ମେଷ: ଏହି ରାଶିର ବ୍ୟକ୍ତି ବିଶେଷକଙ୍କ ପାଇଁ ଦିନଟି ମଧ୍ୟମ ଧରଣର ଭଲ ରହିବ । ଘରୋଇ କାର୍ଯ୍ୟ କରିବା ସମୟରେ ବାସ୍ତବିକତାପୂର୍ଣ୍ଣ ଏବଂ ଗଠନାତ୍ମକ ହେବା ଉଚିତ୍ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ । ଠିକ୍ ସମୟରେ ଖାଦ୍ୟ ଖାଇବା କଷ୍ଟକର ହୋଇପାରେ । ଅଧିକ ଖର୍ଚ୍ଚନ୍ତ ହୋଇ ପାରନ୍ତି । ସେଥି ମଧ୍ୟ ଧ୍ୟାନ ଦାବ ଜରୁରୀ । ଆଜି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ , ଶୁଭଫଳ ପ୍ରାପ୍ତି ହେବ ।
ବୃଷ : ଆପଣ ଅର୍ଥ ସମନ୍ଧୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ନେଇ ବ୍ୟସ୍ତ ରହିବେ । ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତି । ଅର୍ଥ ଲାଭର ସୁଯୋଗ ରହିଛି । ଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ପ୍ରବଣର ୟୁଯୋଗ ରହିଛି । ବିବାହ ସମ୍ଭନ୍ଧିୟ ଖବର ଆସିପାରେ । ମୁଣ୍ଡରେ ନାଲି ରଙ୍ଗର ଟିକା ଲଗାନ୍ତୁ , ଶୁଭଫଳ ପ୍ରାପ୍ତି ହେବ ।
ମିଥୁନ : ଏହି ରାଶିର ବ୍ୟକ୍ତି ବିଶେଷକଙ୍କ ପାଇଁ ଦିନଟି ଚିନ୍ତାଜନକ ରହିବ । ପରିବାର ଲୋକଙ୍କ ସହ ଯୁକ୍ତିତର୍କ ହୋଇପାରେ । ଆପଣ ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି, ଯାହାର କାରଣ ଆପଣଙ୍କୁ କେବଳ ହିଁ ଜଣାଥିବ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଆପଣ ଅପମାନିତ ହୋଇପାରନ୍ତି, ପ୍ରିୟଜନକୁ ଆଘାତ କରିପାରନ୍ତି, ଏବଂ ଏହା ବଡ ଧରଣର ରୂପ ନେଇପାରେ । ଏହି ପ୍ରକାର ବିରକ୍ତି ଭାବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।
କର୍କଟ : ସାବଧାନ ରହନ୍ତୁ । ଦେହ ଓ ମନ ଭଲ ରହିବ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଭଲ ଅଟେ । ବ୍ୟସ୍ତତା ଓ ମାନସିକ ଚାପ ବଢିବ । ବଦ୍ ଖର୍ଚ୍ଚ ବଢିବ । ଭଲ ପାଉଥିବା ବ୍ୟକ୍ତିଙ୍କ ସହ ତିକ୍ତତା ହେବ । ଯାତ୍ରା ବର୍ଜନ କରନ୍ତୁ । ନିଜର ମନକୁ ନିୟନ୍ତ୍ରଣ ରଖନ୍ତୁ ।
ସିଂହ: ଆପଣଙ୍କ ପାଇଁ ଦିନଟି ସୁନ୍ଦର ଅଟେ । ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଦେହ ଓ ମନ ଭଲ ରହିବ । ବିଚଳିତ ହେଲେ ନକାରତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ନିଦ ଭଲ ହେବ ନାହିଁ । ମହିଳାମାନେ ପାଣି ପ୍ରତି ସତର୍କ ରୁହନ୍ତୁ । ଖାଦ୍ୟ ସମୟରେ ମିଳିବ ନାହିଁ । କର୍ମ କ୍ଷେତ୍ରରେ କଷ୍ଟ ମିଳିବ । ସମ୍ପତ୍ତିର ଧ୍ୟାନ ଦିଅନ୍ତୁ ।
କନ୍ୟା: ଆଜି ଆପଣ ଯାହା କରିବେ ସେଥିରେ ବହୁତ ଭଲ କରିବେ । ଆପଣ ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ପରିବାର ଲୋକଙ୍କୁ ଗୁରୁତ୍ବ ଦିଅନ୍ତୁ, ମନୋବଳ ବୃଦ୍ଧି ହେବ । ଭ୍ରମଣରେ ଯିବା ସମୟରେ ନିଜ ଉପରେ ଧ୍ୟାନ ରଖନ୍ତୁ ।
