ETV Bharat / bharat

ରକ୍ଷକ ସାଜିଲା ଭକ୍ଷକ, ଝିଅକୁ ଦୁଷ୍କର୍ମ କରି ବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

author img

By ETV Bharat Odisha Team

Published : Sep 23, 2023, 7:43 AM IST

ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କ । ହାଇଦ୍ରାବାଦରେ ଝିଅକୁ ଦୁଷ୍କର୍ମ କରି ବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ । ଅଧିକ ପଢନ୍ତୁ

father raped daughter
father raped daughter

ହାଇଦ୍ରାବାଦ: ବାପ-ଝିଅ ସମ୍ପର୍କରେ ଲାଗିଲା କଳଙ୍କ । ନାବାଳିକା ଝିଅକୁ ଦୁଷ୍କର୍ମ କରି ୨୦ ବର୍ଷ ଜେଲ ଦଣ୍ଡାଦେଶ ଭୋଗିଛି ବାପା । ଏଭଳି ଏକ ନିନ୍ଦନୀୟ ଘଟଣା ତେଲେଙ୍ଗାନାରେ ଘଟିଛି । ଏହି ଘୃଣ୍ୟକାଣ୍ଡ ଲାଗି ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା ଭରିବାକୁ ଅଭିଯୁକ୍ତ ପିତାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଘରେ ପତ୍ନୀ ନଥିବା ବେଳେ ନିଶାସକ୍ତ ପିତା ନିଜ ଝିଅ ସହିତ ଏପରି ଘୃଣ୍ୟକାଣ୍ଡ ଘଟାଇଥିଲା ।

ଏହା ବି ପଢନ୍ତୁ- ପାପୀ ବାପାର କଳା କାରନାମା, ଦିବ୍ୟାଙ୍ଗ ଝିଅକୁ କଲା ଦୁଷ୍କର୍ମ !

ଏହାସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଇନ (DLSA) ଅନୁଯାୟୀ ପୀଡ଼ିତାଙ୍କ ଶିକ୍ଷା ଓ ଆବଶ୍ୟକତାକୁ ପୂରଣ କରିବା ଲାଗି ୫ ଲକ୍ଷ ଟଙ୍କା ଦେବାକୁ ସ୍ପେଶାଲ ଫ୍ରାଷ୍ଟଟ୍ରାକ କୋର୍ଟ ପ୍ରଦାନ କରିଛନ୍ତି । ସୂଚନା ଥାଉ କି ଗତ ୨୦୦୮ ମସିହାରେ ଆବେଦନକାରୀ ମହିଳା ଅଭିଯୁକ୍ତକୁ ବିବାହ କରିଥିଲା । ସେମାନଙ୍କର ୬ ଜଣ ସନ୍ତାନ ହୋଇଥିବା ବେଳେ ସେଥିମଧ୍ୟରୁ ୪ଟି ପୁଅ ଓ ୨ଟି ଝିଅ ଥିଲେ । ଅଭିଯୁକ୍ତ ପିତା ସଦାସର୍ବଦା ମଦ ପିଉଥିବା ବେଳେ ଘରେ ରହୁଥିଲା । ଏପଟେ ପୀଡ଼ିତାଙ୍କ ମାଆ ଭିକ୍ଷାବୃତ୍ତି କରୁଥିଲେ ।

ଏହା ବି ପଢନ୍ତୁ- ସୈତାନ ସାଜିଲା ବାପା, ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

୨୦୨୧ ନଭେମ୍ବର ୩୦ ତାରିଖରେ ସବୁ ଦିନ ପରି ଅପରାହ୍ନ ୪ଟାରେ ୨ ସନ୍ତାନଙ୍କୁ ଧରି ମହିଳା ଜଣକ ଭିକ୍ଷାବୃତ୍ତି କରିବା ଲାଗି ମସାବ ଟ୍ୟାଙ୍କ ନିକଟକୁ ଯାଇଥିଲେ । ଆବେଦନକାରୀ ମହିଳାଙ୍କ ବଡ଼ ଭଉଣୀ ମଧ୍ୟ ସେହି ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ । ଯେତେବେଳେ ସେ ଘର ମାଲିକକୁ ଭଡ଼ା ଦେବା ଲାଗି ଉପରକୁ ଯାଇଥିଲେ, ସେତେବେଳେ ଅଭିଯୁକ୍ତ ଜଣକ ନିଜ ବଡ଼ ଝିଅ (୧୦)କୁ ଦୁଷ୍କର୍ମ କରୁଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ପଡ଼ୋଶୀଙ୍କ ସହାୟତାରେ ଘର କବାଟ ଭାଙ୍ଗି ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା ।

ଏହା ବି ପଢନ୍ତୁ- ରକ୍ତ ସମ୍ପର୍କରେ କଳଙ୍କର ଛିଟା, ୭ ମାସ ଧରି ଝିଅକୁ ଦୁଷ୍କର୍ମ କରି ବନ୍ଧା ହେଲା ସୈତାନ ବାପା

ଏନେଇ ପୀଡ଼ିତାଙ୍କ ମାଆ ହବିବନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପିତାକୁ ଗିରଫ କରିଥିଲା । ତେବେ କୋର୍ଟ ଏହି ଘୃଣ୍ୟକାଣ୍ଡ ଲାଗି ଅଭିଯୁକ୍ତ ପିତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.