ETV Bharat / bharat

Horoscope: ଧ୍ୟାନ କଲେ ମାନସିକ ଶାନ୍ତି ପାଇବେ, କଳା ପ୍ରତି ଆକର୍ଷିତ ହେବେ ଏହି ରାଶିର ବ୍ୟକ୍ତି

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 16, 2023, 12:06 AM IST

ମେଷ: ଜଣେ ବନ୍ଧୁଙ୍କ ଘରକୁ କୌଣସି ଏକ ଉତ୍ସବ ପାଇଁ ଯାଇପାରନ୍ତି । ହେଲେ ସେଠାରେ ଆପଣ ଉତ୍ସବର ମଜା ନେଇପାରିବେ ନାହିଁ। ଏହାର କାରଣ ମଧ୍ୟ ସୁସ୍ପଷ୍ଟ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ମନ ଉତ୍ତେଜିତ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । କାରଣ ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ଓ ଘରର ସଦସ୍ୟଙ୍କ ସହ ମନମାଳିନ୍ୟ ଏହାର ମୂଳ କାରଣ ହୋଇପାରେ । ନିଜର ମନକୁ ଟିକେ ଆଘାତ ପାଇଲେ ଉତ୍ତେଜିତ ହେବା ଆଦୌ ଶୋଭନୀୟ ନୁହେଁ । ଏପରିକି ଏହି ପ୍ରକୃତି ଯୋଗୁଁ ଆପଣ କୌଣସି ନୂଆ ଆବଶ୍ୟକୀୟ ଜିନିଷକୁ ଆଘାତ ପହଞ୍ଚାଇପାରନ୍ତି ।

ବୃଷ: ଆଜି ଦିନଟି ଯୋଗ ଓ ଧ୍ୟାନ କଲେ ମାନସିକ ଶାନ୍ତି ପାଇପାରିବେ । ଉପରିସ୍ଥ ହାକିମ ତଥା ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତି ମିଳିବ ନାହିଁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତା ଖବର ପାଇବା ବିଳମ୍ୱିତ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଇଛା ଥିଲେ ବି ଯାଇପାରିବେନି । ନିଜକୁ ଆଳସ୍ୟ ଘେରରେ ରଖି ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନହୋଇ ସୁଦିନକୁ ଅପେକ୍ଷା କରନ୍ତୁ । ଖାଇବା ପିଇବାରେ ସତର୍କତା ଅବଲମ୍ୱନ କରନ୍ତୁ କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ।

ମିଥୁନ: ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ। ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ। ତେଣୁ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟ ମନେ କରିବେ । ଶାରୀରିକ ତଥା ମାନସିକ ସୁସ୍ଥତା ଜାରି ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି ।

କର୍କଟ: ଆଜି ଦିନଟି ଶୁଭଫଳଦାୟକ ଅଟେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିପାରେ । ଉପରିସ୍ଥ ହାକିମ ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ପ୍ରତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗେଇବେ ଏବଂ ଆପଣ ତୃପ୍ତିଲାଭ କରିବେ । ଏଠି ସେଠି ନବୁଲି ରଚନାତ୍ମକ, କଳା ପ୍ରତି ନିଜେ ଆକର୍ଷିତ ହେବେ । ଖର୍ଚ୍ଚର ପରିମାଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ: ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ଦମନ ନକଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀୟ କର୍ମରେ ଆଗ୍ରହ ପ୍ରକାଶ କରିବେ । ଛାତ୍ରଛାତ୍ରୀ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗ ଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ ଏବଂ ସେମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିବେ ।

କନ୍ୟା: ଆଜି ଦିନଟି ସେତେ ଶୁଭଙ୍କର ନୁହେଁ । ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତଥିବା କାମକୁ ସମ୍ପୁର୍ଣ୍ଣ କରିପାରିବେ ନାହିଁ । ମନ ବିଭିନ୍ନ କାରଣରୁ ଅଶାନ୍ତ ରହିବ । ଜଣେ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ନିଜର ମାଆଙ୍କର ସ୍ୱାସ୍ଥ୍ୟଗତ କାରଣରୁ ପତ୍ନୀଙ୍କର ଭର୍ତ୍ସନା ସହ୍ୟ କରିବାକୁ ପଡେ । ତେଣୁ ମନ ଅଶାନ୍ତ ରହିବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ ।

