ମେଷ : ଆଜି ଦିନଟି ଆପଣଙ୍କ ପାଇଁ ଏକ ସହଜ ଦିନ ରହିବ । ଆଜି ଏକ ଆପଣଙ୍କର ବ୍ୟବସାୟିକ ଗ୍ରସ୍ତ କାର୍ଡରେ ଅଛି । ଆପଣ ହଠାତ୍ ଅନ୍ତରରେ ଏକ ଆଲୋକପାତ ଅନୁଭବ କରିବେ । ଯାହା ଭବିଷ୍ୟତରେ ଫଳପ୍ରଦ ହୋଇପାରେ । ଆଜିର ବିଚାର ମୁଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ ,ସେଥିପାଇଁ ଆପଣଙ୍କୁ ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ । ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ବିଶେଷତଃ ମହିଳାମାନଙ୍କଠାରୁ । ଖୁସୀ ରହନ୍ତୁ ,ମଜା କରନ୍ତୁ । ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ପ୍ରତିଯୋଗିତାର ଦିନ ହେବ । ଆପଣ ପ୍ରତିଯୋଗିତାରେ ଜିତିବାକୁ ଚେଷ୍ଟା ଜାରି ରଖିବେ । ଏହା ସତ୍ତ୍ବେ, ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରେରଣା ଆସିବ ଏବଂ ଆପଣ ମଧ୍ୟ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସମର୍ଥ ହେବେ । ପରିବାର ସହିତ ସମୟ ଭଲ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସମୟ ଲାଭଦାୟକ ଅଟେ ।
ବୃଷ : ଆଜି ଆପଣ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରିବା ଉଚିତ୍ । ମନୋବଳ ଦୁର୍ବଳ ହେବ । ଆପୋଷ ବୁଝାମଣା ରହିବା ଦ୍ୱାରା ଆପଣଙ୍କର କୌଣସି କ୍ଷତି ହେବ ନାହିଁ । ଯଦି ସମ୍ଭବ, ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ । କଳାକାର ଏବଂ ପରାମର୍ଶଦାତାମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ । ଆଜି ଅପରାହ୍ନ ପରେ ଆଦୌ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପାରିବାରିକ ଜୀବନରେ ମତଭେଦ ହୋଇପାରେ । କର୍ମକ୍ଷେତ୍ରରେ ମଧ୍ୟ ଆପଣ ବିରକ୍ତ ହୋଇପାରନ୍ତି। ତେବେ ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ ।
ମିଥୁନ : ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ ଏବଂ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଶାନ୍ତିପୂର୍ଣ୍ଣ ଭାବେ ଦିନଟି ଶେଷ କରିବେ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ମନକୁ ଆସିବାକୁ ଦିଅନ୍ତୁ ନାହିଁ, ନଚେତ୍ ଆପଣଙ୍କ କାର୍ଯ୍ୟରେ ସଫଳ ହେବାରେ ଅସୁବିଧା ହେବ । ପରିବାର ସହିତ ଉତ୍ସାହର ସହିତ ସମୟ ଅତିବାହିତ ହେବ । ସାଙ୍ଗମାନଙ୍କ ସହିତ ଅଧିକ ସମୟ କାଟିବେ ।
କର୍କଟ : ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ , ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ , ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ଦେବା ନାହିଁ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି । ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଉତ୍ତେଜିତ କରି ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ । ସତର୍କ ରୁହନ୍ତୁ । ଆଜି ଆପଣଙ୍କର ଅର୍ଥ ହାନି ମଧ୍ୟ ଘଟିପାରେ । ଶରୀରିକ ଅସୁସ୍ଥତା ଲାଗିରହିପାରେ ।
ସିଂହ : ସିଂହ ରାଶି ମାନଙ୍କ ପାଇଁ କଠିନ ଲାଭ ଦାୟକ ଦିନ ଭାଗ୍ୟରେ ରହିଛି । ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହୀ ହେବେ । ନିଜ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ଏକ ସୁନ୍ଦର ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ମନେରଖନ୍ତୁ ସମୟ କାହାକୁ ଅପେକ୍ଷା କରେନାହିଁ । ତେଣୁ ଏହି ମୁଲ୍ୟବାନ ସମୟ ନଷ୍ଟ କରନ୍ତୁନାହିଁ । ଆପଣଙ୍କର ବ୍ୟବସାୟ ପାଇଁ ଆର୍ଥିକ ଲାଭ କାର୍ଡରେ ଅଛି । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ବ୍ୟୟ ବୃଦ୍ଧି ପାଇବ । ଭୁଲ ବୁଝାମଣା କିମ୍ବା ଯୁକ୍ତିଠାରୁ ଦୂରରେ ରହିବାର ଆବଶ୍ୟକତା ଅଛି । ଯଦି ସମ୍ଭବ, ଅଧିକାଂଶ ସମୟ ଚୁପ୍ ରୁହନ୍ତୁ ।
