶ ଛୁଆଁ ହେବ ହାଇଦ୍ରାବାଦୀ ବିରିୟାନୀ !

author img

By

Published : Aug 25, 2021, 9:24 PM IST

ହାଇଦ୍ରାବାଦ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ବିରିୟାନୀ ପ୍ରେମୀଙ୍କୁ ଲାଗିପାରେ ଝଟକା । ମେୱା ଆଉ ଭଳିକି ଭଳି ମସଲା ମିଶାଇ ପ୍ରସ୍ତୁତ ହେଉଥିବା ହାଇଦ୍ରାବାଦୀ ବିରିୟାନୀ ଦର ଆକାଶ ଛୁଆଁ ହେବାର ରହିଛି ଆଶଙ୍କା । ପାକିସ୍ତାନ ରାସ୍ତାରେ ମାଲବାହୀ ଗାଡି ଯାତାୟାତ ଉପରେ ରୋକ ଲଗାଇ ଦେଇଛି ତାଲିବାନ । ଫଳରେ ସେଠାରୁ ଆସୁଥିବା ମେୱା ତଥା ଡ୍ରାଏଫ୍ରୁଟ୍ସ ଦରରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି ।

Food Lover ନିରାଶ, ତାଲିବାନର କବଜା ପରେ ଆକାଶ ଛୁଆଁ ହେବ ହାଇଦ୍ରାବାଦୀ ବିରିୟାନୀ !
Food Lover ନିରାଶ, ତାଲିବାନର କବଜା ପରେ ଆକାଶ ଛୁଆଁ ହେବ ହାଇଦ୍ରାବାଦୀ ବିରିୟାନୀ !

ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରୁ ପାଖାପାଖି ୮୫ ପ୍ରତିଶତ ଡ୍ରାଏଫ୍ରୁଟ ଆମଦାନୀ କରେ ଭାରତ । ହାଇଦ୍ରାବାଦୀ ବିରିୟାନୀ ସମେତ ଭିନ୍ନ ଭିନ୍ନ ଡିସ୍‌ ପ୍ରସ୍ତୁତରେ ବ୍ୟବହୃତ ମେୱାରେ ମସଲା ଯଥା ବାଦାମ, କିସମିସ, ଅଞ୍ଜୀର, କାଜୁ, ପିସ୍ତା ସହ ଅନେକ ମସଲା ଆଫଗାନିସ୍ତାନରୁ ଆମଦାନୀ ହୋଇଥାଏ ।

ହାଇଦ୍ରାବାଦ ସହରର ରେସ୍ତୋରାଁ ଉପରେ ଆଫଗାନିସ୍ତାନ ସଙ୍କଟର ପ୍ରଭାବ ପଡିପାରେ । ଡ୍ରାଏଫ୍ରୁଟ୍ସ ଦାମ ବୃଦ୍ଧି ଯୋଗୁଁ ହାଇଦ୍ରାବାଦୀ ବିରିୟାନୀ ଦର ବୃଦ୍ଧି ନେଇ ଆଶଙ୍କା ରହିଛି । ବୁଲକୁ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନ ଉପରେ ଆତଙ୍କ ରାଜ ଚଳାଇଛି ତାଲିବାନ । ଦୀର୍ଘ ୨୦ ବର୍ଷ ପୂର୍ବରୁ ଅସ୍ତିତ୍ବକୁ ତାଲିବାନ ଫେରିଥିବାବେଳେ ବନ୍ଧୁକ ମୁନର ଶାସନରେ ଥରି ଉଠୁଛି ଆଫଗାନିସ୍ତାନ । ପଡୋଶୀ ଦେଶକୁ ସୁରକ୍ଷାର ବାର୍ତ୍ତା ଦେଉଥିବା ତାଲିବାନ ଭାରତରୁ ଆମଦାନୀ ଓ ରପ୍ତାନୀ ଉପରେ ଲଗାଇଛି ରୋକ ।

ଆଫଗାନିସ୍ତାନରେ ସଙ୍କଟର ସ୍ଥିତି ମଧ୍ୟରେ ଭାରତରେ ଡ୍ରାଏଫ୍ରୁଟ୍ସ(Dry Fruits) ବେପାର ଉପରେ ପଡିଛି ବଡ ପ୍ରଭାବ । ଆମଦାନୀ ଓ ରପ୍ତାନୀ ଉପରେ ତାଲିବାନର ରୋକ ପରେ ବାଦାମ, କାଜୁ, ପିସ୍ତା, ଆଲମଣ୍ଡ ହୋଇଛି ଆକାଶ ଛୁଆଁ । ଜାମ୍ମୁ ସମେତ ଦେଶର ଅନେକ ଅଞ୍ଚଳରେ ହୁ ହୁ ହୋଇ ବଢିଚାଲିଛି ଡ୍ରାଏଫ୍ରୁଟ୍ସ ଦର । ଏହି କାରଣରୁ ବ୍ୟବସାୟୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ଆଫଗାନିସ୍ତାନରେ ତାଲିବାନ କବଜାର ମାତ୍ର ୧୦ ଦିନ ମଧ୍ୟରେ ଭାରତରେ ଅଞ୍ଜିର କିଲୋପିଛା ୮୦୦ ଟଙ୍କାରୁ ବୃଦ୍ଧି ହୋଇ ୧୨୦୦ ଟଙ୍କା ହୋଇଯାଇଛି । ପୂର୍ବରୁ ଖୁବାନି କିଲୋପିଛା ୪୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ଏହାର ମୂଲ୍ୟ ୬୦୦ ଟଙ୍କାରେ ପହଞ୍ଚିଛି ।

ଆଫଗାନିସ୍ତାନ ସଙ୍କଟ ପରେ ପିସ୍ତା ମୂଲ୍ୟରେ ବିପୂଳ ବୃଦ୍ଧି ପରିଲକ୍ଷିତ ହେଉଛି । ପିସ୍ତା ପୂର୍ବରୁ ୧୮୦୦ ଟଙ୍କାରେ ବିକ୍ରି ହେଉଥିଲା । ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧି ହୋଇ କିଲୋ ପିଛା ୨୪୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ବାଦାମ ମଧ୍ୟ ଆକାଶ ଛୁଇଁଛି । ସେପଟେ ୧୦ ଦିନ ପୂର୍ବରୁ ୬୫୦ ଟଙ୍କାରେ ବିକ୍ରି ହେଉଥିବା ବାଦାମ ଏବେ ୯୦୦ ଟଙ୍କା କିଲୋ ବିକ୍ରି ହେଉଛି । କିସମିସର ଦର ୨୫୦ ଟଙ୍କା ବୃଦ୍ଧି ହୋଇଛି । ୪୫୦ ଟଙ୍କାରେ ବିକ୍ରି ହେଉଥିବା କିସମିସ ଏବେ ୭୦୦ ଟଙ୍କାରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.