ETV Bharat / bharat

Murder: ସ୍ବାମୀଙ୍କୁ ନ କହି ବାରମ୍ବାର ବାପଘରକୁ ଯାଉଥିଲେ ମହିଳା, ଗଲା ଜୀବନ

ସ୍ବାମୀଙ୍କୁ ନ କହି ବାପଘରକୁ ଯାଉଥିବାରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ମୃତଦେହକୁ ଫିଙ୍ଗିଲା ଜଙ୍ଗଲରେ । ଅଧିକ ପଢନ୍ତୁ

old woman body found in forest
old woman body found in forest
author img

By

Published : Aug 11, 2023, 7:18 AM IST

ନୂଆଦିଲ୍ଲୀ: ସ୍ବାମୀଙ୍କୁ ନ ଜଣାଇ ବାରମ୍ବାର ବାପଘରକୁ ଯିବା ପଡ଼ିଲା ମହଙ୍ଗା । ଶେଷରେ ନିଜ ପତ୍ନୀକୁ ହତ୍ୟା କଲା ସ୍ବାମୀ । ଏଭଳି ଏକ ଘଟଣା ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସ୍ବାମୀ ନିଜ ୨ ସମ୍ପର୍କୀୟଙ୍କ ସହିତ ମିଶି ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ପୋଲିସର କହିବା ଅନୁସାରେ ଜଣେ ମହିଳାଙ୍କୁ ହତ୍ୟାକାରୀ ଧର୍ମବୀର ୭୦ ହଜାର ଟଙ୍କା ଦେଇ ବିବାହ କରିଥିଲା । ହେଲେ ନିଜ ବିବାହକୁ ନେଇ ଖୁସିନଥିଲା ଧର୍ମବୀର । ଏହାର ମୁଖ୍ୟ କାରଣ ଥିଲା ଯେ ପତ୍ନୀ ସ୍ବିଟି ଧର୍ମବୀରଙ୍କୁ ନ କହି ନିଜ ବାପଘରକୁ ଚାଲିଯାଉଥିଲେ । ଆଉ ଦୀର୍ଘ ଦିନ ଧରି ବାପଘରେ ରହୁଥିଲେ । ଏମିତି ମାସେ ମଧ୍ୟ ବିତିଯାଉଥିଲା । ପତ୍ନୀକୁ ବାରଣ କରିବା ସତ୍ତ୍ବେ ସେ ବାରମ୍ବାର ଏପରି କରୁଥିଲେ । ସ୍ବିଟିଙ୍କ ବାପଘର ସମ୍ପର୍କରେ ଧର୍ମବୀରକୁ କୌଣସି ସୂଚନା ନଥିଲା । ଧର୍ମବୀର କେବଳ ଏତିକି ଜାଣିଥିଲେ ଯେ ସ୍ବିଟିଙ୍କ ବାପ ଘର ବା ତାର ଶ୍ବଶୁର ଘର ବିହାର ପାଟନା ଅଞ୍ଚଳରେ । ମାତ୍ର ସେଠାକୁ କେବେ ଯାଇନଥିଲେ ଅଭିଯୁକ୍ତ ଧର୍ମବୀର । ବାରମ୍ବାର ସ୍ବିଟି ନିଜ ବାପଘରକୁ ଯାଉଥିବାରୁ ଶେଷରେ ସେ ତାର ହତ୍ୟା କରିଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଛି ।

ଏହା ବି ପଢନ୍ତୁ- ଖାଇବାକୁ ନ ଦେବାରୁ ପତ୍ନୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

ଏନେଇ ଡିସିପି ଚନ୍ଦନ ଚୌଧୁରୀ କହିଛନ୍ତି ଯେ, ଗତ ଅଗଷ୍ଟ ୫ ତାରିଖରେ ଫତେହପୁର ବେରି ନିକଟ ଜଙ୍ଗଲରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହ ଜବତ ସମୟରେ ପୋଲିସ ମହିଳାଙ୍କ ପରିଚୟ ପାଇନଥିଲା । ତେବେ ଛାନଭିନ କରିବା ପରେ ମୃତ ମହିଳାଙ୍କ ସମ୍ପର୍କରେ ଜାଣିଥିଲା ପୋଲିସ । ସେହି ଜଙ୍ଗଲ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ତେବେ ରାତି ପ୍ରାୟ ୧ଟା ୪୦ ମିନିଟରେ ସନ୍ଦିଗ୍ଧ ଅଟୋ ଦେଖିବାକୁ ମିଳିଥିଲା । ଅଟୋ ନମ୍ବର ଆଧାରରେ ଛତରପୁର ଅଧିବାସୀ ଅଟୋ ଚାଳକ ଅରୁଣକୁ ଗଦଇପୁର ବନ୍ଧରୋଡ ନିକଟରୁ ଗିରଫ କରାଯାଇଥିଲା ।

ପଚରାଉଚରା ସମୟରେ ଗିରଫ ଅଟୋ ଚାଳକ ଅରୁଣ କହିଥିଲା ଯେ ମୃତ ମହିଳା ଜଣକ ହେଉଛନ୍ତି ଧର୍ମବୀରଙ୍କ ପତ୍ନୀ । ମୃତ ସ୍ବିଟିଙ୍କ କିଛି ବ୍ୟବହାରକୁ ନେଇ ଧର୍ମବୀର ଚିନ୍ତାରେ ରହୁଥିଲେ । ସ୍ବିଟି ଧର୍ମବୀରଙ୍କୁ ନ ଜଣାଇ ନିଜ ବାପଘରକୁ ଚାଲିଯାଉଥିବା ବେଳେ ମାସ ମାସ ଧରି ତାଙ୍କ ନିକଟକୁ ଫେରୁନଥିଲେ । ଏହି କାରଣରୁ ଧର୍ମବୀର ତାଙ୍କ ଷଢୁ ସତ୍ୟବାନ ଓ ଭିଣୋଇ ଅରୁଣଙ୍କ ସହିତ ମିଶି ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସ ଛାନଭିନ ପରେ ଧର୍ମବୀରଙ୍କ ସମେତ ତାଙ୍କର ୨ ସମ୍ପର୍କୀୟଙ୍କୁ ଗିରଫ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.