କନ୍ୟା : ଆପଣଙ୍କ ଆଡକୁ ଆସୁଥିବା ଆର୍ଥିକ ଆହ୍ଵାନଗୁଡିକର ସମ୍ମୁଖୀନ ହେବାକୁ ଆପଣ ଭଲ ପାଆନ୍ତି, କାରଣ ସେଗୁଡିକ ଆପଣଙ୍କ ସଫଳତାର ଆଶାକୁ ବଢାଇଥାଏ । ଆପଣ ଅଭିନବ ଧାରଣା ମନରେ ଆଣିବେ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ । ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କାର୍ଯ୍ୟକାରୀ କରିବ । ବ୍ୟବସାୟରେ ଲାଭ ହେବ । ଦରମା ପ୍ରାପ୍ତ ବ୍ୟକ୍ତି ପଦୋନ୍ନତିର ଲାଭ ପାଇପାରିବେ । ପରିବାରରେ ଆନନ୍ଦ ଏବଂ ଉତ୍ସାହର ପରିବେଶ ରହିବ । ଘରୋଇ ଜୀବନରେ ସମନ୍ୱୟ ରହିବ । ସରକାରୀ କାର୍ଯ୍ୟ ସମାପ୍ତ ହେବ । ଛାତ୍ରମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟରେ ଅସାବଧାନତା ମନୋଭାବ ରଖନ୍ତୁ ନାହିଁ ।
ତୁଳା: ମୋଟାମୋଟି ଭାବେ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ କାର୍ଡରେ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସୀ ଦେଇପାରେ । ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ଦିନଟି ଆଜି ଆପଣଙ୍କର ଭଲରେ କଟିବ ।
ବିଛା : ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆବେଗ ଏବଂ ଅନୈତିକ ଆଚରଣ ଆପଣଙ୍କୁ ଅସୁବିଧାରେ ପକାଇପାରେ । କୌଣସି ପ୍ରକାରର ଆଇନଗତ ବିଷୟରୁ ଦୂରେଇ ରୁହ । ଧୀରେ ଧୀରେ ଗାଡି ଚଳାନ୍ତୁ। ନଚେତ୍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଧ୍ୟାନ ଆପଣଙ୍କ ଚାପରୁ ମୁକ୍ତି ଦେଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଏକ ମଧ୍ୟମ ଫଳପ୍ରଦ ଦିନ । ଆଜି ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ସଫଳ ହେବ , ଯାହା ଆପଣ ଯୋଜନା କରିଛନ୍ତି ।
ଧନୁ : ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ବୁଲି ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା ଅଟେ । ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ । ଆଜି ଆପଣ ସମ୍ମାନିତ ହେବେ ।
ମକର : ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ , କର୍ମଚାରୀ , ଗୃହିଣୀ ଏବଂ ବିଦ୍ୟାର୍ଥୀଙ୍କ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିବେ । ପାରିବାରିକ ଜୀବନରେ , ବୃତ୍ତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।
କୁମ୍ଭ : ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦିୟ ମନୋବୃତିକୁ ପ୍ରତ୍ୟାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍ । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।
ମୀନ : ଆଜି ଦିନଟିରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣ ଯୋଗୁଁ ଆପଣଙ୍କ ନୈତିକ ଚରିତ୍ରର ଅବସ୍ଥା ଦିନସାରା କ୍ଷୀଣ ରହିବ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ , ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷାକରନ୍ତୁ । କର୍ମଚାରୀମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆଜି ଆପଣ ନିଜର ସମ୍ପତ୍ତି କିମ୍ୱା ଯାନବାହାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।