ETV Bharat / bharat

କାର-ଟ୍ରଲର ମୁହାଁମୁହିଁ ଧକ୍କା; ୧୧ ମୃତ ୭ ଆହତ, ସହାୟତା ରାଶି ଘୋଷଣା କଲେ ମୋଦି

author img

By

Published : Aug 31, 2021, 10:02 AM IST

Updated : Aug 31, 2021, 8:50 PM IST

କାର ଓ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣ ପ୍ରାଣ ହରାଇ ଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

କାର ଓ ଟ୍ରଲର ମୁହାଁ ମୁହଁ ଧକ୍କା; ୧୧ ମୃତ, ୭ ଆହତ

ଜୟପୁର: ରାଜସ୍ଥାନ ବିକାନେରର ନୋଖା ଓ ନାଗୋର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । କାର ଓ ଟ୍ରଲର ମୁହାଁମୁହଁ ଧକ୍କା ହେବାରୁ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ନୋଖା ଓ ନାଗୋର ଜିଲ୍ଲାର ବାଲାଡି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଡାକ୍ତରଖାନା ନେବା ବାଟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏଥିରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କାରରେ ଥିବା ସମସ୍ତ ଲୋକ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ସୂଚନା । ଏନେଇ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରୁ PMNRF ପାଣ୍ଠିରୁ ୨ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବା ନେଇ ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2021, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.