ମେଷ: ଆପଣ ଯେତେ ବ୍ୟତିବ୍ୟସ୍ତ ହେଲେ ମଧ୍ୟ ଆପଣଙ୍କ ଦିନ ସେପରି ଯିବ ନାହିଁ ଯେପରି ଆପଣ ଚାହୁଁଛନ୍ତି । ଆଜି ଜଗିରଖି କାମ କରନ୍ତୁ । ଆଜି ଅନେକ ସମସ୍ୟା ଦେଇ ଆପଣ ଗତିକରିବେ । ବାପା ମାଙ୍କ କଥାମାନି ଚଳନ୍ତୁ । କୌଣସି କୋର୍ଟ କଚେରୀ କାମ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ।
ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆପଣ ଦୂରଯାତ୍ରା କରିବାର ଏହା ଏକ ଶୁଭ ଦିନ । ଆପଣ କିଛି ବିଉଟି ଟ୍ରିଟମେଣ୍ଟ ଆରମ୍ଭ କରି ଅପରାହ୍ଣ ସୁଦ୍ଧା ନିଜର ରୂପରେ ପରିବର୍ତ୍ତନ ଆଣିବେ । ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ ।
ମିଥୁନ: ଆଜି ଆପଣଙ୍କ ଶାରୀରିକ ରୂପ ବିଷୟରେ ଆପଣ ବହୁତ ଚିନ୍ତିତ ରହିବେ । କିଛି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ତାହା କରନ୍ତୁ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।
କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର ।
ସିଂହ: ଆଜି ଦିନଟି ଆପମଙ୍କୁ ଶୁଭଫଳ ପ୍ରଦାନ ନକରିବାର ସମ୍ଭାବନା ରହିଛି । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି। ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ ।ଏଥିପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ ।
କନ୍ୟା: ଆପଣ ଆଜି ମାଆ ହଂସ ଭଳି ହୋଇପାରନ୍ତି । ହ୍ରିଂସକ ଭାବେ ସୁରକ୍ଷାତ୍ମକ ଓ ତୀବ୍ର ଏକାନ୍ତ ଆବଶ୍ୟକ । ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ବିଳମ୍ଵତା ଶେଷରେ ସମ୍ପୂର୍ଣ୍ଣ ହେବ କାରଣ ଆପଣଙ୍କ ଦିନ ଘଟଣାମୟ ରହିବ।
ତୁଳା: ଆପଣ ଏକ ପୁରୁଣା ରୋମାଣ୍ଟିକ ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି । ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ । ଅପରାହ୍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ, ସଂଧ୍ୟା ସମୟ ଆପଣଙ୍କ ମଉଜ ମଜଲିସ୍ରେ ଯିବ ।
ବିଛା: ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ । ଦିନ ସାରା ଆପଣ ବିଭିନ୍ନ କ୍ରିୟାକଳାପରେ ବ୍ୟସ୍ତ ରହିବେ ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ । ଅବଶ୍ୟ, ଅତ୍ୟଧିକ ଉତ୍ସାହୀ ହେବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇପାରେ ।
ଧନୁ: ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତରେ ଯିବ । ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି । ଯଦିଓ ଦିନଟି ବ୍ୟସ୍ତତାରେ ଯିବ ଆପଣଙ୍କ ବସ୍ ଦୟାଶୀଳ ରହିବେ ସେଥିପାଇଁ ଦିନଟି ଆପଣଙ୍କ ସହଜ ରହିବ । ପରିବାର ଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ ।
ମକର: ଆପଣ ଆଜି ଯାହା କରିବେ ସେଥିରେ ତର୍କ ଓ କାରଣ ଖୋଜିବେ ଓ ଏହାକୁ ଅନୁଧ୍ୟାନ କରିବେ । ଆପଣଙ୍କ ଉପରେ କିଛି କାର୍ଯ୍ୟଚାପ ଓ ଚିନ୍ତା ରହିପାରେ । କିନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ହେବ ବୋଲି ଆଶା କରି ଆପଣ ସବୁ କଷ୍ଟକୁ ସହି ଚାଲିବେ ।
କୁମ୍ଭ: ଉଭୟ ରୂପ ଓ ଶାରୀରିକ ଭାବେ ନିଜକୁ ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ଣ ରହିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ । କାରଣ ଏହି ନିଷ୍ପତ୍ତିଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ ।
ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ସମ୍ଭାବନା ରହିଛି ।