ମେଷ: ଆଜି ଆପଣ କିଣାକିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭୁତ୍ଵ ଦେଖାଇ ପାରିବେ ନାହିଁ ଓ ଯିଏ ଦେଖେଇବାକୁ ଚେଷ୍ଟା କରିବେ ତାଙ୍କୁ କେବଳ ଭଗବାନ ସାହା । ଆଜି ଆପଣ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି ।
ବୃଷ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ବୀଜ ଦୃଢ ଭାବରେ ଅଙ୍କୁରିତ ହେବ । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ପେଟଜନିତ ସମସ୍ୟା ଭୋଗି ପାରନ୍ତି ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି ।ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନର ସମ୍ଭାବନା ରହିଛି । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀୟତା ଆହୁରି ଗାଢ ହୋଇପାରେ । ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।
କର୍କଟ: ପ୍ରତ୍ୟେକ କ୍ଷେତ୍ର, ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ ହେଉ, ଆପଣ ପ୍ରକୃତରେ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ, ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବ, ଫଳରେ ଅଫିସ୍ର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ ।
ସିଂହ: ଆଜି ସମସ୍ତ ଦୃଷ୍ଟିକୋଣରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଘରେ, ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ଏବଂ ଅଫିସ୍ରେ ପରିବେଶ ଅନୁକୂଳ ରହିବ । ଅବଶ୍ୟ, ଜଙ୍କ୍ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟ୍ରୁ ଦୁରେଇ ରହନ୍ତୁ, ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।
କନ୍ୟା: ଆପଣ ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଶାନ୍ତତା ଏବଂ ମନର ସ୍ୱଛତାର ଅଭାବ ଆପଣଙ୍କୁ ଅସୁବିଧା ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ । ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍ ସମୟରେ ଶେଷ ହୋଇଯାଇପାରେ । ଫଳରେ ଆପଣ ସାଙ୍ଗମାନଙ୍କ ମଧ୍ୟରେ ସମ୍ମାନ ରୂପରେ ଲାଭ ପାଇ ପାରିବେ ।
ତୁଳା: ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ, ଏହା ଫଳପ୍ରଦ ହୋଇପାରେ । କାରଣ ଅପରାହ୍ନରେ ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ଏଭଳି କାର୍ଯ୍ୟ ଆପଣ ଆରମ୍ଭ କରିବେ ନାହିଁ ଯାହାକି ଆପଣଙ୍କ ପାଇଁ କଷ୍ଟଦାୟକ ଏବଂ ମନରେ ଷ୍ଟ୍ରେସ୍ ଦେବ ।
ବିଛା: ଆଜିର ଦିନ ହତାଶରେ ଆରମ୍ଭ ହେବ ଏବଂ ଆଶାବାଦୀରେ ଶେଷ ହେବ । ସକାଳରେ ସବୁ ଦୃଷ୍ଟିକୋଣରୁ କଷ୍ଟକର ହେବ, ବିଶେଷ ଭାବରେ ପେଶାଦାର ଦୃଷ୍ଟିକୋଣରୁ । ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍ କରିଦେବ । କିନ୍ତୁ ଅପେକ୍ଷା କରନ୍ତୁ ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ ।
ଧନୁ: ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ଖୁସି ଏବଂ ସନ୍ତୁଷ୍ଟିର ବର୍ଷା ହେବ, କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ ।
ମକର: ଆଜି ସକାଳ ସମୟରେ ଆପଣଙ୍କ ପାଇଁ କିଛି ସମସ୍ୟା ରହିବ, କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଦିନର ପ୍ରଥମ ଭାଗରେ, ଆପଣ ଅତ୍ୟନ୍ତ ସଜାଗ ଏବଂ ଯତ୍ନଶୀଳ ରହନ୍ତୁ, ଯଦି ଆପଣ କୌଣସି ଆଇନଗତ ବିବାଦରେ ସାକ୍ଷୀ ହୋଇଛନ୍ତି । ଗାଡି ଅଧିକ ସ୍ପିଡ କରନ୍ତୁ ନାହିଁ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହେବ, ଯେହେତୁ ଘରର ପରିବେଶ ଶାନ୍ତରୁ ଶାନ୍ତ ଅପ୍ରିତିକର ଆଡକୁ ଗତି କରିବ । ପରିବାରରେ ଅପ୍ରୀତିକର ପରିବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଶାନ୍ତତାକୁ ନଷ୍ଟ କରିଦେବ ।
ମୀନ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଉନ୍ନତି କରିବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସି, ଶାନ୍ତତା ଏବଂ ସନ୍ତୁଷ୍ଟିର ଉପଯୁକ୍ତ ସନ୍ତୁଳନ ରହିବ ।