ETV Bharat / bharat

ରାକ୍ଷସ ସାଜିଲା ସ୍ବାମୀ, ସ୍ତ୍ରୀଙ୍କ ଗଳା କାଟିବା ପରେ ଘରେ ଲଗାଇଲେ ନିଆଁ

author img

By

Published : Jan 20, 2023, 10:27 PM IST

ଉଗ୍ର ରୂପ ନେଲା ସ୍ବାମୀସ୍ତ୍ରୀଙ୍କ ଝଗଡ଼ା । ଯୁବକ ଜଣକ ପତ୍ନୀଙ୍କ ଗଳା କାଟିବା ପରେ ଘରେ ଲଗାଇଲେ ନିଆଁ । ଏଭଳି ଘଟଣା ଗୁଜୁରାଟ ଅହମ୍ମଦାବାଦରେ ଘଟିଛି । ଅଧିକ ପଢନ୍ତୁ

Godrej Garden City
Godrej Garden City

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦରେ ଘଟିଛି ଭୟଙ୍କର ଘଟଣା । ଜଣେ ବ୍ୟକ୍ତି ନିଜ ପତ୍ନୀର ଗଳା କାଟିବା ପରେ ନିଜ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଗୋଦ୍ରେଜ ଗାର୍ଡେନ ସିଟିରେ ଇଡେନ-ଭି (Eden-V) ବିଲ୍ଡିଂର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ନିଆଁ ଲଗାଇବା ଲାଗି ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗୋଦ୍ରେଜ ଗାର୍ଡେନ ସିଟିରେ ଥିବା ଇଡେନ-ଭି ବିଲ୍ଡିଂର ୪ର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଥିଲା । ଝରକା ବାହାରୁ ଅଗ୍ନି ବାହାରି ଆସିଥିବା ବେଳେ ସ୍ଥାନୀୟ ଓ ଆଖପାଖ ଲୋକ ଭୟଭୀତ ହୋଇପଡ଼ିଥିଲେ । ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ସଙ୍ଗେସଙ୍ଗେ ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସର କହିବା ଅନୁସାରେ କୌଣସି ଘଟଣାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ଉତକ୍ଷିପ୍ତ ହୋଇ ସ୍ବାମୀ ନିଜ ସ୍ତ୍ରୀର ଜିଭ କାଟି ଦେଇଥିଲେ ।

ଏହା ବି ପଢନ୍ତୁ-Noida Rape Case: ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରିଥିବା ସୂଚନା

ଏହାପରେ ଘରେ ନିଆଁ ଲଗାଇ ଦେଇଥିଲେ । ଏହି ଅଗ୍ନିକାଣ୍ଡରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକଙ୍କୁ ସ୍ଥାନୀୟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଘଟଣା ସମ୍ପର୍କରେ ସୋସାଇଟିର ଚେୟାରମ୍ୟାନ ଦର୍ଶନଭାଇ କହିଛନ୍ତି, "ଶୁକ୍ରବାର ସକାଳେ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ମୋତେ ସୁରକ୍ଷାକର୍ମୀ ସୂଚନା ଦେବା ପରେ ମୁଁ ଚତୁର୍ଥ ମହଲାରେ ପହଞ୍ଚିଥିଲି । ଏହାପରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରିଥିଲା । ଏହି ସମୟରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କିରଥିଲା । ତେବେ ପରିବାରରେ ବିବାଦ ଥିବା ନେଇ ଆମକୁ କୌଣସି ସୂଚନା ନଥିଲା ।

ଗତ ୭ବର୍ଷ ଧରି ଏହି ପରିବାର ଏଠାରେ ରହିଆସୁଛନ୍ତି । ସ୍ବାମୀ ଅନିଲ ଭଦେଲ ଏକ କେମିକାଲ ଫ୍ୟାକ୍ଟ୍ରିରେ କାମ କରିଥାନ୍ତି । "ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପରେ ଉଭୟ ପରସ୍ପରକୁ ଛୁରାମାଡ଼ କରିଥିବା ଜଣାପଡ଼ିଛି । ଏହାପରେ ସେମାନେ ଚଟାଣରେ ପଡିଥିଲେ । ଘଟଣାସ୍ଥଳରେ ପତ୍ନୀ ଅନିତା ଭଦେଲଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ତଥ୍ୟ ସଂଗ୍ରହ କରି ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଛି । ତେବେ ଏମାନଙ୍କ ୨ ସନ୍ତାନ ରହିଥିବା ବେଳେ ସେମାନେ ସ୍କୁଲରେ ଥିବା ସମୟରେ ଘଟିଥିଲା ଘଟଣା । ଫଳରେ ୨ ନିରୀହ ଶିଶୁଙ୍କ ଜୀବନ ବଞ୍ଚିପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.