ମେଷ: ଆଜି ଆପଣଙ୍କ ମନୋଭାବ ଭଲ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କଠାରୁ ଭଲ ଖବର ମିଳିପାରେ । ଆଉ ମଧ୍ୟ ଆଜି ଆପଣ ସେମାନଙ୍କଠାରୁ କିଛି ଲାଭ ପାଇପାରିବେ । କିଛି ଆର୍ଥିକ ଲାଭ ହେବ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସାମାନ୍ୟ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ବନ୍ଧୀୟ ସମସ୍ୟା ଅନୁଭବ କରିପାରନ୍ତି । ଆପଣଙ୍କ ପ୍ରିୟଜନମାନଙ୍କ ସହ ମତଭେଦ ସୃଷ୍ଟି ହେବ, ଯାହାକି ଆପଣଙ୍କର ପରିବାରିକ ପରିବେଶ ଅଶାନ୍ତ କରିବେ । ଆଜି ଆପଣ କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।
ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପରିଶ୍ରମର ଲାଭ ମିଳିବ । ଆପଣଙ୍କର ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭବାନ ହେବେ । ଯେତେବେଳେ ଆପଣଙ୍କର ପାର୍ଟନର କିମ୍ବା ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ ଆପଣ ନମ୍ରତାର ସହିତ ଗ୍ରହଣ କରନ୍ତୁ । ଆପଣ ଏକ ବଡ ଧରଣର ପ୍ରୋଜେକ୍ଟ ପାଇବାର ସମ୍ଭାବନା ରହିଛି କିମ୍ବା ଏକ ରାଜିନାମା କାର୍ଯ୍ୟକାରୀ ହୋଇପାରେ ।
କର୍କଟ: ଆପଣଙ୍କ ପାଇଁ ଆଜି ହେଉଛି ଶୁଭ ଦିନ । ସବୁ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲାଭ ସହଜରେ ମିଳିବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।
ସିଂହ : ଆଜି ଆପଣଙ୍କ ପାଇଁ ମଧ୍ୟମ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍ରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରିବେ । ଧର୍ମକାର୍ଯ୍ୟ ପାଇଁ କିଛି ଦାନ କରିପାରନ୍ତି ।
କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ବପୂର୍ଣ୍ଣ ଦିନ । ଆପଣ ବହୁ ପୁର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଦିନଟି ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ । ଯଦି ଆପଣ ଜୀବନର ଅନ୍ୟ କ୍ଷେତ୍ରରେ ଯତ୍ନଶୀଳ ହୁଅନ୍ତୁ ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ହସଖୁସୀ ଓ ଆମୋଦପ୍ରମୋଦ ପୂର୍ଣ୍ଣ ରହିବ । ସାଂସ୍କୃତିକ କାର୍ଯ୍ୟରେ ସମୟ ଅତିବାହିତ ହେବ । ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଲୋକ ଏବଂ ନିଜର ପୁରୁଣା ବନ୍ଧୁମାନଙ୍କ ସହିତ ମିଶିବା ଏକ ଆକର୍ଷଣର ବିଷୟ । ଏହା ଆପଣଙ୍କୁ ତ୍ବରାନ୍ବିତ କରିବ ଏବଂ ପୁନଃ ଶକ୍ତିଶାଳୀ କରିବ ।
ବିଛା: ଆପଣଙ୍କ ପରିବାରର ପରିବେଶ ସାରାଦିନ ଭଲ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତ୍ରୁମାନେ ପରାସ୍ତ ହେବେ । ଆପଣ ଆପଣ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବେ । ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇବେ ।
ଧନୁ: ଗ୍ରହ ଜନିତ ଜଟିଳତାରୁ ନକ୍ଷତ୍ର ଗଣ ସଂପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିନାହାନ୍ତି । ଫଳରେ ଆପଣ ମାନସିକ ଭାବରେ ଟିକିଏ ବ୍ୟସ୍ତ ରହିବେ । ହଜମ ଜନିତ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଜିନିଷ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ଏସିଡିଟି ହେବାର ସମ୍ଭାବନା ଅଛି ।
ମକର : ଆଜିର ଦିନଟିରେ ଆପଣ ଅଳସୁଆମୀ ଏବଂ ଥକାମୀ ଅନୁଭବ କରିବେ । ଏହି ଦିନଟିରେ ଛୋଟ ଛୋଟ ସମସ୍ୟା, ଏବଂ ଅସୁବିଧା ଦେଖାଦେବ ଯାହାକି ଆପଣ ଆଗକୁ ବଢିବା ପାଇଁ କଠିନ ହେବ । ଏପରି ଆପଣ ନିଜ ଭିତରେ ଏକାଗ୍ରତା ରଖିପାରିବେ ନାହିଁ । ଆପଣଙ୍କୁ ସାହାଯ୍ୟ ମିଳି ନପରେ । ଆଜି ଦିନରେ ଆପଣଙ୍କୁ ଅନେକ ବିଷୟରେ କଥାବାର୍ତ୍ତା କରିବାର ଅଛି । ସାବଧାନତା ଅବଲମ୍ବନ କରନ୍ତୁ ।
କୁମ୍ଭ: ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ପ୍ରସ୍ତୁତ । ମନ ଆଗ୍ରହୀ, ଆଶାବାଦୀ ଏବଂ ଉଲ୍ଲାସର ଭରା ହୋଇଛି । ଆପଣଙ୍କ ଥିବା ସମସ୍ୟା ମଧ୍ୟ ଦୂରେଇ ଯିବାକୁ ବସିଛି । ଆପଣ ନିଶ୍ଚିତ ଭାବରେ ଉତ୍ସାହି ଅନୁଭବ କରିବେ କାରଣ ଆପଣଙ୍କ ଭାଗ୍ୟ ବର୍ତ୍ତମାନ ଆପଣଙ୍କର ଉପରେ ଆଶୀର୍ବାଦ ରହିଛି ।
ମୀନ: ଆପଣଙ୍କ ଖର୍ଚ୍ଚ ଉପରେ ନଜର ରଖନ୍ତୁ । କିଛି କାର୍ଯ୍ୟ କରିବା ଆଗରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ । ବିଶେଷ ଭାବରେ ଭାଷା ଏବଂ ରାଗ ସମସ୍ୟା ସୃଷ୍ଟି କରିପାରେ ।