ETV Bharat / bharat

Ahmedabad triple talaq case: ଟଙ୍କା ମାଗିବାରୁ ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ

author img

By

Published : Jul 5, 2023, 6:26 AM IST

ଟଙ୍କା ମାଗିବାରୁ ସ୍ତ୍ରୀକୁ ତିନି ତଲାକ ଦେଲା ସ୍ବାମୀ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳା ଜଣଙ୍କ । ଅଧିକ ପଢନ୍ତୁ

Ahmedabad triple talaq case
Ahmedabad triple talaq case

ଗାନ୍ଧୀନଗର: ବାପ ଘରକୁ ଯିବାକୁ ସ୍ବାମୀକୁ ଟଙ୍କା ମାଗିଲା ସ୍ତ୍ରୀ । ଟଙ୍କା ଦେବା ବଦଳରେ ସ୍ତ୍ରୀକୁ ଗାଳିଗୁଲକ କରିବା ସହ ତିନି ତଲାକ ଦେଲା ସ୍ବାମୀ । ଶେଷରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳା ଜଣଙ୍କ । ଏପରି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ତଲାକ ଦେବା ପରେ ସ୍ତ୍ରୀକୁ ଘର ବାହର କରି ଦେଇଥିଲେ ତାଙ୍କ ସ୍ବାମୀ ।

ଏହା ମଧ୍ୟ ପଢନ୍ତୁ-ୟୁପିରେ ଲଜ୍ଜା: ତିନି ତଲାକ ପରେ ମହିଳାଙ୍କୁ ଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର

2019 ମାର୍ଚ୍ଚ ମାସ 23 ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ବିବାହକୁ 4 ବର୍ଷ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି । ମହିଳାଙ୍କ ସ୍ବାମୀ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ମହିଳାଙ୍କୁ ଖର୍ଚ୍ଚ କରିବା ପାଇଁ ଟଙ୍କା ଦିଅନ୍ତି ନାହିଁ ତାଙ୍କ ସ୍ବାମୀ । ବିବାହର 6 ମାସ ପର୍ଯ୍ୟନ୍ତ ଶ୍ବଶୁର ଘର ପରିବାର ଲୋକେ ମହିଳାଙ୍କୁ ବେଶ ଭଲରେ ରଖିଥିଲେ । କିନ୍ତୁ ସ୍ବାମୀଙ୍କୁ ଟଙ୍କା ମାଗିବାରୁ ସେ ଗାଳି ଗୁଲଜ କରନ୍ତି । ଏପରିକି ପରିବାର ଲୋକେ ମହିଳାଙ୍କୁ ଗାଳି ଗୁଲକ କରିବା ସହ ଉତ୍ତମ ବ୍ୟବାହର ମଧ୍ୟ କରନ୍ତି ନାହିଁ । ଛୋଟଛୋଟ କଥାରେ ସମସ୍ତେ ତାଙ୍କୁ ଗାଳି କରନ୍ତି । ଯଦି ସ୍ବାମୀଙ୍କ ବିଷୟରେ କିଛି ଅଭିଯୋଗ କରନ୍ତି ତେବେ ଶ୍ବଶୁର ଓ ତାଙ୍କ ଦିଅର ତାଙ୍କ ସହ ଝଗଡା କରନ୍ତି ।

ଏହା ମଧ୍ୟ ପଢନ୍ତୁ-ନିୟମକୁ ନାହିଁ ଖାତିର: ଦ୍ବିତୀୟ ବିବାହ ପରେ ଫୋନରେ ତିନି ତଲାକ ଦେଲା ସ୍ବାମୀ

ଗତ ଜୁଲାଇ 1 ତାରିଖ ସନ୍ଧ୍ୟାରେ ମହିଳା ଜଣଙ୍କ ତାଙ୍କ ଘରୁ ଯିବାକୁ ସ୍ବାମୀଙ୍କୁ ଟଙ୍କା ମାଗିଥିଲେ । ଏଥିରେ ତାଙ୍କ ସ୍ବାମୀ ଉତ୍ତେଜିତ ହୋଇ ଦୁର୍ବ୍ୟବହାର କରିଥିଲେ। ଏଥିସହ ପୁଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଶେଷରେ ସ୍ତ୍ରୀକୁ ତିଲି ତଲାକ କହିବା ସହ ଘରୁ ବାହାର କରି ଦେଇଥିଲେ । ଶେଷରେ ମହିଳା ଜଣଙ୍କ ତାଙ୍କ ପୁଅକୁ ଧରି ବାପ ଘରକୁ ଚାଲିଯାଇଥିଲେ । ପୁରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ଭେଜଲପୁର ଥାନାରେ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀଙ୍କୁ ଖୋଜୁଛି । ଶାଶୁ, ଶ୍ବଶୁର ଓ ଦିଅରଙ୍କ ବିରୋଧରେ ମହିଳା ଜଣଙ୍କ ଘରୋଇ ହିଂସାର ଅଭିଯୋଗ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ପତ୍ନୀଙ୍କୁ ତିନି ତଲାକ ଦେଇ ଦେଶ ଛାଡି ଯାଉଥିଲେ ଡାକ୍ତର, ବିମାନବନ୍ଦରରୁ ଉଠାଇନେଲା ପୋଲିସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.