ମେଷ: ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଶେଷକରି ସମ୍ପର୍କଗୁଡିକୁ ବଜାୟୀ ରଖିବା ପାଇଁ ଚେଷ୍ଟା କରିବେ। କୌଣସି ଲୋକର ସାମ୍ନା କରିପାରନ୍ତି। ବାପାମାଆଙ୍କ ସହ ସମ୍ପର୍କ ଉତ୍ତମ ରହିବ। ପାରିବାରିକ ସ୍ଥିତି ଭଲ ରହିବ।
ବୃଷ: ଆଜି ଆପଣ ଶାରୀରିକ ଭାବେ ସତର୍କ ଓ ଆଧ୍ୟାତ୍ମିକ ଭାବେ ସତେଜ ରହିବାର ବହୁତ ସମ୍ଭାବନା ଅଛି। ଆପଣ କଳା, ଡିଜାଇନିଙ୍ଗ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ।
ମିଥୁନ: ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ ରହିବ। କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ। ଦିନ ସାରା ଆପଣ ପ୍ରାୟୋଗିକ ଓ ବ୍ୟାବହାରିକ ରହିବେ।
କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ। ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନ ରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ। ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର। ଆପଣ ଥରେ ଆପଣଙ୍କ ମସ୍ତିଷ୍କକୁ ମୁକ୍ତ କରିଦେଲେ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ। ଆପଣ ଆପଣଙ୍କ ଘର ଭିତର ସଜାସଜିରେ କିଛି ପରିବର୍ତ୍ତନ କରିପାରନ୍ତି।
ସିଂହ: ଅତ୍ୟଧିକ ତ୍ରୁଟି କେବଳ ଦୂରରୁ ମଜାଳିଆ ଦେଖାଯାଏ। ଦେଖିବାକୁ ଗଲେ ଅତ୍ୟଧିକ ପ୍ରାୟୋଗିକତା ଦୁନିଆକୁ ଖରାପ କରିଦିଏ। ସେଥିପାଇଁ ହାଲକା ହୁଅନ୍ତି ଓ ବିଶ୍ରାମ ନିଅନ୍ତୁ। ଆଜି ଯାହା କରିବାକୁ ଯାଉଛନ୍ତି ଭାବିଚିନ୍ତି କରନ୍ତୁ।
କନ୍ୟା: ଆପଣ ଆଜି ହ୍ରିଂସକ ଭାବେ ସୁରକ୍ଷାତ୍ମକ ଓ ତୀବ୍ର ଏକାନ୍ତ ହେବେ। ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ। ବିଳମ୍ଵତା ଶେଷରେ ସମ୍ପୂର୍ଣ୍ଣ ହେବ କାରଣ ଆପଣଙ୍କ ଦିନ ଘଟଣାମୟ ରହିବ।
ତୁଳା: ଆପଣ ଏକ ପୁରୁଣା ରୋମାଣ୍ଟିକ ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି। ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ। ପ୍ରେମରେ ସବୁ କିଛି ସମ୍ଭବ। ଅପରାହ୍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ। ସନ୍ଧ୍ୟାରେ ବାହାରକୁ ବୁଲିବାକୁ ଯାଇପାରନ୍ତି।
ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ। କାର୍ଯ୍ୟସ୍ଥଳରେ ଠିକ କାମ କରି ପ୍ରଶଂସା ସାଉଁଟିବେ। ଘରେ ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ।
ଧନୁ: ଗତ କିଛି ଦିନ ହେଲାଣି ଯେଉଁ ରହସ୍ୟ ଆପଣଙ୍କୁ ବ୍ୟଗ୍ର କରିଥିଲା ସେଥିରୁ ଆଜି ପରଦା ଉଠିବ ଓ ଆପଣ ସତ୍ୟତା ବିଷୟରେ ଜାଣିବେ> ଆଜି ଆପଣ ଯେଉଁ ସଙ୍ଗତି କରିବେ ତାହା ଆଗକୁ ଆପଣଙ୍କୁ ଲାଭ ଦେବ।
ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ବୃଦ୍ଧି ହେଲା ଭଳି ମନେ ହେବ। ଆପଣଙ୍କ ସବୁ ଆଶା ଧିରେଧିରେ ମଉଳିଲା ଭଳି ମନେ କରିବେ। କିନ୍ତୁ ସହଜରେ ହାର ମାନନ୍ତୁ ନାହିଁ। ସମସ୍ତେ ଆପଣଙ୍କ ମାନସିକ ଶକ୍ତି ଓ ଶାରୀରିକ ସହନଶୀଳତାକୁ ଗ୍ରହଣ କରିବେ ଓ ପ୍ରଶଂସା କରିବେ।
କୁମ୍ଭ: କାର୍ଯ୍ୟ କରିବା ପୂର୍ବରୁ ଶାରିରୀକ ଏବଂ ମାନସିକ ଭାବେ ପ୍ରସ୍ତୁତ ହୁଅନ୍ତୁ। ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ଣ ରହିବା ଆବଶ୍ୟକ। କୌଣସି କାର୍ଯ୍ୟକୁ ନେଇ ଡରନ୍ତୁ ନାହିଁ। ସାହାସର ସହିତ ସମସ୍ତ କାର୍ଯ୍ୟକୁ ସାମ୍ନା କରିବା ପାଇଁ ଚେଷ୍ଟା କରନ୍ତୁ।
ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ। ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି। ଘରେ ସବୁ ଭଲ ରହିବ।