ETV Bharat / bharat

ଚାଲିଥିଲା ବିବାହ, ହଠାତ୍‌ ଭୁଶୁଡି ପଡିଲା ବାଲକୋନି - ବିବାହ ବେଳେ ଅଘଟଣ

ବିହାରର ଔରଙ୍ଗାବାଦରେ ବଡ଼ ଅଘଟଣ । ଜିଲ୍ଲାର ସାଦର ବ୍ଲକର ମୁଫାସ୍ସିଲରେ ବିବାହ ସମାରୋହ ବେଳେ ବାଲକୋନି ଖସିଯିବାରୁ ଅନେତ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

house visor collapsed during marriage ceremony in aurangabad
ବିବାହ ବେଳେ ଅଘଟଣ: ବାଲକୋନି ଭୁସୁଡି 20ରୁ ଉର୍ଦ୍ଧ୍ବ ଆହତ
author img

By

Published : Jun 15, 2022, 10:44 AM IST

ପାଟନା: ବିହାରର ଔରଙ୍ଗାବାଦରେ ବଡ଼ ଅଘଟଣ । ଜିଲ୍ଲାର ସାଦର ବ୍ଲକର ମୁଫାସ୍ସିଲରେ ବିବାହ ସମାରୋହ ବେଳେ ବାଲକୋନି ଖସିଯିବାରୁ ଅନେତ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିନ୍ତୁ ବାଲକୋନି ଭୁଶୁଡିବା ସମୟର ମୃଥ୍ୟ କଏଦ ହୋଇଛି କ୍ୟାମେରାରେ ।

ବିବାହ ବେଳେ ଅଘଟଣ: ବାଲକୋନି ଭୁସୁଡି 20ରୁ ଉର୍ଦ୍ଧ୍ବ ଆହତ

ସୂଚନା ଅନୁଯାୟୀ, ଗତ 13 ତାରିଖରେ ବିବାହ ଉତ୍ସବ ଦେଖିବା ପାଇଁ ଗ୍ରାମରେ ଲୋକଙ୍କ ଭିଡ଼ ଜମିଥିଲା । ବିବାହ ଶୋଭାଯାତ୍ରା ପରେ ଜୟମାଳା କାର୍ଯ୍ୟକ୍ରମ ଚାଲିଥିଲା । ଜୟମାଳା ରୀତିନୀତି ଦେଖିବା ପାଇଁ କିଛି ଲୋକ ଘରର ବାଲକୋନି ଉପରକୁ ଚଢ଼ିଯାଇଥିଲେ । ଅଧିକ ଲୋକ ହେବାରୁ ବାଲକୋନିଟି ଭୁଶୁଡି ପଡିଥିଲା । ଫଳରେ 20ରୁ ଊର୍ଦ୍ଧ୍ବ ଆହତ ହେବାସହ ଅନେକ ଗୁରୁତର ହୋଇଥିଲେ । ସମସ୍ତ ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କେତେକଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ ମଗଧ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.