ରାଞ୍ଚି: ଝାଡ଼ଖଣ୍ଡ ପଲାମୁ ଜିଲ୍ଲାରେ ଗଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ଏପଟେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା । ଦୁଃଖର ବିଷୟ ମୋଟ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ନୌଡିହା ବଜାର ଥାନା ଅଞ୍ଚଳ ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଛି ।
ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ପିଲାମାନଙ୍କୁ ଧକ୍କା ଦେଇଥିଲା । ଏହି ଛୋଟ ଛୋଟ ପିଲାମାନେ ଏକ ଗୋଷ୍ଠୀ ହୋଇ ଆସୁଥିବା ବେଳେ ତାଙ୍କୁ ସ୍କର୍ପିଓ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମୃତକ ଡ୍ରାଇଭର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ନୌଡିହା ବଜାର ଥାନା ଅଧିକାରୀ ଅମନ କୁମାର ପହଞ୍ଚିଛନ୍ତି । ସ୍କର୍ପିଓକୁ ଜବତ କରାଯିବା ସହ ଗୁରୁତର ଆହତଙ୍କୁ MMCHରେ ଭର୍ତ୍ତି କରାଯାଇଛି ।