ETV Bharat / bharat

ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ସ୍ତ୍ରୀ, ଜୀବନ ନେଇଗଲା ସ୍ବାମୀ

ମହାରାଷ୍ଟ୍ରରେ ବିଭତ୍ସ ହତ୍ୟାକାଣ୍ଡ । ଶାରୀରିକ ସମ୍ବନ୍ଧ ରଖିବାକୁ ସ୍ତ୍ରୀ ମନା କରିବାରୁ ଜୀବନ ନେଇଗଲା ସ୍ବାମୀ । ଅଧିକ ପଢନ୍ତୁ

author img

By

Published : Jan 8, 2023, 12:49 PM IST

Husband killed wife for refusing sex
Husband killed wife for refusing sex

ମୁମ୍ବାଇ: ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଯୌନ ସମ୍ବନ୍ଧ ରଖିବାକୁ ମନା କରିବାରୁ ସ୍ତ୍ରୀର ଜୀବନ ନେଲା ସୈତାନ ସ୍ବାମୀ(Husband killed wife for refusing sex)। ସ୍ତ୍ରୀକୁ ହତ୍ୟା କରିବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କ୍ଷେତରେ ଫୋପାଡି ଦେଲା ସ୍ବାମୀ । ଶେଷରେ ଅଭିଯୁ୍କ୍ତକୁ ଗିରଫ କଲା ପୋଲିସ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ । ମୃତ ମହିଳା ହେଉଛନ୍ତି ମାୟା ସଞ୍ଜୟ ସଖେରା ।

ମିଳିଥିବା ସୂଚନା ଅନୁୟାୟୀ, ମାଲାସୋଲି ଗ୍ରାମର ଏକ କ୍ଷେତରେ ଜଣେ ମହିଳାଙ୍କ ଅଧାପୋଡା ମୃତ ଶରୀର ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରି ମୃତ ମହିଳାଙ୍କ ପରିଚୟ ପାଇଥିଲା । ଏହାପରେ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଶେଷରେ ଅଭିଯୁକ୍ତ ଜଣଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ପୋଲିସ ସାମ୍ନାରେ ମାନିଥିଲା ।

ଏହା ମଧ୍ୟ ପଢନ୍ତୁ-ପଶ୍ଚିମବଙ୍ଗଲରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା ସ୍ବାମୀ

ଅଭିଯୁକ୍ତ ସ୍ବାମୀ ପୋଲିସ ସମ୍ମୁଖରେ କହିଛି ଯେ,''ଶାରୀରିକ ସମ୍ପର୍କ ରଖିବାକୁ ମୋ ସ୍ତ୍ରୀ ମୋତେ ମନା କରିଥିଲା । ଏଥିରେ ରାଗି ଯାଇ ମୁଁ ତାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିଲି । ଏହାପରେ ନିକଟ କ୍ଷେତରେ ତାକୁ ଫୋପାଡି ଦେଇଥିଲି।'' ଅଭିଯୁକ୍ତକୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଗତ ୫ ତାରିଖ ଦିନ ଏକ କ୍ଷେତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.