ମେଷ: ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ଘଟିବ । ନିଜ ରୋଜଗାରକୁ ଚାହିଁ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆଜି ସନ୍ଧ୍ୟାଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ବଣଭୋଜି ପାଇଁ ଯୋଜନା କରିବା ମନ୍ଦ ନୁହେଁ । କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଦିନଟି ଖୁସିରେ କଟିବ ।
ବୃଷ: ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ । ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ ପ୍ରତି ମନ ବଳିବ | ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।
ମିଥୁନ: ମାଆଙ୍କର ସାନିଧ୍ୟ ଶାନ୍ତି ଦେବ । ଯଦି କିଛି ଧାର୍ମିକ କାର୍ଯ୍ୟ୍ୟରେ ଭାଗନିଅନ୍ତି ତେବେ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ । ଅଯଥା ଦୁଃଖିତ ହେବେ ।
କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦ ଏବଂ ଖୁସୀଭରା ରହିବ । ଏକ ନୂଆ ପ୍ରକଳ୍ପର ଶୁଭାରମ୍ଭ, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣଙ୍କ ପାଖରେ ଯାହା ଅଛି, ତାହା ଆପଣଙ୍କୁ ଭଲ ଭାଗ୍ୟ ଆଡକୁ ଟାଣିନେବ ଏବଂ ଆପଣ ଅଧିକ ଉତ୍ସାହ ଏବଂ ଶକ୍ତିରେ ଫୁଲି ଉଠିବେ ।
ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିନଟିକୁ କିପରି କାଟିବେ ତାହା ଆପଣଙ୍କ ବିହ୍ୱଳିତ ମନ ଠିକ୍ କରିପାରିବ ନାହିଁ । ସେ ଯାହାହେଉ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ । ଏହି ସମ୍ପର୍କ ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ ପ୍ରଦାନ କରିପାରେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ । ନିଜର କଠିନ ପରିଶ୍ରମର ଫଳ ଆଜି ମିଳିବ ନାହିଁ ।
କନ୍ୟା: ଶରୀର ସୁସ୍ଥ ରହିବ । ଆର୍ଥିକ ସ୍ଥିତି ସ୍ୱଛଳ ରହିପାରେ । ମନ ହରଷ ରହିବ । ଉଚ୍ଚ ବିଚାରଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଉପଭୋଗ୍ୟ ହେବ ।
ତୁଳା: ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଯଦି ପାରନ୍ତି ତାହେଲେ କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ଅନାବଶ୍ୟକ ଆଲୋ଼ଚନା କରନ୍ତୁ ନାହିଁ । ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇ ପାରେ । ଆଜି କିଛି ଶାରିରୀକ ଅସୁସ୍ଥତା ଭୋଗିପାରନ୍ତି ଏବଂ ଏହା ଜୀବନପ୍ରତି ବିପଦ ଆଣିପାରେ | ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ନଚେତ୍ ନିଜର କ୍ଷତି ଘଟିବ । ଏପରି ଘଡିସନ୍ଧି ମୁହୁର୍ତ୍ତରେ ଠାକୁର ପୂଜା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ ।
ବିଛା: ସବୁ କାମରେ ଆପଣ ସଫଳତା ଲାଭ କରିବେ । ଆପଣଙ୍କ କାର୍ଯ୍ୟ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ନିଜ ପସନ୍ଦ ମୁତାବକ ଜୀବନ ସାଥୀ ପାଇ ପାରିବେ । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।
ଧନୁ: ଆଜି ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ ପ୍ରଦାନ କରି ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ଉପରିସ୍ଥ ହାକିମଙ୍କୁ ପ୍ରଭାବି କରି ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କ ଠାରୁ କିଛି ସୁଖବର ପାଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ ।
ମକର: ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଫଳ ପ୍ରଦାନକାରୀ ଦିନଟି । କଳା ଓ ସାହିତ୍ୟ ସମ୍ପର୍କିତ ଗୋଟିଏ ନୂତନ ଯୋଜନା ଆପଣ ହାତକୁ ନେଇ ସଫଳତା ଲାଭ କରିପାରନ୍ତି । ନିଜର ଚିନ୍ତନଶୀଳ ମନୋବୃତ୍ତିର ସଫଳ ରୂପାୟନ ନିମନ୍ତେ ଏକ ପୁସ୍ତକ ପଠନ ମେଳାର ଆୟୋଜନ କରିପାରନ୍ତି । ସରକାରୀ କାର୍ଯ୍ୟରେ ଆପଣ କିଛି ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ ।
କୁମ୍ଭ : ଅସନ୍ତୋଷ ଯୋଗୁଁ ମନ ଭାରାକ୍ରାନ୍ତ ରହିବା ସହିତ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରି ଆସିପାରେ । ଚୋରି ପରି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନୈରାଶବାଦୀ ଭାବ ଅନ୍ୟ କାହା ମନରେ ଆଘାତ ନଦେବାକୁ ଆପଣ ଆଦୌ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ ।
ମୀନ: ଲେଖକ ହୁଅନ୍ତୁ ,ମଞ୍ଚ କଳାକାର କିମ୍ୱା ନୃତ୍ୟଶିଳ୍ପୀ ହୁଅନ୍ତୁ । ଆପଣ ନିଜର ସୃଜନଶୀଳ ପ୍ରତିଭା ଯୋଗୁଁ ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହୋଇପାରନ୍ତି । ବ୍ୟବସାୟୀ ମାନେ ଯଦି ନିଜ ବ୍ୟବସାୟରେ ଭାଗୀଦାର ହେବାକୁ ଜଣେ କର୍ମଠ ବ୍ୟକ୍ତି ଖୋଜୁଥାନ୍ତି । ତାହେଲେ କାର୍ଯ୍ୟଟି ଶୀଘ୍ର କରନ୍ତୁ । ବନ୍ଧୁଙ୍କ ସହ ସମୟ ବିତାଇ ପାରନ୍ତି । ଚଳଚ୍ଚିତ୍ର ଦେଖି ମଧ୍ୟ ସମୟ କାଟିପାରନ୍ତି ।