ତୁଳା: ଆଜି ଆପଣଙ୍କ ବଦାନ୍ୟ ରୂପ ଆଗକୁ ଆସିବ, କାରଣ ଆପଣ ଆଜି ଯାଏ ଯାହା ଠାରୁ ଯାହାବି ଆଣିଛନ୍ତି ତାହା ଫେରସ୍ତ କରିବେ | ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଓ ସେମାନଙ୍କ ଖୁସିରେ ସାମିଲ ମଧ୍ୟ ହେବ । ଦିନଟିରେ ଆତ୍ମସନ୍ତୋଷ ଲାଭ କରିବେ ।
ବିଛା : କାର୍ଯ୍ୟବ୍ୟସ୍ତ ରହି ପରିବାରକୁ ସମୟ ଦେବେ ନାହିଁ । ଯାହାକୁ ନେଇ ବିବାଦ ହୋଇ ପାରେ । ଜୀବନସାଥୀଙ୍କ ସହ ଥିବା ଆନମନାର ସମାଧାନ କରନ୍ତୁ । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୌର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତା କୁ ନିୟନ୍ତ୍ରଣରେ ରଖନ୍ତୁ ।
ଧନୁ: ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ କାରଣ ଆଜି ନିଜ ଲୋକ ହିଁ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବାରେ ସମ୍ଭବପର ହେବେ ନାହିଁ | ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଆପଣ ଖୁସି ଅନୁଭବ କରିପାରନ୍ତି ।
ମକର : ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସି ଖବର ମିଳିପାରେ । ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏହା ଭଲ ଦିନ | ଆଜି ଅନେକ ଗୁଡିଏ ସମସ୍ୟାର ସମାଧାନ ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳା ପାଇବେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଶାଗୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଶୁଭଦିନ ହେବାର ଆଶା କରାଯାଉଛି । ସମସ୍ତ କାର୍ଯ୍ୟ ସମୟ ପୂର୍ବରୁ ସହଜରେ ସମାପ୍ତ ହୋଇପାରିବ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଅନୁକୂଳ ରହିବ । ବ୍ୟବସାୟୀ ଏବଂ ପେଶାଦାରମାନେ ଏକ ବଡ ଆଶ୍ଚର୍ଯ୍ୟ ଜନକ ଖବର ପାଇବେ । ମିଳିତ ସହଯୋଗ, ପାଟନର୍ସିପ୍ ଭାଗ୍ୟଶାଳୀ ପ୍ରମାଣିତ ହେବେ ଏକ ବଡ ସଫଳତା ଆସିବାର ଅଛି ।
ମୀନ: ଆଜି ଆପଣ ଶାନ୍ତ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ରଖନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ । ସମୟ କ୍ରମେ ସବୁ ଜିନିଷ ଭଲ ହୋଇଯିବ । ଅବଶ୍ୟ, ପରିସ୍ଥିତି ପ୍ରଭାବରୁ ଆପଣ ମାନ୍ଦା କିମ୍ୱା କ୍ଳାନ୍ତ ଅନୁଭବ କରିପାରନ୍ତି । ଅନ୍ୟ କୌଣସି ସମସ୍ୟା ଯୋଗୁଁ ମଧ୍ୟ ଆପଣଙ୍କୁ ବ୍ୟସ୍ତ ଏବଂ ବିରକ୍ତି କରୁଛି । ଆପଣଙ୍କୁ ଯୁକ୍ତିତର୍କରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆହେଉଛି ।