ETV Bharat / bharat

ପତ୍ନୀ ଡେଇଁପଡ଼ିଥିବା ଭାବି କୂଅକୁ ଡେଇଁଲେ ସ୍ବାମୀ ଓ ବନ୍ଧୁ, ଉଭୟ ମୃତ

author img

By

Published : Apr 24, 2023, 7:51 PM IST

ପତ୍ନୀ କୂଅକୁ ଡେଇଁପଡ଼ିଥିବା ଭାବି ସ୍ବାମୀ ଓ ତାଙ୍କ ବନ୍ଧୁ କୂଅକୁ ଡେଇଁଥିଲେ । ଉଭୟଙ୍କ ମୃତ୍ୟୁ ଘଟିଛି । ହେଲେ ମହିଳା ଜଣକ କୂଅକୁ ଡେଇଁନଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ରବିବାର ସନ୍ଧ୍ୟା ସମୟରେ ତେଲେଙ୍ଗାନା ଖମାମ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଯେଉଁଠି ସ୍ତ୍ରୀ କୂଅରେ ଡେଇଁ ପଡ଼ିଥିବା ଭାବି ଯୁବକ ଓ ଯୁବକର ବନ୍ଧୁ କୂଅକୁ ଡେଇଁଥିଲେ । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ୨ଜଣଙ୍କ ପାଣିରେ ବୁଡ଼ି ଯାଇ ମୃତ୍ୟୁ ଘଟିଛି । ପହଁରା ନଜାଣି ଉଭୟ କୂଅ ମଧ୍ୟକୁ ଡେଇଁ ପଡ଼ିବା ପରେ ଶେଷରେ ମୃତ୍ୟୁମୁଖରେ ପଡ଼ିଛନ୍ତି । ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଜଣକ କୂଅରେ ଡେଇଁନଥିବା ବେଳେ କାଳେ ସେ ଡେଇଁପଡ଼ିଥିବା ଭାବି ଯୁବକ ଜଣକ କୂଅ ଭିତରକୁ ଡେଇଁଥିଲେ । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ ନେଲାକୋଣ୍ଡାପାଲି ଅଞ୍ଚଳରେ ଦମ୍ପତି କରଲାପୁଦି ନାଗାରାଜୁ ଓ ରମଣା ବାସ କରନ୍ତି । ଉଭୟଙ୍କ ମଧ୍ୟରେ ରବିବାର କୌଣସି ଘଟଣାକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ରମଣା ରାଗିଯାଇ ଘରୁ ପଳାଇଥିଲେ । ଆଉ କୂଅଁରେ ଡେଇଁ ଆତ୍ମହତ୍ୟା କରିବେ ବୋଲି ଯିବା ବେଳେ କହିଥିଲେ । ଏହାପରେ ନାଗାରାଜୁ ତାଙ୍କ ପିଛା କରିଥିଲେ । ମାତ୍ର ପତ୍ନୀଙ୍କୁ ନ ପାଇବା ପରେ ସେ ସତରେ କୂଅକୁ ଡେଇଁପଡ଼ିଥିବା ଭାବିଥିଲେ । ଏହାପରେ ସେ ପତ୍ନୀଙ୍କୁ ବଞ୍ଚାଇବା ଲାଗି କୂଅକୁ ଡେଇଁଥିଲେ ।

ଏହା ବି ପଢନ୍ତୁ- Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ

ମାତ୍ର ନାଗାରାଜୁଙ୍କୁ ପହଁରା ଜଣାନଥିଲା । ଏହି ଖବର ତାଙ୍କ ବନ୍ଧୁ ୟାନ୍ଦ୍ରାତି ଜୋଜିଙ୍କ ନିକଟରେ ପହଞ୍ଚିବା ପରେ ସେ ବନ୍ଧୁକୁ ବଞ୍ଚାଇବା ଲାଗି କୂଅକୁ ଡେଇଁ ପଡିଥିଲେ । ଫଳରେ ୨ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ଯେଉଁ ପତ୍ନୀଙ୍କୁ ବଞ୍ଚାଇବା ଲାଗି କୂଅକୁ ନାଗାରାଜୁ ଡେଇଁ ପଡ଼ିଥିଲେ, ବାସ୍ତବରେ ତାଙ୍କ ପତ୍ନୀ କୂଅକୁ ଡେଇଁନଥିଲେ । ସେ କ୍ରୋଧାନ୍ବିତ ହୋଇ କେବଳ ଆତ୍ମହତ୍ୟାର ଧମକ ଦେଇଥିଲେ । ମହିଳା ଜଣକ ଘର ପାଖ ଏକ ଚାଷଜମିରେ ଦୁଃଖରେ ବସିଥିଲେ । ନାଗାରାଜୁ ଓ ବନ୍ଧୁଙ୍କ ମୃତ୍ୟୁ ଘଟିବା ପରେ ପତ୍ନୀ ରମଣାକୁ ଖୋଜିଥିଲେ ଗ୍ରାମବାସୀ ।

ଏହି ସମୟରେ କିଛି ଗ୍ରାମବାସୀ ଖୋଜିଖୋଜି ତାଙ୍କୁ ଚାଷଜମିରେ ବସିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ସ୍ବାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ ଖବର ଦେଇଥିଲେ । ଏହାପରେ ରମଣା ଚିତ୍କାର କରି କାନ୍ଦି ଉଠିଥିଲେ । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତଦନ୍ତ ଲାଗି ମହିଳାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.