ETV Bharat / bharat

ସୀମା ଡେଇଁଲା ସ୍ବାମୀ, ଅକଥନୀୟ ନିର୍ଯାତନା ପରେ ସ୍ତ୍ରୀର ଯୌନାଙ୍ଗରେ ଭର୍ତ୍ତି କଲା ବାଡି - ସ୍ତ୍ରୀକୁ ସ୍ବାମୀର ନିର୍ଯ୍ୟାତନା

ସ୍ତ୍ରୀ ଉପରେ ଅତ୍ୟାଚାର କରିବାର ସୀମା ଟପିଗଲା ସ୍ବାମୀ । ରାଗରେ ଜର୍ଜରିତ ହୋଇ ସ୍ତ୍ରୀର ଯୌନାଙ୍ଗରେ ବାଡି଼ ଭର୍ତ୍ତି କରିବା ଭଳି ଅମାନୁଷିକ କାଣ୍ଡ ଘଟାଇଛି ନୃଶଂସ ସ୍ବାମୀ । ଅଧିକ ପଢ଼ନ୍ତୁ

ପାଶବିକତାର ସୀମା ଟପିଲା ସ୍ବାମୀ
ପାଶବିକତାର ସୀମା ଟପିଲା ସ୍ବାମୀ
author img

By ETV Bharat Odisha Team

Published : Sep 10, 2023, 11:52 AM IST

ଚଣ୍ଡିଗଡ଼: ବଢ଼ିବାରେ ଲାଗିଛି ମହିଳାମାନଙ୍କ ପ୍ରତି ଘରୋଇ ହିଂସାର ବର୍ବରତା । ସ୍ତ୍ରୀକୁ ନିର୍ଯାତନା ଦେବାରେ ସୀମା ଟପିଲା ସ୍ବାମୀ ।ସ୍ତ୍ରୀର ଯୌନାଙ୍ଗରେ ବାଡି଼ ଭର୍ତ୍ତି କରିବା ଭଳି ଅମାନୁଷିକ କାଣ୍ଡ ଘଟାଇଛି ନୃଶଂସ ସ୍ବାମୀ । ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ ।

ସୂଚନା ଅନୁସାରେ, ହରିୟାଣା କର୍ଣ୍ଣାଲର ଅସନ୍ଧ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । 9 ବର୍ଷ ପୂର୍ବେ ମହିଳାଙ୍କ ବିବାହ ହୋଇଥିଲା । ବର୍ତ୍ତମାନ ତାଙ୍କର 3ଟି ପିଲା ମଧ୍ୟ ଅଛନ୍ତି । ତେବେ ବିବାହ ପରଠାରୁ ହିଁ ତାଙ୍କ ପ୍ରତି ନିର୍ଯାତନା ଆରମ୍ଭ ହୋଇଥିଲା । ଲଗାତାର ଭାବରେ ଶ୍ବଶୁର ଘର ଲୋକଙ୍କ ନିର୍ଯାତନାକୁ ସହିଚାଲିଥିଲେ ମହିଳା । କିନ୍ତୁ ଗତ ସେପ୍ଟେମ୍ବର 8 ଶୁକ୍ରବାର ଦିନ ମହିଳାଙ୍କ ପ୍ରତି ଅତ୍ୟାଚାରର ସୀମା ପାର କରିଥିଲେ ସ୍ବାମୀ ଓ ଶ୍ବଶୁର ଘର ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ....ସ୍ତ୍ରୀ ଓ ଝିଅକୁ ନିର୍ମମ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ

ତେବେ ଶୁକ୍ରବାର ମହିଳାଙ୍କ ସ୍ବାମୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲେ । ଏହାପରେ ନିଜ ବାପା ମାଆଙ୍କ ସହ ମିଶି ତାଙ୍କୁ ମାରପିଟ କରିଥିଲେ । ଏତିକିରେ ମହିଳାଙ୍କ ପ୍ରତି ନିର୍ଯାତନା କମିନଥିଲା । ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ ଯୌନାଙ୍ଗରେ ଏକ ବାଡ଼ିକୁ ଭର୍ତ୍ତି କରିଦେଇଥିଲା ନୃଶଂସ ସ୍ବାମୀ । ତେବେ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେବା ସହ ଏନେଇ ତାଙ୍କ ବାପାଘର ଲୋକଙ୍କୁ ଜଣାଇଥିଲେ । ତୁରନ୍ତ ମହିଳାଙ୍କ ବାପାମାଆ ଆସି ଝିଅର ଶ୍ବଶୁର ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଶ୍ବଶୁର ଘର ଲୋକମାନେ ମହିଳାଙ୍କ ବାପା ମାଆଙ୍କୁ ମଧ୍ୟ ମାରପିଟ କରିଥିଲେ । ପରେ ମହିଳା ଜଣଙ୍କ ନିଜ ପରିବାର ଲୋକଙ୍କ ସହ ନିଜ ବାପା ଘରକୁ ଚାଲି ଆସିଥିଲେ ।

ସେପଟେ ମହିଳା ଜଣଙ୍କ ତାଙ୍କ ବାପା ଘରକୁ ଆସିବା ସହ ଏନେଇ ଅସନ୍ଧ ଥାନାରେ ଏକ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ କରୁଥିବା ଅସନ୍ଧ ଥାନା ଅଧିକାରୀ ଭଗବାନ କହିଛନ୍ତି ଯେ, ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ ଜଣେ ଅଜଣା ମହିଳାଙ୍କ ସହ ମିଶି ତାଙ୍କୁ ଫୋନ କରିଥିଲେ । ଏହାସହ ଫୋନ କରି ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀ, ଶାଶୁ-ଶ୍ବଶୁର ଏବଂ ଅଜଣା ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଏହାସହ ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ କହିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.