ETV Bharat / bharat

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିନା ଅନୁମତିରେ ସ୍ତ୍ରୀର ବ୍ୟକ୍ତଗତ ସମ୍ପତ୍ତି ସ୍ୱାମୀଙ୍କୁ ମନା

author img

By

Published : Dec 31, 2022, 11:05 PM IST

ସ୍ତ୍ରୀ ଅଳଙ୍କାର ଚୋରି ମାମଲାରେ ସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କଲେନି କୋର୍ଟ । କହିଲେ ବିନା ଅନୁମତିରେ ସ୍ତ୍ରୀର ବ୍ୟକ୍ତିଗତ ସମ୍ପତ୍ତି ନେଇପାରିବେ ନାହିଁ ସ୍ବାମୀ (husband cannot take wife personal property)। ଅଧିକ ପଢନ୍ତୁ

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବିନା ଅନୁମତିରେ ସ୍ତ୍ରୀର ବ୍ୟକ୍ତଗତ ସମ୍ପତ୍ତି ନେଇ ପାରିବ ନାହିଁ ସ୍ବାମୀ

ହାଇଦ୍ରାବାଦ: ସ୍ତ୍ରୀ ଅଳଙ୍କାର ଚୋରି ମାମଲାରେ ସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ସ୍ବାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ପାଇଁ ମନା କରିବା ସହ ଗୁରୁତ୍ବପୂର୍ଣ୍ଣ ରାୟ ମଧ୍ୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ପତ୍ନୀ ଗ୍ରହଣ କରିଥିବା ଅଳଙ୍କାର ହେଉଛି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି । ଏଭଳି ପରିସ୍ଥିତିରେ ପୂର୍ବ ସୂଚନା କିମ୍ବା ବିନା ଅନୁମତିରେ ପତି ସେସବୁର ହକଦାର ନୁହଁନ୍ତି । ବିନା ଅନୁମତି ଏପରି କରିବାକୁ ଅପରାଧ ବୋଲି ବିବେଚନା କରାଯିବ ।

ଜଷ୍ଟିସ ଅମିତ ମହାଜନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣିରେ ଏହି ଟିପ୍ପଣୀ ରଖିଥିଲେ । ଖଣ୍ଡପୀଠ କହିଥିଲେ, ଯଦିଓ ଏହି ମାମଲାରେ ଆବେଦନକାରୀ ଅଭିଯୋଗକାରୀଙ୍କ ସ୍ୱାମୀ, ତଥାପି ପତ୍ନୀଙ୍କୁ ଅବଗତ ନକରି ଏହି ଉପାୟରେ ଅଳଙ୍କାର ଏବଂ ଘରୋଇ ସାମଗ୍ରୀ ନେବାକୁ ଆଇନ ଅନୁମତି ଦିଏ ନାହିଁ । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହି ବିବାଦକୁ ବିନା ଅନୁମତିରେ ପତ୍ନୀର ଅଳଙ୍କାର ବା ସମ୍ପତ୍ତି ବଳପୂର୍ବକ ବ୍ୟବହାର କରିବାକୁ ମଧ୍ଯ ଅନୁମତି ଦିଆଯାଇପାରିବ ନାହିଁ ।

କୋର୍ଟ କହିଛନ୍ତି ଯେ ମାମଲାର ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଅଭିଯୁକ୍ତ ତଦନ୍ତରେ ଯୋଗ ଦେଇ ନାହାଁନ୍ତି କିମ୍ବା ଅଳଙ୍କାର ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ ଅଭିଯୁକ୍ତଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି । ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କ ଗିରଫ ପୂର୍ବରୁ ଜାମିନ ପ୍ରଦାନ ଉଚିତ ନୁହେଁ । ଏହି ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଆବେଦନକାରୀ ଆଗୁଆ ଅନ୍ତରୀଣ ସୁରକ୍ଷା ମାଗି କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.