ମେଷ: କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳଟି ଆପଣଙ୍କ ପାଇଁ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ଅଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଅପରାହ୍ନରେ ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି କାର୍ଯ୍ୟରେ ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।
ବୃଷ: କିଣାକିଣି ପାଇଁ ଦିନଟି ସ୍ଥିରୀକୃତ ହୋଇଛି । ମଲ, ମାର୍କେଟ, ଡଲାର କିମ୍ବା ମୂଲଚାଲ କାଉଣ୍ଟର ବୁଲାବୁଲି କରିପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିବେ । ଗୁଡ଼ାଏ ଜିନିଷ କିଣାକିଣି କରିପାରନ୍ତି ।
ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେବ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । ଯାହା ହେଉ ଆପଣ ତାଙ୍କୁ ପରାସ୍ତ କରିବେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେବେ ।
କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ ନ ଉପୁଜିବା ପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ । ମନରୁ ନକରାତ୍ମକ ଭାବନା ଦୁରେଇ ରଖନ୍ତୁ ।
ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷା କରନ୍ତୁ । ମାନସିକ ଚିନ୍ତା ବଢିପାରେ । ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।
କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ବର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ ।
ତୁଳା: ଏହା ହିଁ ଉପଯୁକ୍ତ ସମୟ ଆପଣ ନିଜର ଵ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରବାରରେ ପରିଚିତ କରାଇବେ । ନୂଆ ବସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେବେ । ଆଜିର ଦିନଟି ଆପଣ ନିଜ ସ୍ବପ୍ନ ରାଇଜରେ ବିତାଇବେ ।
ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଏବଂ ଖୁସି ଭରା ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦପୂର୍ଣ୍ଣ ରହିବ। ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତୃମାନେ ପରାସ୍ତ ସ୍ୱୀକାର କରିବେ ।
ଧନୁ: କଷ୍ଟ ନାହିଁ ତ କୃଷ୍ଣ ନାହିଁ । ଯେତେବେଳେ ଆପଣ କଠିନ ପରିସ୍ଥିତି ଦେଇ ନିଜ କାମ କରୁଥାନ୍ତି, ସେଥିରୁ ମିଳିବାକୁ ଥିବା ଫଳ ନିହାତି ମିଠା ହେବ । ବନ୍ଧୁ ଓ ପରିବାର ସହ ହସଖୁସିରେ ସମୟ ବିତାଇବେ । ଆଜି ଦିନଟି କୌତୁକରେ ଭରା ରହିବ।
ମକର: ପ୍ରଥମରୁ ଯଦି ସଫଳତା ପାଉନାହାନ୍ତି, ଚେଷ୍ଟା କରନ୍ତୁ । ଅନେକ ଲୋକ ଧୈର୍ଯ୍ୟ ଓ ଅଧ୍ୟବସାୟର ଶକ୍ତିକୁ ଗୌଣ ମନେ କରନ୍ତି । କିନ୍ତୁ ଏହି ସବୁ ଗୁଣ ଆପଣଙ୍କୁ ସଫଳତା ଆଡ଼କୁ ନେଇଯିବ । ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ । ଵିଶେଷ କରି ଯେତେଵେଳେ ନିଜ ଯୋଜନା ମୁତାବକ ଫଳ ମିଳୁନାହିଁ ।
କୁମ୍ଭ: ଧୈର୍ଯ୍ୟ ଓ ପ୍ରାକ୍ଟିକାଲିଟିର ବଡ଼ ଆଶୀର୍ଵାଦ ଆପଣଙ୍କ ଉପରେ ଅଛି । ଆପଣ ଯେ କୌଣସି ସମସ୍ୟାକୁ ସମାଧନ କରିପାରିବେ । କିନ୍ତୁ ଆପଣଙ୍କ ଚାରିପାଖର ଲୋକମାନେ କିଛିନା କିଛି କହିବେ । ଏହା ଆପଣଙ୍କୁ ବିଷାଦଗ୍ରସ୍ତ କରିବ ।
ମୀନ: ଆପଣଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ଯେହେତୁ ଏହା ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଛି । ଯଦି ଆପଣ ସମୁଚିତ ପଦକ୍ଷେପ ନ ନେବେ । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ । ଏହି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ବିଶେଷ ଭାବରେ ଭାଷା ଏବଂ ରାଗ ଉପରେ ସଂଯମତା ରକ୍ଷା କରନ୍ତୁ ।