ETV Bharat / bharat

ଜୁଲାଇ ୩୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 31, 2022, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୩୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୩୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ମନ ଖୋଜୁଥିବା ବ୍ୟକ୍ତିକୁ ଆଜି ପାଇବେ । କାମ ପ୍ରତି ପ୍ରତିବଦ୍ଧତା ରହିବ। ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ବିରକ୍ତି ହୋଇପାରନ୍ତି । କିନ୍ତୁ ତଥାପି ଦିନଟି ଆପଣଙ୍କ ଫୁଲ ଓ ପ୍ରେମ ପତ୍ରରେ ପରିପୂର୍ଣ୍ଣ ରହିବ ।

ବୃଷ: ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆଜି ଅନେକାଂଶରେ ସାହାଯ୍ୟ କରିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ ।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । ବାକି ପଡିଥିବା କିଛି କାମ ବିଳମ୍ଵରେ ହେଉ ପଛେ ଶେଷ ହେବ । ମୋଟି ମୋଟି ଭାବେ ଦିନଟି ଭଲରେ କଟିବ ।

ସିଂହ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଖବର । ଦିନଟି ସାଧାରଣତଃ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ । ଆପଣଙ୍କ ପାରିବାରିକ ଜୀବନକୁ ଖୁସି କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିପାରନ୍ତି । ଆପଣ ନିଜର ସମ୍ପର୍କରେ ସାମାନ୍ୟ ବିବାଦର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ଏହା ସତ୍ତ୍ୱେ ପରସ୍ପରକୁ ଭଲ ପାଇବେ ଏବଂ ଆପଣଙ୍କର ସମ୍ପର୍କକୁ ମଜବୁତ କରିପାରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ୟୟନରେ କିଛି ବିଶୃଙ୍ଖଳାର ସମ୍ମୁଖୀନ ହୋଇପାରନ୍ତି ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରି ରଖନ୍ତୁ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖିବେ ।

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ | ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି | ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ |

ବିଛା: ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ୱୀକୃତି ଲାଭ କରି ଆତ୍ମ ସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ ।

ଧନୁ: ଦିନଟି ଆପଣଙ୍କ ପାଇଁ କିଛି ମାତ୍ରାରେ ଲାଭଦାୟକ ହୋଇପାରେ । ପରିବାର ସହିତ ସମୟ ବିତାଇ ପାରନ୍ତି ଓ ଦାୟିତ୍ୱ ପୂରଣ କରିବା ବିଷୟରେ ଚିନ୍ତା କରିପାରନ୍ତି ।ଏହା ଆପଣଙ୍କୁ ମାନସିକ ଶାନ୍ତି ଦେଇପାରେ ।

ମକର: ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆପଣ କୌଣସି ଅବସ୍ଥାରେ ଫସିବେ ନାହିଁ । ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ଆପଣ ଉର୍ଜାରେ ପରିପୂର୍ଣ୍ଣ ରହିବେ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ ।

କୁମ୍ଭ: ସମସ୍ତ କାର୍ଯ୍ୟ ସାହାସ ତଥା ସୁଚିନ୍ତା ମୂଳକ ଭାବରେ ସମାପନ ହେବ । ଦୂର ସ୍ଥାନକୁ ବୁଲି ଯିବାର ସମ୍ଭାବନା ରହିଛି । କୌଣସି କାରଣରୁ ତୁମର ଅନ୍ତରର ଇଚ୍ଛା ବଢିବ ଏବଂ ତୁମେ ନିଜକୁ ନୂତନ ବସ୍ତ୍ର ଦ୍ୱାରା ସୁସଜ୍ଜିତ କରିବ । ତୁମ ଜୀବନସାଥି ତୁମକୁ ଉନ୍ନତି ଆଣିବାରେ ସହାୟ ହେବେ ।

ମୀନ: ଆଜି ଦିନଟି ଫଳ ପ୍ରଦ ଅଟେ । ଶାରୀରିକ ସୁସ୍ଥତା ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃ ଠାରୁ ଜୟ ହେବ । ଦୁଃଚିନ୍ତାରୁ ନିବୃତ୍ତ ରୁହନ୍ତୁ । ସାଙ୍ଗ ସାଥି ମାନେ ସହାୟ ହେବେ । ପିତା ମାତାଙ୍କ ଠାରୁ ଖବର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.