ତୁଳା: ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ପ୍ରତି ସଫଳତା ପାଇବା ପାଇଁ ଭଗବାନ ହିଁ ଭରସା। ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ କାଳାତିପାତ କରିବେ । ଶତ୍ରୁଜୟ କରିବେ , ଯେଉଁ କାର୍ଯ୍ୟରେ ଆଜି ଆପଣ ହାତ ଦେବେ ,ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ ।

ବିଛା: ଆଜି ନିଜର କ୍ରୋଧକୁ ଲଗାମ ଦେବାକୁ ଭୁଲନ୍ତୁ ନାହିଁ । ଏହାର କୁପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ । ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇ ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଦୃଢ ଅଟଳ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ , ମାତ୍ର ପଛରେ ଅନୁତାପ କରିପାରନ୍ତି ତେଣୁ ଶାନ୍ତ ରୁହନ୍ତୁ । ମନରେ ଦୁଶ୍ଚିନ୍ତା ଭର୍ତ୍ତିକଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ। ଛାତ୍ରଛାତ୍ରୀମାନେ ନିଜପାଠ ପଢା ପ୍ରତି ଅନାଗ୍ରହ ପ୍ରକାଶ କରିବେ ।

ଧନୁ: ଆଜି ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ୱଳ ରହିବ । କାର୍ଯ୍ୟର ମିଠାଫଳ ପାଇବେ । କର୍ମକ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ଼ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରନ୍ତୁ ଏବଂ ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ଏହା ବାଣ୍ଟନ୍ତୁ । ଶାରୀରିକ ସୁସ୍ଥତା ଓ ଆନନ୍ଦ ମନ ରହିବ । ବନ୍ଧୁ ଏବଂ ପରିବାର ସହ ପରିଦର୍ଶନରେ ଯିବେ ।

ମକର: ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ ଏବଂ ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ସମସ୍ୟା ବିଚାରାଳୟକୁ ଯାଇପାରେ । ଜନସାଧାରଣଙ୍କ କଟୁ ମାନସିକ ଅସ୍ଥିରତା ହୋଇପାରେ କିନ୍ତୁ ଏହାକୁ ସରଳ ଭାବରେ ନିଅନ୍ତୁ ।

କୁମ୍ଭ: ଶୁଭ ନକ୍ଷତ୍ରଗୁଡ଼ିକ ଆପଣଙ୍କ କୁଣ୍ଡଳୀରେ ସମାନ ଭାବରେ ଥିବାରୁ ଅଥବା ଅତି ଶୁଭ ସ୍ଥାନରେ ଥିବାରୁ ଆଜି ଶୁଭ ପରିଣାମ ପାଇବେ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସି ବାଣ୍ଟି ପାରନ୍ତି । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ଦିନଟି ଭଲ ଅଟେ । ଉତ୍ପାଦନ ବଢିବ ଏହା ସହିତ ସମାଜରେ ଆପଣଙ୍କର ଲାଭ ଓ ସମ୍ମାନ ବଢ଼ିବ । ଯାତ୍ରା ଶୁଭପ୍ରଦ ହେବ ।

ମୀନ: ଆଜି ଦିନଟି ଶୁଭପ୍ରଦ ହେବ । ସହଜରେ ଲାଭବାନ ହେବେ ଏବଂ କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇ ଖୁସି ହେବେ । ଆନନ୍ଦ ଅନୁଭବ କରିବେ ଯାହାକି ଆପଣଙ୍କ କାର୍ଯ୍ୟ, ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଦ୍ୱାରା ପରିପ୍ରକାଶ ହେବ । ବୟସ୍କ ତଥା ପିତାଙ୍କ ସମ୍ପର୍କରେ ଉନ୍ନତି ହେବ । ଥରେ ଟଙ୍କା ଧାର ଦେବାପରେ ସହଜରେ ଫେରି ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.