ETV Bharat / bharat

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ... - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jun 16, 2021, 7:07 AM IST

ମେଷ : ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ ଓ ଆପଣ ନିଜ ବିଶେଷ ଗୁଣଗୁଡିକ ଭୁଲିବା ଉଚିତ ନୁହେଁ ।

ବୃଷ : ଆଜି ଆପଣ ନିଜ ଜୀବନର ସକାରାତ୍ମକ ଦୃଷ୍ଟିକୋଣଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ସବୁ ଜିନିଷ ଠିକ କରିବା ଚେଷ୍ଟାରେ ଆପଣ ମାନସିକ ଭାବେ ଶକ୍ତିହୀନ ହୋଇଯିବେ । ଏପରି ଅବସ୍ଥାରେ ଆପଣ କେହି ଜଣେ ନିଜ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବା କିମ୍ବା ଭିନ୍ନ ମତ ଥିବା ବ୍ୟକ୍ତିମାନଙ୍କ ନିକଟକୁ ଯିବା ଭଲ ହେବ ।

ମିଥୁନ : ଆଜି ଆକର୍ଷଣୀୟ ପୋଷାକ ପିନ୍ଧିବେ । ଆପଣଙ୍କ ଚାରିପାଖରେ ଥିବା ଲୋକ ମତାମତ ଦେଇପାରନ୍ତି କିମ୍ଵା ନ ପାରନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବେ ଆପଣଙ୍କୁ ଧ୍ୟାନ ଦେବେ । ଆପଣଙ୍କ ଷ୍ଟାଇଲ୍‍ ସମସ୍ତଙ୍କୁ ଚକିତ କରିଦେବ । ଲୋକମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ଚାତକ ପରି ଚାହିଁ ରହିବେ । ଆଜି ଆପଣ ଜଣେ ସେଲିବ୍ରିଟି ପରି ଅନୁଭବ କରିବେ ।

କର୍କଟ : ଆଜି ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ବହୁତ ଭଲ ଦିନ । ଆପଣଙ୍କ ଖୁସି କିଛି ଲୋକଙ୍କ ଦେହରେ ଆଦୌ ଯିବ ନାହିଁ, କିନ୍ତୁ ସେମାନେ ଆପଣଙ୍କ ସମ୍ପର୍କ କିମ୍ଵା ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ, ସେଥିପାଇଁ ଆପଣ ତାଙ୍କୁ ଉପେକ୍ଷା କରନ୍ତୁ । କିନ୍ତୁ ଆପଣ ନିଜ ପ୍ରତିଷ୍ଠାର ସୁରକ୍ଷା କରିବା ଗୁରୁତ୍ଵପୂର୍ଣ୍ଣ ।

ସିଂହ : ଦେହ ଖରାପ ହେଲେ ଜଣେ ରାଜା ମଧ୍ୟ ଦୂର୍ବଳ ଓ ଖରାପ ଦେଖାଯାଆନ୍ତି । ଆଜି ଏହାକୁ ଆଖି ଆଗରେ ରଖି ଆପଣ ନିଜ ସ୍ଵାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବେ । ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ ।

କନ୍ୟା : ଆଜି ଆପଣ ଟଙ୍କାକୁ ନେଇ ପୂର୍ବଠାରୁ ବହୁତ ଅଧିକ ଶକ୍ତିଶାଳୀ ଅନୁଭବ କରିବେ, ଯାହା ଆପଣ କେବେ ବି ଅନୁଭବ କରି ନଥିବେ । ଆପଣ ଭବିଷ୍ୟତରେ ଯଦି କୌଣସି ଆର୍ଥିକ ଅସନ୍ତୁଳନତା ଆସେ ତା ପାଇଁ ଟଙ୍କାର ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଆଜି ବୁଝିବେ । ଆପଣଙ୍କ ନେତୃତ୍ଵ ନେବା ଗୁଣ ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଦ୍ଵାରା ପ୍ରଶଂସାଯୋଗ୍ୟ ହେବ ।

ତୁଳା: ଆଜି ଆପଣଙ୍କର ବହୁତ କାମ ରହିବ ହେଲେ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳି ନେବେ । ଆଜି ଦିନଟି ଆପଣଙ୍କର କାର୍ଯ୍ୟବ୍ୟସ୍ତତାରେ ଯିବ । ବିଶେଷକରି ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁ କଲ୍‍ ଆସିପାରେ । କାର୍ଯ୍ୟସ୍ଥଳରେ କିଛି ଆୟୋଜନ କରିବାର ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।

ବିଛା : ଆଜି ଆପଣ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପାରନ୍ତି । ସେଥିପାଇଁ ଆରାମରେ ରହିବାକୁ ଚେଷ୍ଟା କରନ୍ତୁ । ସେଗୁଡିକ ଆପଣଙ୍କ ଖୁସିରେ ବାଧା ଦେବ ଓ ଆପଣଙ୍କ ସ୍ଵାସ୍ଥ୍ୟ ଖରାପ କରିପାରେ । ଅବଶ୍ୟ, ଦିନ ଶେଷ ବେଳକୁ ସମୟ ଭଲରେ ଯିବ ।

ଧନୁ : ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।

ମକର: ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚ ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । କାର୍ଯ୍ୟସ୍ଥଳରେ, ଆପଣ ବାକିଆ ଥିବା କାମଗୁଡିକ ସଫଳତାର ସହିତ ଶେଷ କରିବେ ଓ ଆପଣଙ୍କ ଉପରିସ୍ଥ ଅଧିକାରୀ, ଯିଏ ଆପଣଙ୍କ ଦ୍ଵାରା କରାଯାଇଥିବା ବିଳମ୍ଵ ପାଇଁ ରାଗିଥିବେ, ସେ ମଧ୍ୟ ଏହା ଗ୍ରହଣ କରିବେ ଯେ ଆପଣ କାମ ଠିକ ଭାବେ କରିଛନ୍ତି ।

କୁମ୍ଭ : ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ। ଦୃଢ ବିଶ୍ବାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଆମ ଠିକ ସମୟରେ କାର୍ଯ୍ୟକୁ ସମ୍ପର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୁଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୁତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।

ମୀନ: ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ବାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିପାରେ । ଯଦି ମନ ଅଶାନ୍ତ ରୁହେ ତାହାହେଲେ ସଙ୍ଗୀତ ପ୍ରେମ ହିଁ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଦିନଟିକୁ ଆମୋଦ ପ୍ରମୋଦରେ କଟାନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.