ମେଷ: ଆଜି ଆପଣଙ୍କ ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା କରିବେ । ଆପଣ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ ।
ବୃଷ: ଆଜି ଆପଣ ଦିନଟି ଖୁସିରେ କଟିବ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୁଆ ଯୋଗାଯୋଗ ଏବଂ ବନ୍ଧୁତ୍ବ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ବଳ୍ପରେ କହିବାକୁ ହେଲେ, ଦିନଟି ଭଲରେ ବିତିବ ।
ମିଥୁନ: କାର୍ଯ୍ୟକୁ ସଫଳତା ପୂର୍ବକ ସମାପ୍ତ କରିବା ପାଇଁ ଆପଣ ନିଜର ବୁଦ୍ଧି ଖର୍ଚ୍ଚ କରିବେ । ଅନ୍ୟପକ୍ଷରେ ଆପଣଙ୍କ ବିନୟ ସ୍ବଭାବରୁ କମ୍ ସୁଫଳ ପାଇବେ । ଆପଣଙ୍କୁ ନିଜର କ୍ଷମତା ଦର୍ଶାଇବାକୁ ହେବ । ଆପଣଙ୍କର ବୁଦ୍ଧିମତା ବଳରେ ଆପଣ ଅନେକ କାର୍ଯ୍ୟ କରିବେ । ଆପଣଙ୍କ ସଫଳତା ପାଇଁ ପରିବାର ହେଉଛି ଭିତ୍ତିଭୂମି ।
କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ । ସହଯୋଗୀଙ୍କ ସହିତ ସମ୍ପର୍କରେ ଉନ୍ନତି ଆସିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ । ଘରେ ଆନନ୍ଦର ବାତାବରଣ ରହିବ । ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ ।
ସିଂହ: ଆଜି ଦିନଟିରେ ଆପଣ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ । ଡାକ୍ତରୀ ଖର୍ଚ୍ଚ ଅପେକ୍ଷାକୃତ ଭାବରେ ବଢିପାରେ । ଆଜି ଆପଣ ବାହାରେ ଖାଆନ୍ତୁ ନାହିଁ । ସାରା ଦିନ କିଛି ପ୍ରତିକୂଳ ଭାବନା ଆପଣଙ୍କ ମନକୁ ବ୍ୟସ୍ତ କରିପାରେ । ଧ୍ୟାନ ଏବଂ ଆଧ୍ୟାତ୍ମିକତା ଏହି ପ୍ରକାର ସମସ୍ୟାରୁ ଆପଣଙ୍କୁ ଦୂରରେ ରଖିବାରେ ସାହାଯ୍ୟ କରିବ ଏବଂ ଆପଣଙ୍କୁ ମାନସିକ ଶାନ୍ତି ଦେବ ।
କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣ ନାମ ଏବଂ ଯଶ ଅର୍ଜନ କରିପାରନ୍ତି । ଆଜି ଆପଣଙ୍କର ବ୍ୟବସାୟ ଏବଂ ବ୍ୟବସାୟ ଅଂଶୀଦାରମାନଙ୍କ ମଧ୍ୟରେ ଅନୁକୂଳ ଭାବନା ରହିବ । ନୂତନ ବସ୍ତ୍ର କିଣିବାରେ ଆପଣ ଅଧିକ ଖୁସି ହେବେ । ବନ୍ଧୁମାନଙ୍କ ସହ ଯାତ୍ରା ଆପଣଙ୍କୁ ଅନେକ ଖୁସି ଦେବ ।
ତୁଳା: ଆଜି ଆପଣ ଶାରୀରିକ ପକ୍ଷେ ସୁସ୍ଥ ରହିବେ । ପେଶା କ୍ଷେତ୍ରରେ ଆପଣ ଲାଭବାନ ହେବେ । ଆପଣ ସହକର୍ମୀ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି । କହିବାକୁ ଗଲେ ବ୍ୟକ୍ତିଗତ ଭାବରେ ଆପଣ ଆଜି ଦିନଟି ଆପଣଙ୍କ ପରିବାର ସହସ୍ୟଙ୍କ ସହ ଖୁସିବାସୀରେ କଟାଇବେ । ଆଜି ଆପଣ ଆପଣଙ୍କ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ଯାହାକି ଆପଣଙ୍କୁ ନାମ ଏବଂ ଯଶ ପ୍ରଦାନ କରିବ ।
ବିଛା: ଆପଣ ସୁସ୍ଥ ଅନୁଭବ କରିବେ । ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ବାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି । ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି । ଆପଣଙ୍କ ପ୍ରତିଦ୍ବନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।
ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ବାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିନ୍ତୁ । ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଅବଶ୍ୟ, ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।
କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ । ଚିନ୍ତା ଦୂର ହେବ । ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟିବେ । ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ । ଆପଣଙ୍କ ପ୍ରତିଦ୍ବନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବେ ।
ମକର: ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ ଅଶାନ୍ତ ରହିବେ । କିଛି ଉତ୍ତମ କାର୍ଯ୍ୟ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟାଦା ହାନୀ କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।
ମୀନ: ଆଜି ଆପଣ ମାନସିକ ଭାବରେ ଆରାମ ଏବଂ ଶାରୀରିକ ପକ୍ଷେ ବେଶ୍ ସୁସ୍ଥ ରହିବେ । ନୂଆ କାମ ହାତକୁ ନେବା ପାଇଁ ଆପଣଙ୍କ ଆଗ୍ରହ ଆପଣଙ୍କୁ ପ୍ରୋତ୍ସାହନ କରିବ । ଆପଣଙ୍କର ଘରୋଇ ଜୀବନ ବନ୍ଧୁତ୍ବପୂର୍ଣ୍ଣ ରହିବ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଯାତ୍ରା କରିପାରନ୍ତି । କିଛି ଆର୍ଥିକ ଲାଭ ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟରେ ମନ ଦେବେ ଏବଂ ତୀର୍ଥସ୍ଥାନ ଦର୍ଶନ କରିବେ ।