ମେଷ: ଆଜି ଦିନଟି ବହୁ ଅସୁବିଧାରେ ଅତିବାହିତ ହୋଇପାରେ । ନିଜର ଶାରୀର ଅସୁସ୍ଥତା, ମାନସିକ ସନ୍ତୁଳନର ଭାରସାମ୍ୟ ରକ୍ଷା ନକରିପାର । ଅଯଥା ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ନିଜେ ନିଜର ବଳକା ଅର୍ଥକୁ ସଞ୍ଚୟ କରିବା ଯୋଜନା କରିପାରନ୍ତି । ନିଜର ବଦାନ୍ୟତା ଦେଖାଇ କିଛି ଦାନ କରିବା ପ୍ରବୃତ୍ତି ପ୍ରତି ସତର୍କ ରୁହନ୍ତୁ । ଦେବାନେବା ପ୍ରକ୍ରିୟାରେ ସତର୍କତା ଅବଲମ୍ୱନ କରିବା ଉଚିତ୍ । ଆପଣ ଆଜି ଆଧ୍ୟାତ୍ମିକ ଭାବରେ ଉଦବୁଦ୍ଧ ହୋଇପାରନ୍ତି ।
ବୃଷ: ଆଜି ଏକ ଶୁଭଦିନ । ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ । ଗୋଟିଏ ଛୋଟକାଟିଆ ପରିଭ୍ରମଣରେ ଯାଇ ହସଖୁସି କରିପାରନ୍ତି । ସଂକ୍ଷିପ୍ତରେ କହିବାକୁ ଗଲେ ଦିନଟିଯାକ ହସଖୁସି ଓ ଆନନ୍ଦ ଉଲ୍ଳାସରେ ଅତିବାହିତ ହେବ ।
ମିଥୁନ: ଏହି ଦିନଟି ଆପଣଙ୍କ ପାଇଁ ଅଧିକ ଲାଭପ୍ରଦ ହେବ । ଅବିବାହିତମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ଅଛି । ଏହା ମଧ୍ୟ ଆର୍ଥିକ ଲାଭ ପାଇଁ ଏକ ଉତ୍ତମ ଦିନ । ସାଙ୍ଗସାଥିଙ୍କ ସହ ଭେଟ କରିବା ଏବଂ ଖୁସିବାସୀ ବଣ୍ଟନ କରିବା ଦ୍ୱାରା ଆପଣ ଏକ ସଫଳତା ଦିନ ପାଇବେ । ବର୍ତ୍ତମାନ, ସମସ୍ତ ଭଲ ଜିନିଷ ଏକା ସହିତ ଆସିବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପିଲାଙ୍କଠାରୁ ଭଲ ଖବର ପାଇବାର ଆଶା ଅଛି ।
କର୍କଟ: ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ । ଆପଣ ଆପଣଙ୍କ ସିନିଅର୍ମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି । ସେମାନେ ଆପଣ ପରଫରମାନସ୍ରେ ଅତ୍ୟନ୍ତ ଖୁସି ହୋଇପାରନ୍ତି । ଆପଣଙ୍କର ପଦୋନ୍ନତି ହୋଇପାରେ । ଘର ଆଡୁ ଆପଣ ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।
ସିଂହ: ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ। ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟସମ୍ବନ୍ଧିତ ଆପଣା ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍। ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ। ସନ୍ତୁଳିତ ତଥା ଶାନ୍ତ ରୁହନ୍ତୁ ।
କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରନ ରଖନ୍ତୁ । ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶ୍ଆନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।
ତୁଳା: ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆପଣ ଅତୀତର ଅଭିଜ୍ଞତାରୁ ଜ୍ଞାନ ଆହରଣ କରିବେ। ଆପଣଙ୍କ ନିକଟରେ ରହିଥିବା କିଛି ମୂଲ୍ୟବାନ ସାମଗ୍ରୀ ପାଇଁ ଆପଣ ଅଧିକ ଆସକ୍ତ ରହିବେ। ବିଭିନ୍ନ ବିଷୟ କୁ ନେଇ ଚିନ୍ତିତ ରହିପାରନ୍ତି ଯଦ୍ବାରା ଆପଣଙ୍କ ଠାରେ ମାନସିକ ଚାପ ଦେଖାଦେଇପାରେ।
ବିଛା: ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଶାରୀରିକ ଏବଂ ମାନସିକ ଭାବରେ ଅସ୍ତବ୍ୟସ୍ତ ହୋଇପାରନ୍ତି । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ । ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି । ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।
ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।
ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ଯାହାକି ଆପଣଙ୍କର ମର୍ଯ୍ୟଦା ହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।
କୁମ୍ଭ: କୌଣସି ସମାସ୍ୟା ଆପଣଙ୍କର ମନକୁ ବିଚଳିତ କରିପାରେ। ସେଥିପାଇଁ ଆପଣ ସିଦ୍ଧାନ୍ତ ନେବା ପାଇଁ ଦୋଳାୟମାନ ଅବସ୍ଥାରେ ଗତି କରିପାରନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ। ଯାହାକି ଆପଣ କାହା ଆଗରେ ପ୍ରକାଶ କରିପାରିବେ ନାହିଁ। ମାନସିକ ଶାନ୍ତି ଓ ସମାନରେ ବାଧା ଆସିବ|।ଧୀର ସ୍ଥିର ଭାବେ ଚିନ୍ତା କରି ସମଧାନ କରନ୍ତୁ। କର୍ମରେ ଆଗେଇବାରେ ଇଚ୍ଛା ଥିଲେ ବି ପାରିବେ ନାହିଁ।
ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ, ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍ ରହିବାକୁ ପଡିପାରେ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୁରେଇ ରହିବେ । ସେମାନେ କେବଳ ଆପଣଙ୍କ ଉପରକୁ କଳହ ପାଇଁ ମସଲା ଆପଣଙ୍କୁ ଦେବେ ।