ETV Bharat / bharat

Russia Ukraine war: ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଲା ହଙ୍ଗେରୀ - ୟୁକ୍ରେନ ସଙ୍କଟରେ ହଙ୍ଗେରୀର ହସ୍ତକ୍ଷେପ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ରାଜଧାନୀ ବୁଦ୍ଧାପେଷ୍ଟକୁ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଲା ହଙ୍ଗେରୀ । ଉଭୟ ପକ୍ଷ ପାଇଁ ସୁରକ୍ଷିତ ସ୍ଥାନ ହେବା ନେଇ କହିଲେ ହଙ୍ଗେରୀ କୂଟନୀତିଜ୍ଞ । ଅଧିକ ପଢନ୍ତୁ

ରାଜଧାନୀ ବୁଦାପେଷ୍ଟରେ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଗେଲା ହଙ୍ଗେରୀ

author img

By

Published : Feb 26, 2022, 6:59 PM IST

ବୁଦ୍ଧାପେଷ୍ଟ: ୟୁକ୍ରେନରେ ଋଷର ଭୟଙ୍କର ଆକ୍ରମଣ ଜାରି ରହିଥିବା ବେଳେ ସମଗ୍ର ବିଶ୍ବ ଯେମିତି ନିରବଦ୍ରଷ୍ଚା ସାଜିଛି । ଏହାରି ମଧ୍ୟରେ ଶାନ୍ତି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଛି ହଙ୍ଗେରୀ । ଉଭୟ ପକ୍ଷ ହଙ୍ଗେରୀ ରାଜଧାନୀ ବୁଦ୍ଧାପେଷ୍ଟକୁ ଶାନ୍ତି ଆଲୋଚନା ପାଇଁ ବାଛିବା ପାଇଁ ପ୍ରସ୍ତାବ ଦେଇଛି ହଙ୍ଗେରୀ ସରକାର । ଆଜି (ଶନିବାର) ହଙ୍ଗେରୀର ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ମନ୍ତ୍ରୀ ପିଟର ସିଜଜାର୍ଟୋ ଏମିତି ଏକ ପ୍ରସ୍ତାବ ସମ୍ପର୍କରେ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।

ବୈଦେଶିକ ମନ୍ତ୍ରୀ ସିଜଜାର୍ଟୋ ତାଙ୍କ ଫେସବୁକ ପୋଷ୍ଟରେ ଦର୍ଶାଇଛନ୍ତି ଯେ ଶାନ୍ତି କଥାବାର୍ତ୍ତା ସମ୍ପର୍କରେ ସେ ବୁଦ୍ଧାପେଷ୍ଟକୁ ଚୟନ କରିବା ପାଇଁ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ କ୍ୟାବିନେଟର ମୁଖ୍ୟ ଆଣ୍ଡ୍ରି ୟେରମାକଙ୍କୁ ସୁପାରିଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁଦ୍ଧାପେଷ୍ଟ ଉଭୟ ଋଷ ଏବଂ ୟୁକ୍ରେନ ପ୍ରତିନିଧୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବରେ ବ୍ୟବହାର କରାଯାଇପାରିବ ।

ବର୍ତ୍ତମାନ ଏପର୍ଯ୍ୟନ୍ତ ଋଷ ଆକ୍ରମଣରେ ଅତି କମରେ 137 ୟୁକ୍ରେନଙ୍କର ମୃତ୍ୟୁ ଘଟିଥିବା ବେଳେ 300ରୁ ଅଧିକ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ତେବେ ବେସରକାରୀ ଭାବେ ଏହି ମୃତାହତଙ୍କ ସଂଖ୍ୟା ଆହୁରି ଅଧିକ ହେବା ନେଇ ବିଶ୍ବବ୍ୟାପୀ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି । ସେହିପରି ଋଷ କୌଣସି ପରିସ୍ଥିତିରେ ଯୁଦ୍ଧ ବିରାମ କରିବା ପରି ଦୃଶ୍ୟମାନ ହେଉ ନଥିବାବେଳେ ୟୁକ୍ରେନ ମଧ୍ୟ କିଛି ଋଷୀୟ ସୈନ୍ୟଙ୍କୁ ନିପାତ କରିଥିବା ଦାବି କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.